Shanidev: ପୂଜା ଡାଲାରେ ପଡ଼ିଲା କଟାମୁଣ୍ଡ, ଚମକି ପଡ଼ିଲେ ଗୁରୁ

କ୍ରୋଧୀ ଶନିଦେବ ତାଙ୍କ ଗୁରୁଙ୍କୁ ମଧ୍ୟ ଛାଡ଼ିନଥିଲେ। ଗୁରୁ ହାତ ଯୋଡ଼ି କହିଥିଲେ, ମୋର ଗୁରୁଦକ୍ଷିଣା ଦରକାର ନାହିଁ, ତୁ ଯା। କିନ୍ତୁ କେବେବି ମୋ ଉପରେ କୋପଦୃଷ୍ଟି ପକାଇବୁ ନାହିଁ। ଏହାପରେ ଗୁରୁଦେବଙ୍କୁ ଶନି କି ଉତ୍ତର ଦେଲେ, ଆଉ ଗୁରୁଙ୍କ ଉପରେ କୋପଦୃଷ୍ଟି ପକେଇଲେ ନା ନାହିଁ, ପଢ଼ନ୍ତୁ ପୂରା କାହାଣୀ।

କାହିଁକି ପଡ଼େ ଶନିଦେବଙ୍କ କୋପଦୃଷ୍ଟି

ଗ୍ରହଦେବତା ନବଗ୍ରହ ମଧ୍ୟରେ ଶନିଶ୍ଚର ଅନ୍ୟତମ। ସେ ହେଉଛନ୍ତ ଗ୍ରହରାଜ ସୂର୍ଯ୍ୟଙ୍କ ସନ୍ତାନ। ତାଙ୍କର ମାତା ହେଉଛନ୍ତ ଛାୟାଦେବୀ। ଅନ୍ୟ ମାତାଙ୍କ ନାମ ମାୟାଦେବୀ। ଶନିଶ୍ଚରଙ୍କୁ ମହାଗ୍ରହ ରୂପେ ପୁଜା କରଯାଏ। ତାଙ୍କର କୋପଦୃଷ୍ଟି ଯାହା ଉପରେ ପଡ଼େ ସେ ତଳିତଳାନ୍ତ ହୋଇଯାଏ। କିନ୍ତୁ ସେ ଯାହା ଉପରେ ଶୁଭଦୃଷ୍ଟି ପକାନ୍ତି ସେ ସକଳ ସୌଭାଗ୍ୟର ଅଧିକାରୀ ହୋଇଥାଏ। ଦେବଗୁରୁ ବୃହସ୍ପତି ହେଉଛନ୍ତ ଶନିଶ୍ଚରଙ୍କ ବିଦ୍ୟାଗୁରୁ। ସକଳ ବିଦ୍ୟା ହାସଲ ପରେ ଶନିଶ୍ଚର, ଗୁରୁଦେବଙ୍କୁ ଦିନେ ପ୍ରାର୍ଥନା କଲେ ତାଙ୍କଠାରୁ ଇଚ୍ଛା ମୁତାବକ ଦକ୍ଷିଣା ମାଗି ଗ୍ରହଣ କରିବା ପାଇଁ।

ଦେବଗୁରୁ କହିଲେ- ପ୍ରିୟ ଶିଷ୍ୟ ଶନିଶ୍ଚର ! ମୁଁ ତୁମଠାରୁ କୌଣସି ଦକ୍ଷିଣା ଚାହେଁନାହିଁ। ତୁମେ କେବଳ ମୋର ଅନୁରୋଧ ରକ୍ଷା କରି ମୋ ଉପରେ କଦାପି କୋପଦୃଷ୍ଟି ପକାଇବ ନାହଁ। ଏହା ହିଁ ହେବ ମୋ ପାଇଁ ତୁମର ଶ୍ରେଷ୍ଠ ଗୁରୁଦକ୍ଷିଣା।

ଶନିଶ୍ଚର ହାତଯୋଡ଼ି କହିଲେ—“ଗୁରୁଦେବ ! ଏ ସଚରାଚର ସମସ୍ତଙ୍କ ପ୍ରତି ମୋର କୋପଦୃଷ୍ଟି ନିଶ୍ଚିତ ଭାବେ ପଡ଼ିଥାଏ। ଏଥିରୁ ଆପଣ କିପରି ଛାଡ଼ ପାଇବେ? ତେବେ ମାତ୍ର ଥରକ ପାଇଁ ମୋର କୋପଦୃଷ୍ଟି ଆପଣଙ୍କ ଉପରେ ପଡ଼ିବା ସୁନିଶ୍ଚିତ। ଏଥିପାଇଁ ଆପଣ ମୋତେ କ୍ଷମା କରିବେ। ଆପଣଙ୍କ ଉପରେ ମୋର କୋପଦୃଷ୍ଟି ପଡ଼ିବା ପରେ, ତିନିପୁରର ଲୋକେ ଶନିବ୍ରତ ପାଳନ କରି ମୁକ୍ତିଲଭ କରିବେ, ଏହା ମୋର ଇଚ୍ଛା। ଗୁରୁ ଏଥିରେ ରାଜି ହେଲେ।

ଥରେ ଶେଷ ମାସ କୃଷ୍ଣପକ୍ଷ ଆଦ୍ୟ ଶନବାର ଦିନ ଗୁରୁ ବୃହସ୍ପତ୍ତ ସ୍ନାନ ସନ୍ଧ୍ୟା କର ସୁବର୍ଷ ଶୃଙ୍ଗ ଡ଼ରେ ଫୁଲ, ଫଳ, ଧୂପ, ଦୀପ ଧରି ଦେବପୂଜା ପାଇଁ ଯାଉଥାନ୍ତି। ତାଙ୍କ ଉପରେ ଶନିଙ୍କର କୋପଦୃଷ୍ଟି ପଡ଼ଗଲ। ହଠାତ୍ ପୂଜା ଡ଼ାଲା ଉପରେ ଆକାଶ ମାର୍ଗରୁ ରକ୍ତ ଝରୁଥିବା ଗୋଟାଏ କଟାମୁଣ୍ଡ ଆସି ପଡ଼ିଗଲା। ଗୁରୁ ଚମକି ପଡ଼ିଲେ। ପୂଜା ସାମଗ୍ରୀ ସବୁ ମାରା ହୋଇଗଲା। ହାତରୁ ଖସି ତାହା ତଳେ ପଡ଼ିଗଲା। ଏଭଳି ଆକସ୍ମିକ ଅମଙ୍ଗଳ ଯୋଗୁଁ ଗୁରୁ ବୃହସ୍ପତ୍ତି ବିଚଳିତ ହୋଇଗଲେ। ତାଙ୍କୁ ପାପ ସ୍ପର୍ଶ କଲା ବୋଲି କାନ୍ଦି ପକାଇଲେ। ସେ ଭଗବାନ ବିଷ୍ଣୁଙ୍କୁ ଧ୍ୟାନ କର ଏ ପାପରୁ ମୁକ୍ତ କରିବା ପାଇଁ ଆକୁଳ ପ୍ରାର୍ଥନା କଲେ।

ଭଗବାନ ବିଷ୍ଣୁ, ଶିବ ତଥା ସମସ୍ତ ଦେବଗଣ ଗୁରୁଙ୍କ ପାଖରେ ଆସି ପହଞ୍ଚିଗଲେ। ଏଭଳି ଅମଙ୍ଗଳ କାହିଁକ ଘଟିଲା ଏବଂ ଏହାର କାରଣ ନିର୍ଣ୍ଣୟ ପାଇଁ ଅନୁସନ୍ଧାନ କରାଗଲା। ଶନିଶ୍ଚର ମଧ୍ୟ ସେଠାରେ ଉପସ୍ଥିର ଥିଲେ। ସେ ହାଇଯୋଡ଼ି ଗୁରୁଦେବଙ୍କ ପାଦତଳେ ପଡ଼ିଗଲେ। ବିଷ୍ଣୁ ତଥା ଅନ୍ୟାନ୍ୟ ଦେବତାମାନଙ୍କୁ ଯଥାମାନ୍ୟ ଜଣାଇ ସବୁ ଘଟଣା ବର୍ଣ୍ଣନା କଲେ। ଏ ଅମଙ୍ଗଳ ଘଟାଇଥିବା ଯୋଗୁଁ କ୍ଷମା ମାଗିଲେ। ତାଙ୍କୁ ଯେତେବେଳେ ଏହାର କାରଣ ପଚରାଗଲା ସେ କହିଲେ— “ଥରକ ପାଇଁ ଗୁରୁଦେବଙ୍କ ଉପରେ ମୁଁ କୋପଦୃଷ୍ଟି ପକାଇବାର କାରଣ ହେଲା, ମୁଁ ଏ ବିଚିତ୍ର ଘଟଣା ଘଟାଇ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଗୃହୁଁଥିଲି। ସମସ୍ତଙ୍କୁ ମୁଁ ପ୍ରାର୍ଥନା କରୁଛି ଯେ, ସମସ୍ତେ ମୋତେ ଏହି ବର ଦିଅନ୍ତୁ ଯେ, ତିନିପୁରରେ ଶନିଶ୍ଚର ବ୍ରତ ନାମକ ବ୍ରତ ପାଳନ କରି ମୋର କୋପଦୃଷ୍ଟିରୁ ବର୍ତ୍ତିଯାଆନ୍ତୁ ଏବଂ ସକଳ ସୌଭାଗ୍ୟ ଲଭ କରନ୍ତୁ।

ନାରାୟଣ ଶନିଙ୍କ ଉପରେ ପ୍ରୀତ ହୋଇ କହିଲେ- ତଥାସ୍ତୁ। ସେ ଘୋଷଣା କଲେ ବୈଶାଖ ମାସର ଚାରୋଟି ଯାକ ଶନିବାର ଶନି ବ୍ରତ ପାଳନ ପାଇଁ ସଂରକ୍ଷିତ ହେଲା I ଦେବାସୁର ନର ସମସ୍ତେ ମହାଗ୍ରହ ଶନିଙ୍କ ବ୍ରତ ପାଳନ କରି ସୌଭାଗ୍ୟ ଲାଭ କରିବେ। ଦେବତାମାନେ ଏହାକୁ ସମର୍ଥନ ଜଣାଇଲେ। ଅପସରାମାନେ ହୁଳହୁଳି ଦେଲେ। ହରିବୋଲ ଶବ୍ଦ ସାଙ୍ଗକୁ ଜୟ ପ୍ରହରାଜ ଶନିଶ୍ଚରଙ୍କ ଜୟ ଜୟ ନାଦ ଧ୍ୱନୀତ ହେଲା। ସେହିଦିନଠା ଶନିବ୍ରତର ଉତ୍ପତ୍ତି ହେଲା।

ଅଡୁଆରେ ପଡ଼ିଗଲେ ରାଜା ବିକ୍ରମାଦିତ୍ୟ

ଏହି ଶନିଶ୍ଚର ବ୍ରତ ମହାରାଜା ବିକ୍ରମାଦିତ୍ୟଙ୍କ ସମୟରେ ପୃଥବୀରେ ପ୍ରଚଳିତ ହେଲା। ଏକଦା ଜଗତଜନନୀ ମହାଲକ୍ଷ୍ମୀ ଓ ମହାଗ୍ରହ ଶନିଙ୍କ ମଧ୍ୟରେ ବିବାଦ ହେଲା। ଏ ଦୁହିଁଙ୍କ ମଧ୍ୟରୁ କିଏ ବଡ଼ ତାହା ନିରୂପଣ କରିବା ପାଇଁ ସେମାନେ ନିରପେକ୍ଷ ବିଚାରବନ୍ତ ତଥା ସର୍ବଗୁଣ ସଂପନ୍ନ ରାଜା ବିକ୍ରମାଦିତ୍ୟଙ୍କୁ ଅନୁରୋଧ କଲେ। ବିକ୍ରମାଦିତ୍ୟ ବଡ଼ ଅଡୁଆ ପଡ଼ିଲେ। ଜଗତଜନମ ମହାଲକ୍ଷ୍ମୀ ଶନିଙ୍କଠାରୁ ବଡ଼ ବୋଲି ସତକଥା ପ୍ରକାଶ କଲେ, ଶନିଙ୍କ କୋପଦୃଷ୍ଟିରେ ସେ ପଡ଼ିବା ନିଶ୍ଚିତ। ତଥାପି ସେ ଏକ କୌଶଳ ଦ୍ୱାରା ଏହି ରାୟ ଦେବାକୁ ଠିକ କଲେ। ସେ ନିଜ ଦରବାରରେ ଏକାଭଳି ଦୁଇଟି ସିଂହାସନ ନିର୍ମାଣ କଲେ। ଗୋଟିଏ ରୂପାରେ ତିଆରି କଲେ, ଅନ୍ୟ ସୁନାରେ ତିଆରି କଲେ। ଦୁଇଟି ଯାକ ଆସନ ଦେଖାଇ ସେ ମହାଲକ୍ଷ୍ମୀ ଓ ଶନିଙ୍କୁ ବସିବା ପାଇଁ ଅନୁଗେଧ କଲେ। ଧନଧାନ୍ୟର ଦେବୀ ମହାଲକ୍ଷ୍ମୀ ଯାଇ ସୁବର୍ଣ୍ଣ ସିଂହାସନରେ ବସିଲେ। ସେହିପରି ଶନିଦେବ ଯାଇ ରୌପ୍ୟ ସିଂହାସନରେ ବସିଗଲେ। ଏଥର ବିକ୍ରମାଦିତ୍ୟ ବିନମ୍ରତାର ସହିତ ଘୋଷଣା କଲେ, ଆସନ ଅନୁସାରେ କିଏ ବଡ଼ କିଏ ସାନ ତାହା ନିରୂପିତ ହେଉ। ସଭାଜନମାନେ ମହାଲକ୍ଷ୍ମୀଙ୍କୁ ବଡ଼ ଓ ଶନିଙ୍କୁ ସାନ ବୋଲ ରାୟ ଦେଲେ।

ଗ୍ରହଶ୍ରେଷ୍ଠ ଶନି ଏଥିରେ କ୍ଷୁବ୍ଧ ହେବା ସ୍ୱାଭାବିକ ଥିଲା। ତାଙ୍କର କୋପଦୃଷ୍ଟି ମହାରାଜା ବିକ୍ରମାଦିତ୍ୟଙ୍କ ଉପରେ ପଡ଼ିଲା। ଫଳରେ ସେ ରୋଗଗ୍ରସ୍ତ ହୋଇପଡ଼ିଲେ। ଧନ ସଂପଦ କ୍ଷୟ ହେଲା। ଅପଯଶ ଘଟିଲା। ରାଜା ବିକ୍ରମାଦିତ୍ୟ ଏହା ଶନିଙ୍କର କୋପରୁ ଘଟୁଥିବା ଜାଣିପାରିଲେ। ଭାଗ୍ୟ ଆଦରି ସେ ସବୁ ଯାତନା ସହ୍ୟ କରୁଥାନ୍ତି। କ୍ରମେ ଏହା ଅସହ୍ୟ ହେବାରୁ ସେ ଭଗବାନ ବିଷ୍ଣୁଙ୍କ ଶରଣ ପଶିଲେ। ଏଥିରୁ ତାଙ୍କୁ ରକ୍ଷା କରିବା ନିମନ୍ତେ ପ୍ରାର୍ଥନା କଲେ। ଭଗବାନ ବିଷ୍ପୁ ଶ୍ରୀମୁଖରେ ଆଜ୍ଞ ଦେଲେ, ରିଷ୍ଟଖଣ୍ଡନ ପାଇଁ ମହାଗ୍ରହ ଶନିଙ୍କ ଓଷା ପାଳନ କରିବାକୁ ହେବ। ରାଜା କହିଲେ—“ମୁଁ ରାଜ୍ୟ ଶାସନରେ ଲିପ୍ତ ଯୋଗୁଁ ସମୟ ପାଇବି ନାହିଁ। ମୋ ରାଣୀ ଏହି ବ୍ରତ ପାଳନ କରିବେ। ଆପଣ ଓଷାର ବିଧି ବିଧାନ ବତାଇ ଦିଅନ୍ତୁ।”

ଭଗବାନ କହିଲେ— ଗୃହ ଭିତରେ ଗୋଟିଏ ଆସ୍ଥାନ ସ୍ଥାପନ କରିବ। ସେଠାରେ ଶନିଶ୍ଚରଙ୍କୁ ବିରାଜମାନ କରିବ। ଧୂପ, ଦୀପ, ଫୁଲ, ଫଳ ନୈବେଦ୍ୟ ଦେଇ ତାହାଙ୍କୁ ପୂଜା କରିବ। ସଂସାରରେ ଯେତେ ପ୍ରକାର ଫଳ ଅଛି ଶନିଙ୍କୁ ଅର୍ପଣ କରିବ। ଆମ୍ବ, ପଣସ, କଦଳୀ, ନଡ଼ିଆ, କାକୁଡ଼ି, ସେଓ, ବେଦନା, ଅଙ୍ଗୁର, ନାସପାତି, ନାରଙ୍ଗ, ଖଜୁରି, ଆତ, ପିଜୁଳି, ସପୁରୀ ଆଦି ଭୋଗ ବାଢଢ଼ିବ। ଶନିଶ୍ଚରଙ୍କୁ ସାଷ୍ଟାଙ୍ଗ ପ୍ରଣାମ କର ଧ୍ୟାନ କରିବ। ହରିବୋଲ ହୁଳହୁଳି ପକାଇ ଗଗନ ପବନ ମୁଖରିତ କରିବ। ପୂଜା ଶେଷରେ ଉପସ୍ଥିତ ଓଷେଇତିମାନେ ଆନନ୍ଦରେ ପ୍ରସାଦ ନେଇ ଘରକୁ ଯିବେ। ଯେତେ ପରିବା ଓ ଫଳ ଓଷାରେ ସମର୍ପଣ କରାଯାଇଥିବ ସେ ସବୁ ଏକାଠି କରି ମାଟିହାଣ୍ଡିରେ ସିଦ୍ଧ କରବ। ଗୃହର ସକଳ କୁଟୁମ୍ବ ଏକାଠି ବସି ଆନନ୍ଦ ମନରେ ପ୍ରସାଦ ସେବନ କରି ଆତ୍ମାକୁ ଶାନ୍ତି ଦେବ। ଏହି ଓଷା କଲେ ଅପୁତ୍ରିକ ନାରୀ ପୁତ୍ରଲାଭ କରନ୍ତି। ପିତା ଗହେ ଥିବା ଯୁବତୀ କନ୍ୟାମାନେ ସ୍ୱାମୀ ଲାଭ କରନ୍ତି। ସକଲ ରିଷ୍ଟ ଖଣ୍ଡିତ ହୁଏ।

ବିକ୍ରମାଦିତ୍ୟଙ୍କ ଦୁଇରାଣୀ ଭାନୁମତି ଓ ତିଳୋତ୍ତମା ଏହି ଶନିଶ୍ଚର ଓଷା ବିଧି ପୂର୍ବକ ପାଳନ କଲେ। ରାଜାଙ୍କ ସବୁ ରିଷ୍ଟ କଟିଗଲା। ସୌଭଗ୍ୟ ଉଦୟ ହେଲା। ଏହି ବ୍ରତ ପାଳନ କରି ଲୀଳା, କମଳା, ବଜ୍ରିକାପୁରରେ ନୃସିଂହଙ୍କୁ, ସୀତା ରାମଚନ୍ଦ୍ରଙ୍କୁ, ସୁଲେଚନା ମାଧବରାଜାଙ୍କୁ ଦ୍ରୌପଦୀ କୋଟିବସ୍ତ୍ର ପଞ୍ଚପାଣ୍ଡବ ରାଜ୍ୟ, ଦମୟନ୍ତୀ ନଳଙ୍କୁ, ଅହଲ୍ୟା ଶାପମୁକ୍ତ ଲାଭ କରିଥିଲେ। ଏହି ବ୍ରତ ନକରି ରାବଣ କୁମ୍ଭକର୍ଣ୍ଣ ଦୁର୍ଯ୍ୟୋଧନାଦି କୌରବଗଣ ନାଶ ଯାଇଥିଲେ। ସୁତରାଂ ସର୍ବମଙ୍ଗଳ ପ୍ରଦ ଶନିଶ୍ଚର ଓଷା ସମସ୍ତେ ପାଳନ କରିବା ଉଚିତ।