Major fire breaks out at government building in Bhopal
ମଧ୍ୟପ୍ରଦେଶ ଭୋପାଳରେ ଏକ ସରକାରୀ ବିଲ୍ଡିଂରେ ଭୟାବହ ଅଗ୍ନିକାଣ୍ଡ ଘଟିଛି। ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଥିବା ସତପୁରା ଭବନରେ ଗତକାଲି ଏହି ଅଗ୍ନିକାଣ୍ଡ ଘଟିଥିଲା। ବିଲ୍ଡିଂର ତୃତୀୟ ମହଲାରେ ନିଆଁ ଲାଗି ବ୍ୟାପକ କ୍ଷୟକ୍ଷତି ହୋଇଛି। ତେବେ ଅଗ୍ନିଶମ ବାହିନୀର ୧୪ ଘଣ୍ଟାର କସରତ ପରେ ନିଆଁକୁ ଆୟତ୍ତ କରାଯାଇ ଥିଲେ ମଧ୍ୟ ଷଷ୍ଠ ମହଲାରୁ ଏବେବି ଧୂଆଁ ବାହାରୁ ଥିବା ଦେଖିବାକୁ ମିଳିଛି।
ସୂଚନା ଅନୁସାରେ, ସତପୁରା ଭବନର ତୃତୀୟ ମହଲାରେ ପ୍ରଥମେ ନିଆଁ ଲାଗିବା ପରେ ଏହା ଚତୁର୍ଥ ପଞ୍ଚମ ଏବଂ ଷଷ୍ଠ ମହଲାକୁ ବ୍ୟାପିଥିଲା। ସ୍ଥିତି ଏପରି ହୋଇଥିଲା ସେନା ହେଲିକପ୍ଟର ମଧ୍ୟ ଡକାଇବାକୁ ପଡ଼ିଥିଲା। ଏଥିରେ କେହି ମୃତାହତ ହୋଇନଥିଲେ ମଧ୍ୟ ଅନେକ ଗୁରୁତ୍ୱପୂର୍ଣ୍ଣ ସରକାରୀ କାଗଜପତ୍ର ପୋଡ଼ି ପାଉଁଶ ହୋଇଯାଇଛି। ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି।
ସ୍ୱାସ୍ଥ୍ୟ ବିଭାଗ କାର୍ଯ୍ୟାଳୟ ସମେତ ବିଭିନ୍ନ ସରକାରୀ କାର୍ଯ୍ୟାଳୟରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ତେବେ ସର୍ଟ ସର୍କିଟ୍ରୁ ଏହି ନିଆଁ ଲାଗିଥିବା ସନ୍ଦେହ କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1686630159.jpg)