North East Express Train Derails In Bihar 4 Dead
ବିହାର ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନ ନିକଟରେ ଯାତ୍ରୀବାହୀ ଟ୍ରେନ୍ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରାକ୍ରୁ ବାହାରିଗଲା ଟ୍ରେନ୍। ଗତକାଲି ରାତି ୯ଟା ୩୫ରେ ଏହି ଅଘଟଣ ଘଟିଛି। ନର୍ଥ ଇଷ୍ଟ ସୁପର୍ଫାଷ୍ଟ ଏକ୍ସପ୍ରେସ୍ର ୨୧ଟି ବଗି ଲାଇନ୍ଚ୍ୟୁତ ହେବା ଫଳରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଦୁର୍ଘଟଣାରେ ୧୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
ସୂଚନା ଅନୁସାରେ, ଗତ ରାତିରେ ନର୍ଥ ଇଷ୍ଟ ସୁପର୍ଫାଷ୍ଟ ଏକ୍ସପ୍ରେସ୍ ଦିଲ୍ଲୀ ଆନନ୍ଦ ବିହାର ଷ୍ଟେସନରୁ ଆସାମ ଗୌହାଟିର କାମାକ୍ଷା ଷ୍ଟେସନ୍ ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ବକ୍ସର ଜିଲ୍ଲାର ରଘୁନାଥପୁର ଷ୍ଟେସନ ନିକଟରେ ଏକ୍ସପ୍ରେସ୍ର ୨୧ଟି ବଗି ଲାଇନ୍ଚ୍ୟୁତ ହୋଇଥିଲା। ଏଥିରେ ୪ ଜଣ ଯାତ୍ରୀଙ୍କ ମୃତ୍ୟୁ ହୋଇଥିବା ବେଳେ ୧୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।
ଦୁର୍ଘଟଣା ପରେ ହେଲ୍ପ୍ଲାଇନ୍ ନମ୍ବର ଜାରି କରାଯାଇଛି। ପାଟନା- 9771449971, ଦାନାପୁର- 8905697493, କମର୍ସିଆଲ୍ କଣ୍ଟ୍ରୋଲ- 7759070004, ଆରା- 8306182542, ନୂଆଦିଲ୍ଲୀ- 01123341074, 9717631960, ଆନନ୍ଦ ବିହାର ଟର୍ମିନାଲ- 9717632791, କମର୍ସିଆଲ୍ କଣ୍ଟ୍ରୋଲ ଦିଲ୍ଲୀ ଡିଭିଜନ- 9717633779
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1697078138.jpg)