Advertisment

ଅଧା ରହିଗଲା ପୁଅ ବାହାଘର; ବରପିତାକୁ ଦଳିଦେଲା ବରଯାତ୍ରୀ ବସ୍‌

ବାହାଘର ଯାଉଥିଲା ବେଳେ ବସ୍ ଦୁର୍ଘଟଣାରେ ବରର ବାପାଙ୍କର ଜୀବନ ଯାଇଛି। ଏଭଳି ଦୁଃଖଦ ଏବଂ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁରର ଚତରାପଦା ଗାଁରେ।

Accident

Accident

Advertisment

ପୁଅ ବରଯାତ୍ରୀ ଶୋଭାଯାତ୍ରାରେ ବାପାଙ୍କର ମୃତ୍ୟୁ। ଏଭଳି ଦୁଃଖଦ ଏବଂ ଲୋମଟାଙ୍କୁରା ଦୃଶ୍ୟ ଦେଖିବାକୁ ମିଳିଛି କଟକ ଜିଲ୍ଲା ନରସିଂହପୁରର ଚତରାପଦା ଗାଁରେ। ବାହାଘର ଯାଉଥିଲା ବେଳେ ବସ୍ ଦୁର୍ଘଟଣାରେ ବରର ବାପାଙ୍କର ଜୀବନ ଯାଇଛି। ଚତରାପଦା ଗାଁର ବିମ୍ବାଧର ନାୟକଙ୍କ ପୁଅ ବବୁଲ ନାୟକଙ୍କର ଆଜି ବାହାଘର ଥିଲା। ଘରୁ ବାହାଘର ବରଯାତ୍ରୀ ବାହାରି ସାରିଥିଲା। ତେବେ ଗୋଟିଏ ଘରୋଇ ବସ୍ ହଠାତ ୭ ରୁ ୮ ଜଣଙ୍କୁ ଚଢାଇ ଦେଇଥିଲା। ବସ ଦୁର୍ଘଟଣାରେ ବରର ବାପା ବିମ୍ବାଧର ନାୟକଙ୍କ ମୃତ୍ୟୁ ଘଟିଛି। ଅନ୍ୟମାନେ ସମାନ୍ୟ ଆହତ ହୋଇଛନ୍ତି।

Advertisment

ସୂଚନା ମୁତାବକ, ବରଯାତ୍ରୀ ଯିବା ପାଇଁ ଗୋଟିଏ ବସ୍ ଓ ତିନିଟି କାର୍ ହୋଇଥିଲା। ବର ଘରୁ ବାହାରି ତାଙ୍କ କାରରେ ବସିଥିଲେ। ଅନ୍ୟ ଦୁଇଟି କାର୍ ଓ ଡିଜେ ଗାଡ଼ି ଆଗରେ ଥିଲା। ବସ୍‌ରେ ଅନେକ ବରଯାତ୍ରୀ ବସି ସାରିଥିଲେ। ଆହୁରି ଅନେକ ବରଯାତ୍ରୀ, ଗାଁଲୋକ ଓ ବନ୍ଧୁବାନ୍ଧବ ରାସ୍ତାରେ ଥିଲେ। ଆଉ ପ୍ରୋସେସନ ଚାଲିଥିଲା। ଠିକ୍‌ ସେହି ସମୟରେ ହଠାତ୍ ବରଯାତ୍ରୀ ବସ୍‌ଟି ଦ୍ରୁତଗତିରେ ସମସ୍ତଙ୍କ ଆଡ଼କୁ ମାଡ଼ି ଆସିଥିଲା। ଜୋରରେ ପାଟି କଲେ ମଧ୍ୟ ଡ୍ରାଇଭର ଗାଡ଼ିକୁ ଅଟକାଇ ନଥିଲେ। ଗାଡ଼ି ୮/୧୦ ଜଣଙ୍କ ଉପରେ ଚଢ଼ିଯାଇଥା’ନ୍ତା।

ଭାଗ୍ୟବଶତଃ ସେମାନେ ବସ୍‌ ସମ୍ମୁଖରୁ ଘୁଞ୍ଚି ଯାଇଥିଲେ। ଅଳ୍ପକେ ସେମାନଙ୍କ ଜୀବନ ବଞ୍ଚିଗଲା। କିନ୍ତୁ ବରଯାତ୍ରୀ ବସ୍‌ର ଚକାତଳେ ବରର ପିତା ପଡ଼ିଗଲେ। ଏହି ଘଟଣା ଘଟିବା ପରେ ବିମ୍ବାଧର ନାୟକଙ୍କୁ ତୁରନ୍ତ ନରସିଂହପୁର ଡାକ୍ତରଖାନାକୁ ନିଆଯାଇଥିଲା। ସେଠାରେ ଡାକ୍ତର ପରୀକ୍ଷା ନିରୀକ୍ଷା କରିବା ପରେ ତାଙ୍କୁ ମୃତ ଘୋଷଣା କରିଥିଲେ। ମୃତକଙ୍କ ପରିବାର ପକ୍ଷରୁ ଏହି ଘଟଣା ନେଇ ନରସିଂହପୁର ଥାନାରେ ଲିଖିତ ଅଭିଯୋଗ କରାଯାଇଛି। ନରସିଂହପୁର ଥାନା ପୋଲିସ୍ ଘଟଣାର ତଦନ୍ତ ଆରମ୍ଭ କରିଛି।

Advertisment

Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ