Advertisment

ଜଙ୍ଗଲରେ ଚମତ୍କାର ! ବିମାନ ଦୁର୍ଘଟଣାର ୪୦ ଦିନ ପରେ ଜୀବନ୍ତ ଉଦ୍ଧାର ହେଲେ ୪ ଶିଶୁ

ନିଖୋଜର ୪୦ ଦିନ ପରେ ଆମାଜନର ଘଞ୍ଚ ଜଙ୍ଗଲରୁ ୪ ଶିଶୁଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ମେ’ ୧ ତାରିଖରେ ବିମାନ ଦୁର୍ଘଟଣା ପରଠାରୁ ସେମାନେ ନିଖୋଜ ହୋଇଯାଇଥିଲେ।

ଅଦ୍ୟତନ ହୋଇଛି
4 children found alive after plane crash In Amazon forest

4 children found alive after plane crash In Amazon forest

Advertisment

କଥାରେ ଅଛି ଯାହାକୁ ରଖିବେ ଅନନ୍ତ କି କରିପାରେ ବଳବନ୍ତ। ଭଗବାନ ଯାହାକୁ ରକ୍ଷା କରିବେ, କେହି କିଛିବି ତା’ର କରିପାରିବେନି। ନିଖୋଜର ୪୦ ଦିନ ପରେ ଆମାଜନର ଘଞ୍ଚ ଜଙ୍ଗଲରୁ ୪ ଶିଶୁଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି । ମେ’ ୧ ତାରିଖରେ ବିମାନ ଦୁର୍ଘଟଣା ପରଠାରୁ ସେମାନେ ନିଖୋଜ ହୋଇଯାଇଥିଲେ। ଏହା ପରଠାରୁ ସେମାନେ ଜଙ୍ଗଲରେ ଘୁରି ବୁଲୁଥିଲେ। ସେମାନଙ୍କୁ ଖୋଜିବା ପାଇଁ କଲମ୍ବିଆ ସରକାରଙ୍କ ପକ୍ଷରୁ ଉଦ୍ଧାରକାରୀଙ୍କୁ ନେଇ ଏକ ସ୍ୱତନ୍ତ୍ର ଟିମ୍ ଗଠନ କରାଯାଇଥିଲା। ଶେଷରେ ଦୁର୍ଘଟଣାର ୪୦ ଦିନ ପରେ ସେମାନଙ୍କୁ ଜୀବନ୍ତ ଉଦ୍ଧାର କରାଯାଇଛି ।

Advertisment

ଏହା ଏକ ଐତିହାସିକ ମୁହୂର୍ତ୍ତ ବୋଲି କଲମ୍ବିଆ ରାଷ୍ଟ୍ରପତି ଗୁଷ୍ଟାଭୋ ପେଟ୍ରୋ ସୂଚନା ଦେଇଛନ୍ତି । ଉଦ୍ଧାର ହୋଇଥିବା ୪ ଶିଶୁ ଦୁର୍ବଳ ଅନୁଭବ କରୁଥିବାରୁ ଏକ ଡାକ୍ତରୀ ଟିମ୍ ସେମାନଙ୍କର ସ୍ୱାସ୍ଥ୍ୟାବସ୍ଥା ଉପରେ ନଜର ରଖିଛନ୍ତି। ଆଦିମ ଜନଜାତି ସମ୍ପ୍ରଦାୟର ୪ ଶିଶୁ ସପରିବାର ଯାଉଥିବା ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଦୁର୍ଘଟଣାଗ୍ରସ୍ତ ବିମାନରେ ୧୩ ବର୍ଷ, ୯ ବର୍ଷ, ୪ ବର୍ଷ ଓ ବର୍ଷକର ଶିଶୁ ଥିଲେ। 

ଦୁର୍ଘଟଣା ପରେ ଘଟଣାସ୍ଥଳରୁ ୪ ଶିଶୁଙ୍କ ମା’ ଓ ପାଇଲଟଙ୍କ ମୃତଦେହ ଠାବ କରାଯାଇଥିଲା। ଅନ୍ୟପକ୍ଷରେ ବିମାନଟି ଅତ୍ୟନ୍ତ ବିପଦପୂର୍ଣ୍ଣ ଭାବେ ଗଛରେ ଝୁଲି ରହିଥିଲା। ଏତେ ବଡ ଦୁର୍ଘଟଣା ସତ୍ତ୍ୱେ ଚାରି ଶିଶୁଙ୍କ ସମ୍ପର୍କରେ କୌଣସି ସୂଚନା ମିଳି ନଥିଲା। 

Advertisment

ସେମାନଙ୍କୁ ଉଦ୍ଧାର କରିବା ପାଇଁ ୧୬୦ ଜଣ ସୈନ୍ୟ ଓ ୭୦ଜଣ ଆଦିମ ଜନଜାତି ସମ୍ପ୍ରଦାୟକୁ ନେଇ ରେସ୍କ୍ୟୁ ଟିମ୍ ଗଠନ କରାଯାଇଥିଲା। କିନ୍ତୁ ଦୁର୍ଘଟଣାସ୍ଥଳରେ ବାଘ, ବିଷାକ୍ତ ସାପର ଭୟ ରହିଥିଲ। ଉଦ୍ଧାରକାରୀ ଟିମ୍ ଏହାକୁ ଚ୍ୟାଲେଞ୍ଜ ଭାବେ ନେଇ ନିଖୋଜ ୪ ଶିଶୁକୁ ୪୦ଦିନ ପରେ ଉଦ୍ଧାର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ