Police Van Plunges Into Drain
କଟକରେ ବଡ଼ ଅଘଟଣ । ୨ ଜଣଙ୍କୁ ଧକ୍କା ଦେଇ ନାଳରେ ପଶିଲା ପୋଲିସ ଗାଡ଼ି । କଟକ ବିଜୁ ପଟ୍ଟନାୟକ ଛକରେ ୨ ଜଣଙ୍କୁ ଧକ୍କା ଦେଇଛି ପୋଲିସ ଗାଡ଼ି । ଏହି ଦୁଘର୍ଟଣାରେ ଜଣେ ଜୋତା ମରାମତି ଦୋକାନୀ ଓ ଜଣେ ସାଇକେଲ ଆରୋହୀ ଆହତ ହୋଇଛନ୍ତି । ପୋଲିସ ଗାଡ଼ିର ଡ୍ରାଇଭର ନିଶାସକ୍ତ ଥିବା ପ୍ରତ୍ୟକ୍ଷଦର୍ଶୀ ଅଭିଯୋଗ କରିଛନ୍ତି । ଗାଡ଼ି ଓ ଡ୍ରାଇଭରଙ୍କୁ ଉଦ୍ଧାର କରି ପୋଲିସ ନେଇଯାଇଛି । ତେବେ ପୋଲିସ୍ ପକ୍ଷରୁ ଏନେଇ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।
ସେପଟେ ଆଉ ଏକ ଘଟଣାରେ ରାସ୍ତା କଡ଼ରେ ତିନି ଜଣଙ୍କୁ ଧକ୍କା ଦେଇ ସୁନା ଦୋକାନ ଭିତରକୁ ପଶିଯାଇଛି କାର୍ । ଘଟଣାରେ ତିନି ଜଣ ଗୁରୁତର ଆହତ ହୋଇଥିବା ଜଣାପଡ଼ିଛି । ବୌଦ୍ଧ ପୁରୁଣାକଟକ ଛକ ନିକଟରେ ଏହି ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ତିନି ଜଣଙ୍କୁ ଧକ୍କା ଦେଇଛି କାର୍ । ଏହାପରେ ଭାରସାମ୍ୟ ହରାଇ କାରଟି ସୁନା ଦୋକାନ ଭିତରକୁ ପଶିଯାଇଥିଲା ।
ସମସ୍ତ ଆହତଙ୍କୁ ଉଦ୍ଧାର କରି ସ୍ଥାନୀୟ ଲୋକେ ପୁରୁଣାକଟକ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ । ଅବସ୍ଥା ଭଲ ନଥିବାରୁ ସମସ୍ତଙ୍କୁ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଯାଇଛି । ପୁରୁଣାକଟକ ପୋଲିସ୍ ଘଟଣା ସ୍ଥଳରେ ପହଞ୍ଚି କାର୍ ଚାଳକକୁ ଅଟକ ରଖିବା ସହ ଅଧିକ ତଦନ୍ତ ଜାରି ରଖିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1726224797.jpg)