Advertisment

Viral Video: କାର୍‌ ଡୋର୍‌ରେ ପିଟି ହୋଇ ଟ୍ରକ୍‌ ଚକା ତଳେ ଫସିଗଲେ ଯୁବକ, ହେଲା ଏମିତି ଚମତ୍କାର...

କାର୍‌ ଡୋର୍‌ରେ ବାଇକ୍‌ ଚାଳକ ପିଟି ହେବା ଯୋଗୁ ଟ୍ରକ୍‌ ଚକା ତଳେ ଫସି ଯାଇଥିଲେ। ଯାହାକି ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି।

Biker Comes Under Truck Video Goes Viral

Biker Comes Under Truck Video Goes Viral

Advertisment

ସଡ଼କ ଦୁର୍ଘଟଣା କେଉଁଠି, କେତେବେଳେ ବି ହୋଇପାରେ। ତାହା କେହି କହିପାରିବେନି। ତେଣୁ ଗାଡ଼ି ଚଲାଇବା ସବୁବେଳେ ସତର୍କତା ଅବଲମ୍ବନ କରିବା ଉଚିତ୍‌। ହେଲେ ଅନେକ ଥର ଏମିତି ଘଟଣା ଘଟିଛି, ସତର୍କତା ରହିବା ସତ୍ତ୍ୱେ ମଧ୍ୟ କିଛି ଲୋକ ଦୁର୍ଘଟଣାର ଶିକାର ହୋଇଥାନ୍ତି। ଫଳରେ ଅକାଳରେ କେଉଁଠି ଲୋକଙ୍କ ଜୀବନ ଚାଲି ଯାଉଛି ତ ଆଉ କେଉଁଠି ସୌଭାଗ୍ୟବଶତଃ ବଡ଼ ଧରଣର ଅଘଟଣରୁ ଅଳ୍ପକେ ବର୍ତ୍ତି ଯାଉଛନ୍ତି। ଏମିତି ଏକ ଭିଡିଓ ଏବେ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହୋଇଛି। କାର୍‌ ଡୋର୍‌ରେ ବାଇକ୍‌ ଚାଳକ ପିଟି ହେବା ଯୋଗୁ ଟ୍ରକ୍‌ ଚକା ତଳେ ଫସି ଯାଇଥିଲେ। ଯାହାକି ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି। ଭଗବାନଙ୍କ କୃପାରୁ ବ୍ୟକ୍ତି ଜଣକ ବଞ୍ଚି ଯାଇଛନ୍ତି।

Advertisment

@TansuYegen ଟ୍ୱିଟର୍‌ ଆକାଉଣ୍ଟରେ ଭିଡିଓଟି ଶେୟାର ହୋଇଛି। ସାଧାରଣତଃ, ଏହି ଆକାଉଣ୍ଟରେ ଅଜବ ପ୍ରକାରର ଭିଡିଓ ଶେୟାର କରାଯାଇଥାଏ। ଏବେ ଏମିତି ଏକ ସଡ଼କ ଦୁର୍ଘଟଣାର ଏକ ଭିଡିଓ ଶେୟାର କରାଯାଇଛି। ହେଲେ ଏହି ଘଟଣା ସମସ୍ତଙ୍କୁ ଚକିତ କରିଛି। କାରଣ ଏଥିରେ କିଛି ଚମତ୍କାର ହୋଇଥିବା ନଜର ଆସିଛି। ଆପଣମାନେ ଦେଖିଥିବେ, ଭୟଙ୍କର ସଡ଼କ ଦୁର୍ଘଟଣାରେ ସାଧାରଣତଃ ଲୋକଙ୍କ ଜୀବନ ଚାଲିଯାଏ। ହେଲେ ଏହି ଭିଡିଓ କିଛି ଅଲଗା ଦୃଶ୍ୟ ଦେଖିବାକୁ ମିଳିଛି। 

ଟ୍ରକ୍‌ ଚକା ତଳେ ଫସିଗଲେ ବାଇକ୍‌ ଚାଳକ....

ଭାଇରାଲ୍‌ ଭିଡିଓରେ ଦେଖିବାକୁ ମିଳିଛି, ବାଇକ୍‌ ଚାଳକ ରାସ୍ତାରେ ଯାଉଥିବା ବେଳେ ତାଙ୍କ ସାମ୍ନାରେ ଏକ ବଡ଼ ଟ୍ରକ୍‌ ଯାଉଛି। ଟ୍ରକ୍‌କୁ ଓଭରଟେକ୍‌ କରିବା ପାଇଁ ବାଇକ୍‌ ଚାଳକ ଟ୍ରକ୍‌ ଓ ରାସ୍ତାକଡ଼ରେ ଛିଡ଼ା ହୋଇଥିବା ଗାଡ଼ି ମଝିରେ ଅଣଓସାରିଆ ରାସ୍ତା ଦେଇ ଯାଉଛନ୍ତି। ହଠାତ୍‌ ଏହି ସମୟରେ ଏକ କାର୍‌ର ଡୋର୍‌ ଖୋଲିବା ଯୋଗୁ ବାଇକ୍‌ ଚାଳକ ଏଥିରେ ପିଟି ହୋଇ ସିଧା ଯାଇ ଟ୍ରକ୍‌ ଚକା ତଳେ ଫସି ଯାଇଥିଲେ। ଭଗବାନଙ୍କ କୃପାରୁ ସେ ବଞ୍ଚି ଯାଇଥିଲେ। 

Advertisment

ଭିଡିଓକୁ ନେଇ ୟୁଜର୍ସମାନେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି। ଜଣେ ୟୁଜର କହିଛନ୍ତି, ଏଥିରେ କାର୍‌ ଡୋର୍‌ ଖୋଲିଥିବା ଡ୍ରାଇଭରଙ୍କ କୌଣସି ଭୁଲ୍‌ ନାହିଁ। ସବୁ ଭୁଲ୍‌ ବାଇକ୍‌ ଚାଳକଙ୍କର। କାରଣ ସେ ଭୁଲ୍‌ ରାସ୍ତାରେ ଯାଉଥିଲେ। ଆଉ ଜଣେ ୟୁଜର କହିଛନ୍ତି, କାର୍‌ ଡ୍ରାଇଭରଙ୍କ ସବୁ ଭୁଲ୍‌। କାରଣ ଗାଡ଼ିର ଡୋର୍‌ ଖୋଲିବା ପୂର୍ବରୁ ପଛକୁ ଦେଖିବାର ଥିଲା। 

Advertisment
Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ