Advertisment

ଗାଁ ଲୋକଙ୍କ ଉପରେ ଖସି ପଡ଼ିଲା ବାୟୁସେନା ବିମାନ

ରାଜସ୍ଥାନ ହନୁମାନଗଡ଼ରେ MIG-21 ଫାଇଟର ଜେଟ୍‌ ଖସି ପଡ଼ିଛି। ବିମାନ ଖସିବା ଯୋଗୁ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।

ଅଦ୍ୟତନ ହୋଇଛି
Indian Air Force's Mig-21 Crashes In Rajasthan

Indian Air Force MiG-21 fighter aircraft crashed in Rajasthan

Advertisment

ରାଜସ୍ଥାନରେ ବାୟୁସେନାର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ରାଜସ୍ଥାନ ହନୁମାନଗଡ଼ରେ MIG-21 ଫାଇଟର ଜେଟ୍‌ ଖସି ପଡ଼ିଛି। ଜନବସତି ଅଞ୍ଚଳରେ ବିମାନ ଖସିବା ଯୋଗୁ ୩ ଜଣଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି।  ଦୁର୍ଘଟଣାଗ୍ରସ୍ତ ବିମାନର ପାଇଲଟ ସୁରକ୍ଷିତ ଥିବା ସୂଚନା ମିଳିଛି। 

Advertisment

ସୂଚନା ଅନୁସାରେ, ବାୟୁସେନାର MIG-21 ଫାଇଟର ଜେଟ୍‌ ଆଜି ସୁରତଗଡ଼ରୁ ଉଡ଼ାଣ ଭରିଥିଲା। ତେବେ ହନୁମାନଗଡ଼ ନିକଟରେ କ୍ରାଶ୍‌ ହୋଇ ଜନବସତି ଅଞ୍ଚଳରେ ବିମାନଟି ଖସି ପଡ଼ିଥିଲା। କେଉଁ କାରଣ ପାଇଁ ବିମାନ ଦୁର୍ଘଟଣାଗ୍ରସ୍ତ ହେଲା ତାହା ଜଣାପଡ଼ିନି। 

Advertisment

ସୂଚନାଥାଉ କି, ନିକଟରେ ଭାରତୀୟ ସେନା ବାହିନୀର ALH ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଜାମ୍ମୁ କାଶ୍ମୀର କିସ୍ତିୱାର ନିକଟରେ ହେଲିକପ୍ଟର କ୍ରାଶ୍‌ ହୋଇ ଚିନାବ ନଦୀକୁ ଖସି ପଡ଼ିଥିଲା। ଯେଉଁ ସ୍ଥାନରେ ହେଲିକପ୍ଟର କ୍ରାଶ୍‌ ହୋଇଥିଲା ତାହା ଦୁର୍ଗମ ଅଞ୍ଚଳ ଥିଲା। ସେଠାରେ ଗତ କିଛିଦିନ ହେବ ଲଗାତାର ଭାବେ ବର୍ଷା ଜାରି ରହିଥିଲା।

Plane Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ