ରାଜ୍ୟ ସରକାର କଲେ ଛୁଟି ଘୋଷଣା; ଜାନୁଆରୀ ୨୨ ହାଫ୍ ଡେ’

ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ହାଫ୍ ଡେ’ ଛୁଟି ଘୋଷଣା କରାଯାଇଛି । ୨୨ ତାରିଖ ଅପରାହ୍ନ ୨ଟା ୩୦ ଯାଏଁ ଅଫିସ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଜାନୁଆରୀ ୨୨କୁ ହାଫ୍ ଡେ’ ଛୁଟି

ଜାନୁଆରୀ ୨୨ରେ ଅଯୋଧ୍ୟାରେ ହେବ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ । ଏହି ଉତ୍ସବକୁ ଦୃଷ୍ଟିରେ ରଖି ଜାନୁଆରୀ ୨୨କୁ ହାଫ୍ ଡେ’ ଛୁଟି ଘୋଷଣା କଲେ ରାଜ୍ୟ ସରକାର । ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ହାଫ୍ ଡେ’ ଛୁଟି ଘୋଷଣା କରାଯାଇଛି । ୨୨ ତାରିଖ ଅପରାହ୍ନ ୨ଟା ୩୦ ଯାଏଁ ଅଫିସ ଛୁଟି ଘୋଷଣା କରିଛନ୍ତି ରାଜ୍ୟ ସରକାର ।

ଆଜି କେନ୍ଦ୍ର ସରକାର ମଧ୍ୟ ଜାନୁଆରୀ ୨୨କୁ ହାଫ୍ ଡେ’ ଛୁଟି ଘୋଷଣା କରିଥିଲେ । ଘୋଷଣା ଅନୁସାରେ କେନ୍ଦ୍ର ସରକାରଙ୍କ ସବୁ ଅଫିସ୍ ଓ ଶିକ୍ଷାନୁଷ୍ଠାନ ଗୁଡ଼ିକ ବନ୍ଦ ରହିବ । ସାରା ଦେଶରେ ଅଧା ଦିନ ପାଇଁ କେନ୍ଦ୍ର ସରକାର ଛୁଟି ଘୋଷଣା କରିଛନ୍ତି । ଆଉ ଏବେ ରାଜ୍ୟ ସରକାର ମଧ୍ୟ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ପାଇଁ ଜାନୁଆରୀ ୨୨କୁ ହାଫ୍ ଡେ’ ଛୁଟି ଘୋଷଣା କରିଛନ୍ତି ।

ପୂର୍ବରୁ ରାମଲାଲାଙ୍କ ପ୍ରାଣ ପ୍ରତିଷ୍ଠା ଦିନ ସରକାରୀ ଛୁଟି ଘୋଷଣା କରିବାକୁ ଦାବି ହୋଇଆସୁଥିଲା । ଏହି ମହତ୍ ହିନ୍ଦୁ ସମାରୋହକୁ ଆଗେଇ ନେବା ପାଇଁ କିଛି ରାଜ୍ୟ ଆସନ୍ତା ଜାନୁଆରୀ ୨୨କୁ ଛୁଟି ଘୋଷଣା କରିଛନ୍ତି ।