Advertisment

Road Accident: କାଉଡିଆଙ୍କୁ ପିଟିଲା ମିନିଟ୍ରକ

ବୋଲବମ୍ ଭକ୍ତଙ୍କୁ ଧକ୍କା ଦେଲା ଦ୍ରୁତଗାମୀ ମିନି ଟ୍ରକ୍, ଦୁର୍ଘଟଣାରେ ଚାଲିଗଲା ମହିଳା କାଉଡିଆଙ୍କ ପ୍ରାଣ । ନୟାଗଡ଼ କଲ୍ୟାଣପୁର ଛକରେ ଘଟିଛି ଦୁର୍ଘଟଣା । ଦୁର୍ଘଟଣାରେ ୭ ଆହତ, ୪ ଜଣ AIIMS ସ୍ଥାନାନ୍ତର

ଅଦ୍ୟତନ ହୋଇଛି
road accident

road accident

Advertisment

ନୟାଗଡ଼: ବୋଲବମ୍ ଭକ୍ତଙ୍କୁ ଧକ୍କା ଦେଲା ଦ୍ରୁତଗାମୀ ମିନି ଟ୍ରକ୍। ଦୁର୍ଘଟଣାରେ ଚାଲିଗଲା କାଉଡିଆଙ୍କ ପ୍ରାଣ l ଶ୍ରାବଣ ଦ୍ୱିତୀୟ ସୋମବାରରେ ନୟାଗଡ଼ ଲଡ଼ୁବାବାଙ୍କ ପୀଠରେ ପାଣି ଢ଼ାଳିବାକୁ କଣ୍ଟିଲୋରୁ ଯାଉଥିବା ବେଳେ ଶରଣକୂଳ ଥାନା କଲ୍ୟାଣପୁର ଛକରେ ଦ୍ରୁତ ଗତିରେ ଆସୁଥିବା ଏକ ଟାଟା ଏସି ଭାରସ୍ୟାମ ହରାଇ ବୋଲବମ ଭକ୍ତ ଉପରେ ଚଢି ଯାଇଥିଲା। ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଛି। ।

Advertisment

ମୃତକ ହେଲେ ସ୍ଥାନୀୟ ଶରଣକୁଳ ଥାନା ଅଞ୍ଚଳର ପୂଜା ସ୍ୱାଇଁ l ଦୁର୍ଘଟଣାରେ ଆଉ ୭ ଜଣ ଗୁରୁତର ଆହତ ହୋଇଥିଲେ। ଆହତମାନଙ୍କୁ ନୟାଗଡ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ସେମାନଙ୍କ ମଧ୍ୟରୁ ୪ ଜଣଙ୍କର ଅବସ୍ଥା ଗୁରୁତର ହେବାରୁ ଭୁବନେଶ୍ୱର AIIMS କୁ ସ୍ଥାନାନ୍ତର କରାଯାଇଛି।...

AIIMS Road Accident Accident Nayagarh
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ