Lal Krishna Advani
ଅଯୋଧ୍ୟାରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗଦେବେ ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ । ଗତକାଲି ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ତାଙ୍କ ବାସଭବନକୁ ଯାଇ ନିମନ୍ତ୍ରଣ ପତ୍ର ଦେଇଥିଲେ । ଆଡଭାନୀଙ୍କ ଅଯୋଧ୍ୟାଗସ୍ତ ବେଳେ ତାଙ୍କୁ ସମସ୍ତ ପ୍ରକାର ସୁବିଧା ସୁଯୋଗ ଦିଆଯିବ । ୯୬ବର୍ଷୀୟ ଆଡଭାନୀଙ୍କ ଚିକିତ୍ସା ପାଇଁ ମେଡିକାଲ ଟିମ୍ ମଧ୍ୟ ମହଜୁଦ ରହିବେ ।
ସେପଟେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ମୁଖ୍ୟ ମୋହନ ଭାଗବତଙ୍କୁ ମଧ୍ୟ ଆନୁଷ୍ଠାନିକ ନିମନ୍ତ୍ରଣ ଦିଆଯାଇଛି । ରାମ ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର ଓ ବିଶ୍ୱ ହିନ୍ଦୁ ପରିଷଦର ଆନ୍ତର୍ଜାତିକ କାର୍ଯ୍ୟକାରୀ ସଭାପତି ଆଲୋକ କୁମାର ନୂଆଦିଲ୍ଲୀରେ ମୋହନ ଭାଗବତଙ୍କୁ ଭେଟି ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବାକୁ ନିମନ୍ତ୍ରଣ ଦେଇଥିଲେ । ଆସନ୍ତା ୨୨ରେ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ହେବ ।
ଅଧିକ ପଢ଼ନ୍ତୁ: ଅଯୋଧ୍ୟା ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବକୁ ଯିବନି କଂଗ୍ରେସ
ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା ଉପଲକ୍ଷେ ରାମଭକ୍ତିରେ ଗଦଗଦ ସାରା ଭାରତ । ରାମ ମନ୍ଦିର ନିର୍ମାଣରେ ବିଭିନ୍ନ ରାଜ୍ୟର ଯୋଗଦାନ ରହିଥିବା ବେଳେ, ଏବେ ମଧ୍ୟ ଦେଶର ବିଭିନ୍ନ ପ୍ରାନ୍ତରୁ ଛୁଟିଛି ପ୍ରଭୁଙ୍କ ପାଇଁ ବିଭିନ୍ନ ଦିବ୍ୟ ନୈବେଦ୍ୟ । ଏ ଭିତରେ କିଛି ରାମଭକ୍ତଙ୍କ ନେଇ ବି ଚର୍ଚ୍ଚା ଜୋର୍ ଧରିଛି। କିଏ ଶ୍ରୀରାମଙ୍କ ପାଇଁ ପାଦୁକା ତିଆରି ୭ ହଜାର କିଲୋମିଟର ପଦଯାତ୍ରା କରିଛି, ତ କିଏ ୩୦ ବର୍ଷର ମୌନବ୍ରତ ଭାଙ୍ଗିବାକୁ ଯାଉଛି ।
ସାରା ଦେଶରୁ ଅଯୋଧ୍ୟାକୁ ଛୁଟିଛି ଉପହାରର ସୁଅ । ସୁନା-ରୁପାଠୁ ନେଇ ମନ୍ଦିର ପାଇଁ ଘଣ୍ଟି, ନାଗରା ଓ ଆଲମାରି । ରାମଲାଲାଙ୍କ ପାଇଁ ନୈବେଦ୍ୟ ପଠାଉଛି ସାରା ଭାରତ। ରାମଲାଲାଙ୍କ ଚରଣ ପାଦୁକା ୮ କେଜି ରୁପାରେ ତିଆରି, ଉପରେ ଲାଗିଛି ସୁନାର କୋଟିଂ । ଚିତ୍ରିତ ହୋଇଛି ଶଙ୍ଖ, ଚକ୍ର, ଗଦା, ପଦ୍ମ, ଧନୁତୀର ଓ ଅନ୍ୟ ଆୟୁଧ, ନନ୍ଦି, ଧ୍ୱଜା, ସୂର୍ଯ୍ୟ-ଚନ୍ଦ୍ର ଇତ୍ୟାଦି । ରାମାୟଣରେ ଭରତଙ୍କ ପାଦୁକା ପୂଜାର ଖୁବ୍ ମହତ୍ତ୍ୱ ଥିବା ବେଳେ, ଏବେ ରାମଲାଲାଙ୍କ ପାଇଁ ଏହି ପାଦୁକା ତିଆରି କରି ପୂଜା କରୁଛନ୍ତି ଜଣେ ପରିଣତ ବୟସ୍କ ଭକ୍ତ । ହାଇଦ୍ରାବାଦର ୬୪ ବର୍ଷୀୟ ଚଲ୍ଲା ଶ୍ରୀନିବାସ ଶାସ୍ତ୍ରୀ ଏହାକୁ ଧରି ଅଯୋଧ୍ୟା ଅଭିମୁଖେ ୭ ହଜାର ୨ଶହ କିଲୋମିଟର ପଦଯାତ୍ରା କରିଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1704948067.jpg)