Advertisment

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା: ବିରାଟ ଓ ଅନୁଷ୍କାଙ୍କୁ ମିଳିଲା ନିମନ୍ତ୍ରଣ ପତ୍ର

ରାମାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ଆଜି ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି।

Virat Kohli

Virat Kohli

Advertisment

ପାଖେଇ ଆସୁଛି ଦିବ୍ୟ ମୁହୂର୍ତ୍ତ । ଜାନୁଆରୀ ୨୨କୁ ସମସ୍ତେ କରିଛନ୍ତି ଅପେକ୍ଷା। ୫ ଶହ ବର୍ଷ ପରେ କେବଳ ଭବ୍ୟ ମନ୍ଦିରକୁ ନୁହେଁ, ନିଜ ଜନ୍ମସ୍ଥଳୀ ମୂଳ ଆସ୍ଥାନକୁ ଫେରିବେ ପ୍ରଭୁ ରାମଲାଲା। ଏଥିପାଇଁ ସାରା ଦେଶ ଉତ୍ସାହିତ ଥିବା ବେଳେ, ମନ୍ଦିର ସାଜସଜ୍ଜା ବି ଆରମ୍ଭ ହୋଇଗଲାଣି। ରାମାଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବା ପାଇଁ ଆଜି ଭାରତୀୟ ଦଳର ପୂର୍ବତନ ଅଧିନାୟକ ବିରାଟ କୋହଲି ଓ ତାଙ୍କ ପତ୍ନୀ ତଥା ବଲିଉଡ୍ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କୁ ନିମନ୍ତ୍ରଣ ପତ୍ର ମିଳିଛି।

Advertisment

ମଙ୍ଗଳବାର ବିରାଟ କୋହଲିଙ୍କ ଘରେ ରାମ ମନ୍ଦିର ତୀର୍ଥ କ୍ଷେତ୍ର ଟ୍ରଷ୍ଟର ଲୋକ ପହଞ୍ଚି ବିରାଟ ଓ ଅନୁଷ୍କାଙ୍କୁ ଜାନୁଆରୀ ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସମାରୋହରେ ସାମିଲ ହେବାକୁ ନିମନ୍ତ୍ରଣ ପତ୍ର ଦେଇଥିଲେ। ଯାହାକୁ ଉଭୟ ବିରାଟ କୋହଲି ଓ ଅନୁଷ୍କା ଶର୍ମା ଗ୍ରହଣ କରିଥିଲେ। ସଚିନ୍‌ ତେନ୍ଦୁଲକର ଓ ମହେନ୍ଦ୍ର ସିଂ ଧୋନିଙ୍କ ପରେ ତୃତୀୟ କ୍ରିକେଟର ଭାବେ ବିରାଟଙ୍କ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବାକୁ ନିମନ୍ତ୍ରଣ ମିଳିଛି।

ସୂଚନା ଅନୁସାରେ ଜାନୁଆରୀ ୨୨ରେ ଭବ୍ୟ ଶ୍ରୀରାମ ମନ୍ଦିରରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଅନୁଷ୍ଠିତ ହେବ। ତେବେ ଏହି ଭବ୍ୟ ସମାରୋହରେ ସାମିଲ ହେବା ପାଇଁ ୬ ହଜାର ଅତିଥିଙ୍କୁ ନିମନ୍ତ୍ରଣ କରାଯାଇଛି। ଯେଉଁମାନଙ୍କ ମଧ୍ୟରେ କ୍ରିକେଟରଙ୍କ ବ୍ୟତୀତ ବଲିଉଡ୍‌ ସେଲିବ୍ରିଟି, ଶିଳ୍ପପତି, ରାଜନେତା ସାମିଲ ହେବେ।

Advertisment
India News Anushka Sharma Virat Kohli Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ