Advertisment

ପୁରୀରେ ପୁଣି ବାଣ ବିସ୍ଫୋରଣ, ଭୁବନେଶ୍ୱରରେ ଜଳିଗଲା ୩ ସାଇକେଲ ଦୋକାନ !

ଅମାବାସ୍ୟା ସନ୍ଧ୍ୟାରେ ଫୁଟିଲା ବାଣ । ବେଆଇନ ବାଣ ବିସ୍ପୋରଣରେ ଦୁଇ ଜଣ ମୃତ ।

Puri Illegal Fire Crackers

Puri Illegal Fire Crackers

Advertisment

ପୁରୀ ବାଟଗାଁରେ ବାଣ ବିସ୍ପୋରଣରେ ଦୁଇ ଜଣଙ୍କର ମୃତ୍ୟ। ନରେନ୍ଦ୍ର ପୁଷ୍କରିଣି ବାଣ ବିସ୍ଫୋରଣ ଘଟଣା ପରେ ପୁଣି ଥରେ ଏଭଳି ଅଘଟଣ ଅସନ୍ତୋଷ ସୃଷ୍ଟି କରିଛି। ସଦରଥାନା ଠାରୁ ମାତ୍ର ଅଳ୍ପ ଦୂରରେ ବେଆଇନ ଭାବେ ବାଣ ତିଆରି କରାଯାଉଥିବା ବେଳେ କେମିତି ପୋଲିସ ଜାଣିପାରିଲାନି ତାକୁ ନେଇ ପ୍ରଶ୍ନ ସୃଷ୍ଟି ହୋଇଛି। ଘଟଣାର ପୁଙ୍ଖନାପୁଙ୍ଖ ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ ବୋଲି ଏସପି କହିଛନ୍ତି ।

Advertisment

ଅମାବାସ୍ୟା ସନ୍ଧ୍ୟାରେ ଫୁଟିଲା ବାଣ। ବେଆଇନ ବାଣ ବିସ୍ପୋରଣରେ ଦୁଇ ଜଣ ମୃତ। ଗୁରୁତର ଅବସ୍ଥାରେ ୨ ଜଣଙ୍କୁ ଏମ୍‌ସ ଓ କଟକ ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲେ ବି ସେଠାରେ ସେମାନଙ୍କ ମୃତ୍ୟୁ ହୋଇଛି। ବାଣ ବିସ୍ଫୋରଣରେ ଏଭଳି ଅଘଟଣ ପରେ ସାଧାରଣରେ 
ଅସନ୍ତୋଷ ସୃଷ୍ଟି ହୋଇଛି। ସେପଟେ ନରେନ୍ଦ୍ର ପୁଷ୍କରଣୀ ବାଣ ବିସ୍ପୋରଣ ଘଟଣାରେ ମୃତକଙ୍କ ପରିବାରକୁ ଏପର୍ଯ୍ୟନ୍ତ ନ୍ୟାୟ ମିଳିନଥିବା ଅଭିଯୋଗ ହୋଇଛି।  

ନରେନ୍ଦ୍ର ପୁଷ୍କରିଣୀ ବାଣ ବିସ୍ପୋରଣ ଘଟଣାରେ ୧୭ ଜଣଙ୍କର ମୃତ୍ୟୁ ହୋଇଥିଲା। ଏଥିରୁ କେହି କିଛି ଶିକ୍ଷା ପାଇଲେ ନାହିଁ। ପୁରୀରେ ବର୍ଣ୍ଣ ୟୁନିଟ ନଥିବାରୁ ଚିକିତ୍ସାରେ ନାନା ଅସୁବିଧା ହୋଇଥିଲା। ଏବେ ମଧ୍ୟ ବର୍ଣ୍ଣ ୟୁନିଟ ନଥିବାରୁ ଗତକାଲି ଦୁଇ ଜଣଙ୍କୁ ଭୁବନେଶ୍ୱର ଓ କଟକ ସ୍ଥାନାନ୍ତର କରାଯାଇଥିଲା। ସଦର ଥାନାର ଅତି ନିକଟରେ ବେଆଇନ ଭାବେ ବାଣ ତିଆରି ଚାଲିଥିଲେ ବି କେହି ଟେର ପାଇଲେ ନାହିଁ ମେମିତି ? ଘଟଣାର ପୁଙ୍ଖନାପୁଙ୍ଖ ତଦନ୍ତ କରାଯାଇ ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ପୁରୀ ଏସପି ।

Advertisment

ସେହିଭଳି ଦୀପାବଳୀରେ ରାଜଧାନୀରେ ଘଟିଛି ଦୁଇ ଦୁଇଟି ଅଗ୍ନିକାଣ୍ଡ। ଏହି ଅଗ୍ନିକାଣ୍ଡରେ ୩ଟି ସାଇକେଲ ଦୋକାନ ଭସ୍ମ ହୋଇଥିବା ବେଳେ ଗୋଟିଏ ଶାଡ଼ି ଦୋକାନ ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଘରେ ଦୀପାବଳି ପାଳୁଥିବା ବେଳେ ଏପଟେ ଦୋକାନ ଘର ଜଳି ଛାରଖାର। ଭୁବନେଶ୍ୱର ବାପୁଜୀ ନଗରରେ ଥିବା ଭେଣ୍ଡିଂ ଜୋନରେ ଭସ୍ମ ହୋଇଯାଇଛି ୩ଟି ସାଇକେଲ ଦୋକାନ। ସର୍ଟ ସର୍କିଟ ଯୋଗୁଁ ନିଆଁ ଲାଗିଛି, ନା ବାଣ ଫୁଟା ଯୋଗୁଁ ନିଆଁ ଲାଗିଛି ତାହା  ଜଣାପଡିନି।

ସେହିପରି ରାଜଧାନୀର ଭୂତଳ ମାର୍କେଟରେ ଅଗ୍ନିକାଣ୍ଡ ଯୋଗୁଁ ପାଉଁଶ ହୋଇଛି ଶାଢି ଦୋକାନ। ରାତି ସାଢ଼େ ୧୧ରୁ ସାଢ଼େ ୨ଟା ପର୍ଯ୍ୟନ୍ତ ଜଳିଲା ଦୋକାନ। ଏକ ନମ୍ବର ଏବଂ ଦୁଇ ନମ୍ବର ମାର୍କେଟ ପୁରା ଧୂଆଁମୟ ହୋଇଯାଇଥିଲା।

Advertisment

ଡେପୁଟି ଫାୟାର ଅଫିସର୍ ଏବଂ ଆସିଷ୍ଟାଣ୍ଟ ଫାୟର ଅଫିସର୍ ସହ ଦୁଇଟି ଫାୟାର ଫାଇଟିଙ୍ଗ ଗାଡି ଆସି ବାପୁଜୀ ନଗର ଭେଣ୍ଡିଙ୍ଗି ଜୋନ ଅଗ୍ନିକାଣ୍ଡକୁ ଆୟତ୍ତ କରିଥିଲେ। ଭୂତଳ ମାର୍କେଟରେ ୩୦ ଜଣ ଅଗ୍ନିଶମ କର୍ମଚାରୀ ଦୀର୍ଘ ୬ ଘଣ୍ଟାର ପରିଶ୍ରମ ପରେ ନିଆଁ ଓ ଧୂଆଁ ଉପରେ ନିୟନ୍ତ୍ରଣ ପାଇଥିଲେ। 

ଭୁବନେଶ୍ବରରୁ କ୍ୟାମେରା ପର୍ସନ ପ୍ରଶାନ୍ତଙ୍କ ସହ ନିରଞ୍ଜନ ରେଡ୍ଡିଙ୍କ ରିପୋର୍ଟ 
ଓଟିଭି.... 
ଦୀପାବଳିରେ ରାଜଧାନୀରେ ଦୁଇ ଦୁଇଟି ଅଗ୍ନିକାଣ୍ଡ
ଅଗ୍ନିକାଣ୍ଡରେ ୩ଟି ସାଇକେଲ ଦୋକାନ ଭସ୍ମ
ଗୋଟିଏ ଶାଡ଼ି ଦୋକାନ ଜଳି ପୋଡ଼ି ପାଉଁଶ 
ଅଗ୍ନିକାଣ୍ଡର ପ୍ରକୃତ କାରଣ ଜଣାପଡିନି 
ସର୍ଟସର୍କିଟ ଯୋଗୁଁ ନିଆଁ ଲାଗିଥିବା ସନ୍ଦେହ 

Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ