Advertisment

‘୩୧ ଡିସେମ୍ବର ସୁଦ୍ଧା ସରିବ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ସମ୍ପୂର୍ଣ୍ଣ କାମ’

୩୧ ଡିସେମ୍ବର ସୁଦ୍ଧା ସରିବ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ସମ୍ପୂର୍ଣ୍ଣ କାମ। ଗ୍ରାଉଣ୍ଡରେ ସ୍ଥିତି ଯାଞ୍ଚ ପରେ ଆଜି କିଛି ଏଭଳି ସୂଚନା ଦେଇଛନ୍ତି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର।

Ayodhya Ram Mandir

Ayodhya Ram Mandir

Advertisment

୩୧ ଡିସେମ୍ବର ସୁଦ୍ଧା ସରିବ ଅଯୋଧ୍ୟା ଶ୍ରୀରାମ ମନ୍ଦିରର ସମ୍ପୂର୍ଣ୍ଣ କାମ। ଗ୍ରାଉଣ୍ଡରେ ସ୍ଥିତି ଯାଞ୍ଚ ପରେ ଆଜି କିଛି ଏଭଳି ସୂଚନା ଦେଇଛନ୍ତି ମନ୍ଦିର ନିର୍ମାଣ କମିଟି ଅଧ୍ୟକ୍ଷ ନୃପେନ୍ଦ୍ର ମିଶ୍ର। ରାମ ଦରବାର ସହ ପ୍ରଥମ ଓ ଦ୍ବିତୀୟ ମହଲା ସମ୍ପୂର୍ଣ୍ଣ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ଉପର ଓ ଦ୍ବିତୀୟ ମହଲାରେ ସୁରକ୍ଷା ସ୍ଥିତିକୁ ଯାଞ୍ଚ କରିବା ସହ ଶ୍ରଦ୍ଧାଳୁଙ୍କ ଆଗମନକୁ ନେଇ ସବୁ ପ୍ରକାର ବ୍ୟବସ୍ଥା ହୋଇଛି। ବିଶେଷ ଭାବେ ନିର୍ମାଣ ଓ ନିର୍ମାଣ ପରେ ଆସିବାକୁ ଥିବା ସମସ୍ତ ଚ୍ୟାଲେଞ୍ଜକୁ ପରଖାଯାଇଥିବା ସେ ଦୋହରେଇଛନ୍ତି। 

Advertisment

ତେବେ ମନ୍ଦିରର ୧୫ ଫୁଟ୍ ଉଚ୍ଚ ପରକୋଟା ଅର୍ଥାତ ପାଚେରୀର ସମ୍ପୂର୍ଣ୍ଣ ହେବାକୁ ଆଉ କିଛି ସମୟ ଲାଗିପାରେ ବୋଲି ସେ ଦୋହରାଇଛନ୍ତି । ଚଳିତ ଜାନୁଆରୀ ୨୨ ତାରିଖରେ ରାମ ମନ୍ଦିରର ପ୍ରାଣ ପ୍ରତିଷ୍ଠା ହୋଇ ପ୍ରତିଦିନ ଲକ୍ଷାଧିକ ଶ୍ରଦ୍ଧାଳୁ ରାମଲାଲାଙ୍କୁ ଦର୍ଶନ କରୁଛନ୍ତି। 

ତେବେ ଅଯୋଧ୍ୟାରେ ଗତ ଜାନୁଆରୀ ୨୨ରେ ପ୍ରଭୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ସରିଛି । ଯାହା ଫଳରେ ୫ଶହ ବର୍ଷ ଅପେକ୍ଷାର ଅନ୍ତ ହୋଇଛି । ଜାନୁଆରୀ ୨୨ ଦିନ ଠିକ୍ ୧୨ଟା ୨୯ ମିନିଟ୍ ୮ ସେକେଣ୍ଡରେ ସମ୍ପନ୍ନ ହୋଇଥିଲା ପ୍ରାଣ ପ୍ରତିଷ୍ଠା । ବେଦମନ୍ତ୍ର ଉଚ୍ଚାରଣ ସହ ୮୪ ସେକେଣ୍ଡର ଅଭିଜିତ ମୁହୂର୍ତ୍ତରେ ରାମଲାଲାଙ୍କ ବିଗ୍ରହର ହୋଇଥିଲେ ଜୀବନ୍ୟାସ । ଗର୍ଭଗୃହରେ ପ୍ରବେଶ କରି ରାମଲାଲାଙ୍କ ନୂଆ କମନୀୟ ବିଗ୍ରହର ପାଦରେ ପଦ୍ମ ପୁଷ୍ପାଞ୍ଜଳି ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି।

Advertisment

ତେବେ ସବୁଠାରୁ ବଡ଼ କଥା ହେଉଛି ମନ୍ଦିର ନିର୍ମାଣରେ ଆଦୌ ଲୁହା ବ୍ୟବହାର କରାଯାଇନି । ଆଦ୍ରତାରୁ ରକ୍ଷା ପାଇଁ ଗ୍ରାନାଇଟରେ ୨୧ ଫୁଟର ବେସ୍ ତିଆରି ହୋଇଛି । ମନ୍ଦିର ପରିସରରେ ୨୫ ହଜାର ଯାତ୍ରୀଙ୍କ ରହିବା ଭଳି ତୀର୍ଥଯାତ୍ରୀ କେନ୍ଦ୍ର ନିର୍ମାଣ କରାଯାଇଛି । ଯାତ୍ରୀଙ୍କ ପାଇଁ ମେଡିକାଲ ସୁବିଧା ସହିତ ଲକର୍ ବ୍ୟବସ୍ଥା ବି ରହିଛି । ମନ୍ଦିର ପରିସରରେ ସ୍ନାନ, ଶୌଚ ପାଇଁ ଅଲଗା ଏକ ବ୍ଲକ୍ ନିର୍ମାଣ କରାଯାଇଛି । ୭୦ ଏକର ବିଶିଷ୍ଟ ମନ୍ଦିର ପରିସରର ୭୦ ପ୍ରତିଶତ ଅଂଶରେ ବୃକ୍ଷରୋପଣ କରାଯାଇଛି।

Ayodhya Ram Mandir Ram Mandir
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ