Advertisment

ସାର୍ଟ ପକେଟ୍‌ରେ ଫୋନ୍‌ ରଖିଥିଲେ, ହଠାତ୍‌ ଫାଟି ଜଳିଗଲା...ଦେଖନ୍ତୁ ଭିଡିଓ

ଚେୟାରରେ ବସିଥିଲେ, ହଠାତ୍‌ ସାର୍ଟ ପକେଟ୍‌ରେ ଥିବା ଫୋନ୍‌ ଫାଟି ଜଳି ଯାଇଥିଲା। ଭଗବାନଙ୍କ କୃପାରୁ ବ୍ୟକ୍ତି ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ।

ଅଦ୍ୟତନ ହୋଇଛି
Mobile phone explodes in shirt pocket

Mobile phone explodes in shirt pocket

Advertisment

ଚେୟାରରେ ବସିଥିଲେ, ହଠାତ୍‌ ସାର୍ଟ ପକେଟ୍‌ରେ ଥିବା ଫୋନ୍‌ ଫାଟି ଜଳି ଯାଇଥିଲା। ସେହି ସମୟରେ କ’ଣ କରିବେ, କ’ଣ ନାହିଁ ମୁଣ୍ଡରେ କିଛିବି ପଶିନଥିଲା। ସୌଭାଗ୍ୟବଶତଃ, ଭଗବାନଙ୍କ କୃପାରୁ ବ୍ୟକ୍ତି ଜଣକ ଅଳ୍ପକେ ବର୍ତ୍ତି ଯାଇଥିଲେ। ଗୁରୁବାର ଦିନ କେରଳର ଥ୍ରିସୁରରେ ଏହି ଅଭାବନୀୟ ଘଟଣା ଘଟିଛି। ଯାହାର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି। ଏମିତି ଅନେକ ଘଟଣା ସାମ୍ନାକୁ ଆସିଛି କେତେବେଳେ ମୋବାଇଲ୍‌ରେ କଥା ହେଉଥିବା ବେଳେ ଏହା ଫାଟି ଯାଇଛି ତ ଆଉ କେତେବେଳେ ଚାର୍ଜରେ ଥିବାବେଳେ। ଏଭଳି ସ୍ଥିତିରେ କିଛି ଜଣଙ୍କ ଜୀବନ ଚାଲି ଯାଇଥିବା ବେଳେ ଆଉ କିଛି ଜଣ ଗୁରୁତର ଆହତ ହୋଇଛନ୍ତି। 

Advertisment

ସୂଚନା ଅନୁସାରେ, ଥ୍ରିସୁର ମାରୋଟିଚାଲ୍‌ରର ଏଲିୟାସ୍‌(୭୦) ଏକ ଦୋକାନରେ ଚେୟାରରେ ବସିଥିବା ବେଳେ ପକେଟ୍‌ରେ ତାଙ୍କର ଫୋନ୍‌ ଥିଲା। ଚା’ ପିଇବା ପାଇଁ ସେ ଦୋକାନକୁ ଯାଇଥିଲେ। ଏହି ସମୟରେ ହଠାତ୍‌ ଫୋନ୍‌ ଫାଟି ଜଳି ଯିବାରୁ ତାଙ୍କ ସାର୍ଟରେ ନିଆଁ ଲାଗି ଯାଇଥିଲା। ଏହାଦେଖି ତାଙ୍କ ମୁଣ୍ଡ କିଛିବି କାମ କରିନଥିଲା।

Advertisment

Video Source: Jaya Plus

ତୁରନ୍ତ ପକେଟ୍‌ରୁ ଫୋନ୍‌ ବାହାର କରି ସେ ତଳେ ଫିଙ୍ଗି ଦେଇଥିଲେ। ଏହାପରେ ତାଙ୍କୁ ବଞ୍ଚାଇବାକୁ ଯାଇ ଦୋକାନ ମାଲିକ ଦୌଡ଼ି ଆସିଥିଲେ ଓ ଫୋନ୍‌ରେ ପାଣି ପକାଇ ନିଆଁ ଲିଭାଇଥିଲେ।ସୌଭାଗ୍ୟବଶତଃ, ଏକ ବଡ଼ ଅଘଟଣରୁ ସେ ଅଳ୍ପକେ ବର୍ତ୍ତି ଯାଇଥିଲେ।

ମିଳିଥିବା ସୂଚନା ଅନୁସାରେ, ମାସକ ମଧ୍ୟରେ ଏହା ହେଉଛି ତୃତୀୟ ଘଟଣା। ଏପ୍ରିଲ ୨୪ ତାରିଖ ଦିନ ଥ୍ରିସୁରର ଜଣେ ୮ ବର୍ଷୀୟ ଝିଅର ମୃତ୍ୟୁ ହୋଇଥିଲା। ଭିଡିଓ ଦେଖିବା ବେଳେ ମୋବାଇଲ୍‌ ଫାଟି ଯାଇଥିଲା। ଫଳରେ ନାବାଳିକାଙ୍କ ମୃତ୍ୟୁ ଘଟିଥିଲା। 

Advertisment
Mobile Phone Blast
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ