Advertisment

କାହା ଲେଖନୀରେ ରାମ ନାମ ତ କାହା ହାତରେ ପ୍ରତିକୃତି, ଅଯୋଧ୍ୟା ପଠାଇବାକୁ ଭିନ୍ନ ଢଙ୍ଗରେ ରାମ ନାମ ଲେଖା

ନିଜର ଯାଦୁଗରୀ ସ୍ପର୍ଶରେ କିଏ ପ୍ରଭୁ ଶ୍ରୀରାମଙ୍କ କ୍ଷୁଦ୍ର ମୂର୍ତ୍ତିଟିଏ କରି ଚର୍ଚ୍ଚାକୁ ଆସିଛନ୍ତି ତ ଆଉ କିଏ ୨୫ ଲକ୍ଷ ରାମନାମ ଲେଖି ନିଜକୁ ଉତ୍ସର୍ଗ କରିଦେଇଛନ୍ତି ମର୍ଯ୍ୟାଦାପୁରୁଷଙ୍କ ଉଦ୍ଦେଶ୍ୟରେ।

ଅଦ୍ୟତନ ହୋଇଛି
undefined

Ram Naam in Odisha

Advertisment

ଓଡ଼ିଶା ଭୂଇଁରେ ରାମ କାହାଣୀ। ଆଜିର କାହାଣୀରେ କିମ୍ବଦନ୍ତୀ ନାହିଁ କି ପୌରାଣିକ କଥାବସ୍ତୁ ନାହିଁ। ଆଜି ଭେଟିବା ଏମିତି କିଛି ଓଡ଼ିଆଙ୍କୁ, ଯାହାଙ୍କ ସୃଜନଶୀଳତାରେ ଭରି ରହିଛି କେବଳ ରାମ ମନସ୍କ ଭାବନା, ଆବେଗ ଆଉ ଉତ୍କଣ୍ଠା। ନିଜର ଯାଦୁଗରୀ ସ୍ପର୍ଶରେ କିଏ ପ୍ରଭୁ ଶ୍ରୀରାମଙ୍କ କ୍ଷୁଦ୍ର ମୂର୍ତ୍ତିଟିଏ କରି ଚର୍ଚ୍ଚାକୁ ଆସିଛନ୍ତି ତ ଆଉ କିଏ ୨୫ ଲକ୍ଷ ରାମନାମ ଲେଖି ନିଜକୁ ଉତ୍ସର୍ଗ କରିଦେଇଛନ୍ତି ମର୍ଯ୍ୟାଦାପୁରୁଷଙ୍କ ଉଦ୍ଦେଶ୍ୟରେ।

Advertisment

ଯେଉଁ ନାମକୁ ନେଇ ଏତେ ଶ୍ରଦ୍ଧା...ଯେଉଁ ନାମ ଧରି ଡାକିଦେଲେ ମିଳୁଛି ଏତେ ଆତ୍ମତୃପ୍ତି...ଏ ବୟସରେ ଆଉ ବା କ’ଣ ଦରକାର ଯେ...ସେଥିପାଇଁ ବୋଧହୁଏ ନିଜ ଲେଖନୀରେ ଏଭଳି ଅନବରତ ଭାବେ ମର୍ଯ୍ୟାଦାପୁରୁଷ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ନାମ ଲେଖିଚାଲିଛନ୍ତି କୋରାପୁଟ ଜୟପୁର ପୋଷ୍ଟାଲ୍ ଗଳିର ବ୍ରଜକିଶୋରୀ ସାହୁ। ବୟସ ଆସି ୭୨ ହେଲାଣି। ଗତ ୨୦ ବର୍ଷ ହେଲା ରାମମନସ୍କ ସେ । ୨୦୨୦ରେ ୨୫ ଲକ୍ଷ ଥର ରାମ ନାମ ଲେଖି ଆନ୍ଧ୍ର ଭଦ୍ରାଚଲମ୍ ସ୍ଥିତ ରାମମନ୍ଦିରରେ ପ୍ରଦାନ କରିଥିଲେ ୫୫ଟି ଖାତା। ଆଉ ଏବେ ଅଯୋଧ୍ୟା ପଠାଇବା ଲକ୍ଷ୍ୟରେ ଖାତାରେ ଦୈନିକ ୧୦୪୦ ଥର ରାମ ନାମ ଲେଖି ଚାଲୁଛନ୍ତି ବ୍ରଜକିଶୋରୀ । ରାମମନ୍ଦିର ନିର୍ମାଣ ସମ୍ପୂର୍ଣ୍ଣ ହେଲା ପରେ ଯାଇ ଏସବୁକୁ ପଠାଇବେ ବୋଲି ଆଶା ରଖିଛନ୍ତି ଏହି ରାମ ପ୍ରେମୀ ମହିଳା।

ମଥାରେ ତୀଳକ, ଶରୀରରେ ପିତ୍ତ ବସ୍ତ୍ର ଆଉ ମନରେ ରାମ ନାମ । କାୟ ମନ ଆଉ ବାକ୍ୟରେ ରାମ ମନସ୍କ ଏ ହେଉଛନ୍ତି ବାଲେଶ୍ୱରର ସତ୍ୟନାରାୟଣ କର୍ଣ୍ଣାନୀ। ୩୦ ବର୍ଷର ସାଧନା ଭିତରେ ଏକ ଭିନ୍ନ କୀର୍ତ୍ତିମାନ ହାସଲ କରିଛନ୍ତି ସେ । ହନୁମାନ ଚାଳିଶା ଏବଂ ୧୧୫୬ ପୃଷ୍ଠା ବିଶିଷ୍ଠ ସାତକାଣ୍ଡ ରାମାୟଣ ଲେଖିଦେଇଛନ୍ତି ସତ୍ୟନାରାୟଣ। ଯେଉଁଥିରେ ପ୍ରତ୍ୟେକଅକ୍ଷରରେ ଆପଣ ପାଇବେ ଅତି ନିଖୁଣ ଭାବେ ଲେଖାଯାଇଥିବା ରାମ ଶବ୍ଦ। ଏବେ ରାମ ଶବ୍ଦକୁ ଯୋଡ଼ି ଆରମ୍ଭ କରିଛନ୍ତି ଶ୍ରୀମଦ୍ ଭାଗବତ ଗୀତାର ଲେଖା। କେବଳ ଏତିକି ନୁହେଁ, ପୂର୍ବରୁ ଏଭଳି ଭାବେ ଅନେକ ପୁସ୍ତକ ରଚନା କରିଛନ୍ତି ସେ। ଯାହାକୁ ଆଗାମୀ ଦିନରେ ଅଯୋଧ୍ୟା ପଠାଇବେ ବୋଲି କହିଛନ୍ତି ସତ୍ୟନାରାୟଣ।

Advertisment

ସେହିପରି ବ୍ରହ୍ମପୁରର ୨ ଶିଳ୍ପୀ ଦିଲୀପ ମହାରଣା ଓ ସତ୍ୟ ମହାରଣା। ଉଭୟଙ୍କ କାରିଗରୀ କହୁଛି ପ୍ରଭୁ ରାମଙ୍କ କଥା, ବଖାଣୁଛି ଆବେଗଭରା କାହାଣୀ। କାଠ ଓ ଚକ୍ ରେ ନିର୍ମିତ ରାମଙ୍କ କ୍ଷୁଦ୍ର ପ୍ରତିମୂର୍ତ୍ତି ସହ ମନ୍ଦିର। କାଠରେ ନିର୍ମିତ ୨ଟି ରାମ ମନ୍ଦିରର ଉଚ୍ଚତା ୨ ସେଣ୍ଟିମିଟର ଓ ଚକ୍‌ରେ ନିର୍ମିତ ରାମ ମନ୍ଦିର ଉଚ୍ଚତା ୧.୮ ସେଣ୍ଟିମିଟର । ସେହିଭଳି ରାମଲାଲାଙ୍କ ୨ଟି କ୍ଷୁଦ୍ର ମୂର୍ତ୍ତି ତିଆରି କରିଛନ୍ତି ସତ୍ୟ। ଏଣେ ଶାଗୁଆନ୍, ଶାଳ ଓ ଶିଶୁଆ କାଠରେ ଦିଲୀପ ତିଆରି କରିଛନ୍ତି ୪ ଧାମ ସହ ଶ୍ରୀରାମଙ୍କ ପ୍ରତିକୃତୀ। ଏଥିପାଇଁ ତାଙ୍କୁ ପ୍ରାୟ ମାସେ ଲାଗିଥିବା କହିଛନ୍ତି। ଯାହାକୁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଦେବାକୁ ଆଶା ରଖିଛନ୍ତି ଦିଲୀପ।

Odisha Koraput Ayodhya Ram Mandir Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ