Advertisment

ଜେଜେବାପାଙ୍କ ଶୁଦ୍ଧିକ୍ରିୟା ବେଳେ ନଦୀରେ ବୁଡ଼ି ନାତି ମୃତ

କଟକରେ ମହାନଦୀର ତୁଳସୀପୁର ହାତୀଗଡ଼ା ଘାଟରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା। ଜେଜେ ବାପାଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିବା ଜଣେ ଯୁବକଙ୍କର ନଦୀରେ ବୁଡ଼ି ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Drowning Death

Drowning Death

Advertisment

ଜେଜେଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବାକୁ ଆସିଥିବା ବେଳେ କଟକ ମହାନଦୀରେ ବୁଡ଼ି ନାତି ମୃତ। କଟକ ମହାନଦୀ ତୁଳସୀପୁର ହାତୀଗଡା ଘାଟରେ ରବିବାର ଘଟିଛି ଏକ ଅଭାବନୀୟ ଘଟଣା। ଖୋଜାଖୋଜି ପରେ ନଦୀରୁ ମୃତଦେହ ଉଦ୍ଧାର କରିଛି ଅଗ୍ନିଶମ ବାହିନୀ।

Advertisment

ସୂଚନା ଅନୁଯାୟୀ, ଜେଜେଙ୍କ ଶୁଦ୍ଧିକ୍ରିୟା କାମରେ ଯୋଗ ଦେବାକୁ ଆସିଥିଲେ ୨୧ ବର୍ଷିୟ ନାତୀ ରୂପକ ବାନାର୍ଜୀ। ଆଜି ଦଶ ତୁଠ ଶୁଦ୍ଧି କାମ ପାଇଁ ସମସ୍ତେ ଆସିଥିଲେ ନଦୀ କୂଳକୁ। ସମସ୍ତେ ଶୁଦ୍ଧି କାମରେ ଯୋଗ ଦେଇ ନଦୀରେ ଗାଧୋଉଥିଲେ। ଏହି ସମୟରେ ରୂପକ ଅଚାନକ ନଦୀ କୂଳରେ ଥିବା ଏକ ଉଚ୍ଚା ଜାଗାରୁ ନଦୀକୁ ଡେଇଁ ପଡିଥିଲେ। ପରେ ନିଖୋଜ ହୋଇଯାଇଥିଲେ।

ପରେ ଖୋଜାଖୋଜି କରିବା ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ରୂପକ ଭୁବନେଶ୍ୱରର ଏକ ଘରୋଇ କଲେଜର ବି.ଟେକ ଛାତ୍ର। ତେବେ କେଉଁ କାରଣରୁ ନଦୀକୁ ଡେଇଁଲେ ସେନେଇ କିଛି ସ୍ପଷ୍ଟ ହୋଇନି।

Advertisment
Mahanadi River Drowning Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ