Advertisment

ରାମ ଲାଲାଙ୍କ ପାଇଁ ସୁନାର ରାମଚରିତମାନସ ଉପହାର ଦେଲେ ଏହି ଭକ୍ତ...

ଏଥିରେ ସୁନାର ପ୍ଲେଟ ଚଢା ଯାଇଥିବା ପୃଷ୍ଠାଗୁଡ଼ିକୁ ପୃଥକ ପୃଥକ ପାର୍ସଲ ଜରିଆରେ ଅଯୋଧ୍ୟା ଅଣାଯାଇଥିଲା। ପ୍ରତି ବଣ୍ଡଲରେ ୨୦-୨୫ଟି ପୃଷ୍ଠା ରହିଥିଲା। ଅଲଟ୍ରା ଭାଓଲେଟ୍ ପ୍ରିଣ୍ଟିଙ୍ଗ୍ ଟେକ୍ନୋଲୋଜି ବ୍ୟବହାର କରି ସୁନା ଧାତୁ ସିଟ୍ ଉପରେ ଲେଖା ଡିଜାଇନ୍ କରାଯାଇଥିଲା।

ଅଦ୍ୟତନ ହୋଇଛି
Ramcharitmanas

Ramcharitmanas

Advertisment

ଅଯୋଧ୍ୟାରେ ବିରାଜମାନ ପ୍ରଭୁ ଶ୍ରୀରାମ। ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ପରଠାରୁ ଅଯୋଧ୍ୟାକୁ ଛୁଟୁଛି ଭକ୍ତଙ୍କ ସୁଅ।ଅନେକ ଭକ୍ତ ସେମାନଙ୍କ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଅନେକ ସ୍ୱର୍ଣ୍ଣାଳଙ୍କାର ପ୍ରଦାନ କରୁଥିବା ବେଳେ ଅନେକ ଟ୍ରଷ୍ଟକୁ ମୁକ୍ତ ହସ୍ତରେ ଦାନ କରୁଛନ୍ତି। ତେବେ ରାମଲାଲାଙ୍କ ପାଇଁ ଏକ ଭବ୍ୟ ଉପହାର ପ୍ରଦାନ କରିଛନ୍ତି ଆଉ ଜଣେ ରାମ ଭକ୍ତ। ରାମଲାଲାଙ୍କ ଉଦ୍ଦେଶ୍ୟରେ ପ୍ରତିଷ୍ଠିତ ମହାକାବ୍ୟ ରାମଚରିତମାନସ ଉପହାର ଦେଇଛନ୍ତି ମଧ୍ୟପ୍ରଦେଶର ପୂର୍ବତନ ଆଇଏଏସ୍ ଅଧିକାରୀ ସୁବ୍ରମଣ୍ୟମ ଲକ୍ଷ୍ମୀନାରାୟଣ।

Advertisment

ପ୍ରଭୁଙ୍କ ପାଇଁ ପ୍ରଦାନ କରାଯାଇଥିବା ରାମଚରିତମାନସ ସୁନା, ରୂପା ଏବଂ ତମ୍ବାରେ ତିଆରି। ଏହାର ଆନୁମାନିକ ମୂଲ୍ୟ ପାଖାପାଖି ୪.୫ରୁ ୫ କୋଟି ଟଙ୍କା । ନବରାତ୍ରୀର ପ୍ରଥମ ଦିନରେ ଏହାକୁ ପ୍ରଭୁଙ୍କ ଉଦ୍ଦେଶ୍ୟରେ ଅର୍ପଣ କରିଛନ୍ତି ପୂର୍ବତନ ଆଇଏଏସ୍ ଅଧିକାରୀ ସୁବ୍ରମଣ୍ୟମ ଲକ୍ଷ୍ମୀନାରାୟଣ । ତେବେ ୨୪କ୍ୟାରେଟ୍ ସୁନାରେ ନିର୍ମିତ ବହୁମୂଲ୍ୟ ମହାକାବ୍ୟକୁ ଆକାର ଦେବାରେ ତାଙ୍କ ପତ୍ନୀ ସରସ୍ୱତୀ ମଧ୍ୟ ପ୍ରମୁଖ ଭୂମିକା ଗ୍ରହଣ କରିଛନ୍ତି। ନବନିର୍ମିତ ରାମ ମନ୍ଦିରର ଗର୍ଭଗୃହରେ ଏହାକୁ ରଖାଯାଇଛି।

ଗୋସ୍ୱାମୀ ତୁଳସୀ ଦାସଙ୍କ ଦ୍ୱାରା ରଚିତ ୧୪୭ କିଲୋଗ୍ରାମ ପୁସ୍ତକକୁ ବିଭିନ୍ନ ବଣ୍ଡଲରେ ପାର୍ସଲ କରାଯାଇଥିଲା ଯାହା ଦ୍ୱାରା ଏହାକୁ ସହଜରେ ପରିବହନ ତଥା ମନ୍ଦିରକୁ ନେଇଯିବା ସମ୍ଭବ ହୋଇଥିଲା। ଏଥିରେ ୫୨୨ଟି ସୁନାର ପ୍ଲେଟ ଚଢା ଯାଇଥିବା ପୃଷ୍ଠାଗୁଡ଼ିକୁ ପୃଥକ ପୃଥକ ପାର୍ସଲ ଜରିଆରେ ଅଯୋଧ୍ୟା ଅଣାଯାଇଥିଲା। ପ୍ରତି ବଣ୍ଡଲରେ ୨୦-୨୫ଟି ପୃଷ୍ଠା ରହିଥିଲା। ଅଲଟ୍ରା ଭାଇଓଲେଟ୍ ପ୍ରିଣ୍ଟିଙ୍ଗ୍ ଟେକ୍ନୋଲୋଜି ବ୍ୟବହାର କରି ସୁନା ଧାତୁ ସିଟ୍ ଉପରେ ଲେଖା ଡିଜାଇନ୍ କରାଯାଇଥିଲା।

Advertisment

ତମ୍ବାକୁ ମୂଳ ଧାତୁ ଭାବରେ ବ୍ୟବହାର କରାଯାଉଥିବାବେଳେ ସୁନା ଏବଂ ରୂପାକୁ ଲେୟାର ଦିଆଯାଇଛି। ଯାହାର ମୋଟେଇ ଏକ ମିମି ରହିଛି। ରାମ ମନ୍ଦିର ଟ୍ରଷ୍ଟର କ୍ୟାମ୍ପ କାର୍ଯ୍ୟାଳୟର ଦାୟିତ୍ୱରେ ଥିବା ପ୍ରକାଶ ଗୁପ୍ତା କହିଛନ୍ତି, “ଅବସରପ୍ରାପ୍ତ ବ୍ୟୁରୋକ୍ରାଟ ପ୍ରଭୁ ବିଷ୍ଣୁଙ୍କର ଜଣେ ଅନୁଗାମୀ ଏବଂ ସେ ଏଥିପାଇଁ ସମସ୍ତ ସଂଚୟ ଦାନ କରିଛନ୍ତି।” ଚେନ୍ନାଇର ଏକ ଅଳଙ୍କାର ଦୋକାନ ଏକ ସ୍ୱତନ୍ତ୍ର ଷ୍ଟାଣ୍ଡ ପ୍ରସ୍ତୁତ କରି ପ୍ରଦାନ କରିଥିଲେ ଯେଉଁଥିରେ ପ୍ରଭୁଙ୍କ ଆଗରେ ପଢିବା ପାଇଁ ପୁସ୍ତକଟି ରଖାଯାଇପାରିବ । ଏହି ମାଷ୍ଟରପିସ୍ ପ୍ରସ୍ତୁତ କରିବାକୁ ପ୍ରାୟ ଆଠ ମାସ ସମୟ ଲାଗିଥିଲା। ଏହି ମହାକାବ୍ୟରେ ୧୦,୯୦୨ଟି ପଦ ରହିଛି। ମନ୍ଦିରକୁ ଆସୁଥିବା ଭକ୍ତମାନେ ମଧ୍ୟ ଏହାକୁ ଦେଖିବାର ସୁଯୋଗ ପାଇବେ।

Ayodhya Ram Mandir Ram Mandir Ram Mandir Trust
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ