Advertisment

ବର ବେଶରେ ସଜ ହେବାକୁ ପାର୍ଲର ଯାଇଥିଲେ, ଶବ ହୋଇ ଫେରିଲେ...

ମେକ୍‌ଅପ୍‌ ନେବା ପାଇଁ ଯୁବକ ଜଣବ ବିବାହ ଦିନ ବିୟୁଟି ପାର୍ଲର ଯାଇଥିବା ବେଳେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ବିବାହ ପୂର୍ବରୁ ସବୁଦିନ ପାଇଁ ସେ ଦୁନିଆ ଛାଡ଼ି ଚାଲିଗଲେ।

ଅଦ୍ୟତନ ହୋଇଛି
Groom died in a road accident while returning from the parlour on wedding day

Groom died in a road accident while returning from the parlour on wedding day

Advertisment

ଆଉ ମାତ୍ର କିଛି ଘଣ୍ଟା ପରେ ପ୍ରୋସେସନ ବାହାରି ଥାନ୍ତି ଓ ବର ବେଶରେ ବିବାହ ମଣ୍ଡପକୁ ଯାଇଥାନ୍ତେ ଯୁବକ। ହେଲେ ବିଧିର ବିଧାନ ହୁଏତ ଆଉ କିଛିଥିଲା। ବିବାହ ପୂର୍ବରୁ ସବୁଦିନ ପାଇଁ ସେ ଦୁନିଆ ଛାଡ଼ି ଚାଲିଗଲେ। ମେକ୍‌ଅପ୍‌ ନେବା ପାଇଁ ଯୁବକ ଜଣବ ବିବାହ ଦିନ ବିୟୁଟି ପାର୍ଲର ଯାଇଥିବା ବେଳେ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଛି। ଉତ୍ତରପ୍ରଦେଶ ପ୍ରୟାଗରାଜରେ ଏହି ଦୁଃଖଦ ଘଟଣା ଘଟିଛି। ଖବର ଜଣାପଡ଼ିବା ପରେ ଖୁସିର ପରିବେଶ କାନ୍ଦ ବୋବାଳିରେ ଫାଟି ପଡ଼ିଥିଲା।

Advertisment

ସୂଚନା ଅନୁସାରେ, ଜୁନ୍‌ ୧୧ ତାରିଖ ଦିନ ପ୍ରୟାଗରାଜ ଘୁରପୁର ଅଞ୍ଚଳର ବୋଗା ବସୱାର ଗାଁର କମଲେଶ ନିଷାଦଙ୍କ ବିବାହ ଥିଲା। ପ୍ରୋସେସନ ଓ ବରଯାତ୍ରୀ ମଧ୍ୟ ପୁରା ପ୍ରସ୍ତୁତ ଥିଲେ। ଖାଲି ଅପେକ୍ଷା ଥିଲା ବରକୁ। କମଲେଶ ପାର୍ଲରରୁ ଫେରିବା ପରେ ବରଯାତ୍ରୀ ଧରି ପ୍ରୋସେସନ କରି ବାହା ହେବାକୁ ଯାଇଥାନ୍ତେ।

ତେବେ ପାର୍ଲରରୁ ମେକ୍‌ଅପ୍‌ ନେଇ ଫେରିବା ସମୟରେ ରାସ୍ତା ପାର୍‌ ବେଳେ କମଲେଶଙ୍କ ଗୋଡ଼ ଡିଭାଇଡରରେ ପିଟି ହୋଇଯାଇଥିଲା। ଫଳରେ ସେ ତଳେ ପଡ଼ି ଯାଇଥିଲେ। ଏହି ସମୟରେ ଫୁଲ୍‌ ସ୍ପିଡ୍‌ରେ ଆସୁଥିବା ଏକ ବସ୍‌ ତାଙ୍କ ଉପରେ ଚଢ଼ି ତାଙ୍କୁ କିଛି ବାଟ ଯାଏ ଘୋଷାଡ଼ି ନେଇଥିଲା।

Advertisment

ବସ୍‌ ଡ୍ରାଇଭର ବ୍ରେକ୍‌ ମାରିବା ବେଳକୁ କମଲେଶ ଗୁରୁତର ଆହତ ହୋଇଥିଲେ। ତୁରନ୍ତ ତାଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇଥିଲା। ଖବର ଜାଣିବା ପରେ ପରିବାର ଲୋକ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। 

ସୂଚନାଥାଉ କି, ବୋଗା ବସୱାର ଗାଁର ଜୋଖୁ ନିଷାଦଙ୍କ ୫ ପୁଅ ମଧ୍ୟରୁ କମଲେଶ ସବୁଠୁ ସାନ। ସେ ତାମିଲନାଡୁରେ ରହି କାମ କରୁଥିଲେ। ବିବାହ ପାଇଁ ସେ ଛୁଟି ନେଇ ମାସକ ପୂର୍ବରୁ ଘରକୁ ଆସିଥିଲେ। ଜୁନ୍‌ ୧୧ରେ ବିବାହ ଥିଲା। ହେଲେ ତା‘ପୂର୍ବରୁ ତାଙ୍କର ଜୀବନ ଚାଲି ଯାଇଛି। 

Advertisment
Accident Marriage
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ