Advertisment

୧୧ଦିନରେ ଦର୍ଶନ କଲେଣି ୨୫ଲକ୍ଷ ଭକ୍ତ, ଦାନ ଟଙ୍କା ୧୧କୋଟି ପାର୍

୧୧ ଦିନ ମଧ୍ୟରେ ଦାନ ବାକ୍ସରେ ପାଖାପାଖି ୮ କୋଟି ଟଙ୍କା ଜମା ହୋଇଥିବା ବେଳେ ଚେକ୍‌ ଓ ଅନଲାଇନ୍‌ ଜରିଆରେ ମିଳିଥିବା ରାଶି ପ୍ରାୟ ୩.୫୦ କୋଟି ଟଙ୍କା ରହିଛି।

ଅଦ୍ୟତନ ହୋଇଛି
Ayodhya Ram Mandir Donations

Ayodhya Ram Mandir Donations

Advertisment

ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସରିଛି। ମନ୍ଦିରରେ ପୂଜା ପାଉଛନ୍ତି ବାଳକ ରାମ। ପ୍ରଭୁ ରାମଙ୍କୁ ଦର୍ଶନ ପାଇଁ କୋଣ ଅନୁକୋଣରୁ ଭକ୍ତଙ୍କ ସମାଗମ ହେଉଛି। ଏହାରି ଭିତରେ ପ୍ରାଣ ପ୍ରତିଷ୍ଠା ହେବାର ୧୧ ଦିନ ବିତିଗଲାଣି। ଏହି ସମାରୋହ ପରଠାରୁ ପ୍ରାୟ ୨୫ ଲକ୍ଷ ଭକ୍ତ ରାମ ଜନ୍ମଭୂମିରେ ରାମଲାଲାଙ୍କୁ ଦର୍ଶନ କରିଛନ୍ତି। ଅର୍ପଣ ଓ ଦାନ ପରିମାଣ ୧୧ କୋଟି ଟଙ୍କା ଅତିକ୍ରମ କରିଥିବା ରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ଟ୍ରଷ୍ଟ ପକ୍ଷରୁ ସୂଚନା ଦିଆଯାଇଛି।

Advertisment

ଗତ ୧୧ ଦିନ ମଧ୍ୟରେ ଦାନ ବାକ୍ସରେ ପାଖାପାଖି ୮ କୋଟି ଟଙ୍କା ଜମା ହୋଇଥିବା ବେଳେ ଚେକ୍‌ ଓ ଅନଲାଇନ୍‌ ଜରିଆରେ ମିଳିଥିବା ରାଶି ପ୍ରାୟ ୩.୫୦ କୋଟି ଟଙ୍କା ରହିଛି। ଭକ୍ତମାନେ ଦାନ ଦେଉଥିବା ଗର୍ଭଗୃହ ସମ୍ମୁଖରେ ଥିବା ଚାରୋଟି ବଡ଼ ଆକାରର ଦାନ ବାକ୍ସକୁ ରଖାଯାଇଛି। ଏଥିରେ ଶ୍ରଦ୍ଧାଳୁମାନେ ଟଙ୍କା ଦାନ କରିଥାନ୍ତି। ଏହାବ୍ୟତୀତ ଲୋକମାନେ ୧୦ଟି କମ୍ପ୍ୟୁଟରୀକୃତ କାଉଣ୍ଟରରେ ଦାନ କରୁଛନ୍ତି ବୋଲି ମନ୍ଦିର ଟ୍ରଷ୍ଟର ଦାୟିତ୍ୱରେ ଥିବା କାର୍ଯ୍ୟାଳୟ ପ୍ରଭାରୀ ପ୍ରକାଶ ଗୁପ୍ତା ସୂଚନା ଦେଇଛନ୍ତି।
ଦାନ କାଉଣ୍ଟରରେ ମନ୍ଦିର ଟ୍ରଷ୍ଟ କର୍ମଚାରୀଙ୍କୁ ନିଯୁକ୍ତ କରାଯାଇଛି। ସେମାନେ ପ୍ରତିଦିନ ସନ୍ଧ୍ୟାରେ କାଉଣ୍ଟର ବନ୍ଦ ହେବା ପରେ ଟ୍ରଷ୍ଟ କାର୍ଯ୍ୟାଳୟରେ ପ୍ରାପ୍ତ ଦାନ ରାଶିର ହିସାବ ଦାଖଲ କରୁଛନ୍ତି। ୧୧ଜଣ ବ୍ୟାଙ୍କ କର୍ମଚାରୀ ଓ ମନ୍ଦିର ଟ୍ରଷ୍ଟର ୩ ଜଣିଆ ଟିମ୍‌ ୪ଟି ଦାନ ବାକ୍ସରେ ସଂଗୃହୀତ ରାଶିର ଗଣନା କରୁଛନ୍ତି। ଦାନ ରାଶି ଜମା କରିବାଠାରୁ ଆରମ୍ଭ କରି ଗଣନା ପର୍ଯ୍ୟନ୍ତ ସବୁ କିଛି ସିସିଟିଭି କ୍ୟାମେରାର ନଜରରେ ରହିଛି।

Devotees Ayodhya Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ