Advertisment

ଓଡ଼ିଶା ଟ୍ରେନ ଟ୍ରାଜେଡି: ମାମଲା ରୁଜୁ କଲା CBI

ଦୁର୍ଘଟଣାସ୍ଥଳରେ CBI ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଦିଲ୍ଲୀରୁ ଏକ ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି ।

CBI

CBI

Advertisment

ବାହାନଗା ଟ୍ରେନ ଟ୍ରାଜେଡି ଘଟଣାରେ ମାମଲା ରୁଜୁ କଲା CBI । ରେଳ ମନ୍ତ୍ରାଳୟ ଆବେଦନର ତଦନ୍ତ ପାଇଁ ମାମଲା ରୁଜୁ କରିଛି ସିବିଆଇ । ପୂର୍ବରୁ ମାମଲା ରୁଜୁ କରିଥିବା GRP ଠାରୁ ତଦନ୍ତ ଭାର ନେଇଛି CBI । ଘଟଣାକୁ ନେଇ ବାଲେଶ୍ବର ଜିଆର୍‌ପି ଥାନାରେ ମାମଲା ହୋଇଥିଲା । ଦୁର୍ଘଟଣାକୁ ନେଇ ନିଜ ପକ୍ଷରୁ ମାମଲା ରୁଜୁ କରିଥିଲା ଜିଆରପି । 

Advertisment

ସେପଟେ ଦୁର୍ଘଟଣାସ୍ଥଳରେ CBI ପହଞ୍ଚି ଖୋଲତାଡ଼ ଆରମ୍ଭ କରିଛି । ଦିଲ୍ଲୀରୁ ଏକ ୧୦ ଜଣିଆ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି । ଜଣେ ଆଇଜି ରାଙ୍କର ଅଫିସର ପୁରା ମାମଲାର ତଦନ୍ତ କରୁଛନ୍ତି । ସିବିଆଇ ଟିମ୍ ସହ ସେଣ୍ଟ୍ରାଲ ଫରେନସିକର ବି କିଛି ସଦସ୍ୟ ରହିଛନ୍ତି । ଦୁର୍ଘଟଣାସ୍ଥଳ ବିଶେଷ ଭାବେ ଲୁପ୍ ଲାଇନ ଓ ମେନ୍ ଲାଇନକୁ ଯାଇ ତଦନ୍ତ କରିଛି । କାହିଁକି ଏତେ ବଡ଼ ଦୁର୍ଘଟଣା, ଏହା ପଛରେ କିଏ ଦାୟୀ, ଜାଣିଶୁଣି ତ୍ରୁଟି ହୋଇଛି ନା ଅବହେଳାରୁ ଏତେ ବଡ଼ ଟ୍ରାଜେଡି ହେଲା, ଏସବୁ ପ୍ରଶ୍ନର ଉତ୍ତର ଖୋଜୁଛି ତଦନ୍ତକାରୀ ସଂସ୍ଥା।

ଆଜି ଅଢ଼େଇ ଘଣ୍ଟାର ଛାନଭିନ ପରେ ଷ୍ଟେସନରୁ ବାହାରିଥିଲା ସିବିଆଇ ଟିମ୍। ଦୁର୍ଘଟଣା ସ୍ଥାନ, ଉତ୍ତର କେବିନ୍ ସହ ବାହାନଗା ଷ୍ଟେସନରେ ତଦନ୍ତ କରିଛି ଟିମ୍। ସିଗନାଲ ରୁମ୍ ଓ ଇଣ୍ଟରଲକ୍ ସିଷ୍ଟମ୍ ଯାଞ୍ଚ ହୋଇଛି । ସେଦିନ ଦାୟିତ୍ୱରେ ଥିବା କର୍ମଚାରୀଙ୍କୁ ବି ପଚରାଉଚରା କରିଛି ସିବିଆଇ। ଦୁର୍ଘଟଣା ସମୟରେ ଦାୟିତ୍ୱରେ କିଏ ଥିଲେ, କେଉଁ ଟ୍ରେନକୁ କେଉଁ ଟ୍ରାକରେ କଣ ସିଗନାଲ ଦିଆ ଯାଇଥିଲା ତାହାର ରେକର୍ଡ ଥିବା ଲଗ୍ ବୁକ୍ ବି ଯାଞ୍ଚ ହୋଇଛି। 

Advertisment
Train Accident CBI Investigation Train Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ