Four Youths Drowned In River While Taking Bath In Rajasthan
ଇନଷ୍ଟାଗ୍ରାମରେ ଲାଇଭ କଲାବେଳେ, ଅଭାବନୀୟ ଘଟଣା। ଜଣକ ପରେ ଜଣେ ପାଣିରେ ବୁଡ଼ି ୪ ଜଣଙ୍କ ଜୀବନ ଚାଲି ଯାଇଛି। ରାଜସ୍ଥାନର ଚୁରୁ ଜିଲ୍ଲା ରାମସରା ଗାଁରେ ଏହି ଅଭାବନୀୟ ଘଟଣା ଘଟିଛି। ଖବରପାଇ ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚିଥିଲେ। ଗାଁ ଲୋକଙ୍କ ସହାୟତାରେ ସ୍ଥାନୀୟ ପ୍ରଶାସନ ୩ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ୪ ଯୁବକଙ୍କ ମୃତଦେହ ଉଦ୍ଧାର କରିଥିଲେ। ଏହାପରେ ପୋଷ୍ଟମର୍ଟମ ପାଇଁ ମୃତଦେହ ହସ୍ପିଟାଲ୍ ପଠାଯାଇଥିଲା। ମୃତକ ହେଲେ- ସୁରେଶ ନାୟକ(୨୧), ଯୋଗେଶ ରେଗର(୧୮), କବୀର ସିଂ(୧୮) ଓ ଲୋକେଶ ନିମେଲ(୧୮)।
ସୂଚନା ଅନୁସାରେ, ରାମସରା ଗାଁର ୪ ଯୁବକ ଗାଧୋଇବା ପାଇଁ ନଦୀକୁ ଯାଇଥିଲେ। ଲାଇଭ୍ ଭିଡିଓ କରୁଥିବା ବେଳେ ଏହି ସମୟରେ ସୁରେଶ ପାଣିରେ ବୁଡ଼ି ଯାଇଥିଲେ। ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ୩ ଜଣ ପାଣିକୁ ଡେଇଁଥିଲେ। ଦୁଃଖଦ କଥା, ୪ ଜଣ ଯାକ ପାଣିରେ ବୁଡ଼ି ପ୍ରାଣ ହରାଇଥିଲେ। ୩ ଘଣ୍ଟାର ଉଦ୍ଧାର କାର୍ଯ୍ୟ ପରେ ସେମାନଙ୍କ ମୃତଦେହ ପାଣି ଭିତରୁ ଉଦ୍ଧାର କରାଯାଇଥିଲା।
ଘଟଣାସ୍ଥଳରେ ଉପସ୍ଥିତ ମୋନୁଙ୍କ କହିବା ଅନୁସାରେ, ରବିବାର ଅପରାହ୍ଣରେ ଲୋକେଶ ଫୋନ୍ କରି ନଦୀକୁ ଗାଧୋଇବା ପାଇଁ ଡାକିଥିଲେ। ହେଲେ ସେ ମନା କରି ଦେଇଥିଲେ। ଲାଇଭ୍ ଭିଡିଓ କଥା କହିବାରୁ ସୁରେଶ ପ୍ରଥମେ ପାଣିକୁ ଡେଇଁ ଥିଲେ। ହେଲେ ପାଣିରେ ସେ ବୁଡ଼ି ଯାଇଥିଲେ। ଏହା ଦେଖି ତାଙ୍କୁ ବଞ୍ଚାଇବାକୁ ଯାଇ ଅନ୍ୟ ୩ ଜଣ ପାଣିକୁ ଡେଇଁଥିଲେ। ହେଲେ ସମସ୍ତଙ୍କ ଜୀବନ ଚାଲି ଯାଇଥିଲା।
ଖବରପାଇ ମୃତକଙ୍କ ପରିବାର ଲୋକ ଘଟଣାସ୍ଥଳରେ ପହଞ୍ଚିଥିଲେ। ପୋଲିସ୍ ମୃତଦେହ ଉଦ୍ଧାର କରି ପୋଷ୍ଟମର୍ଟମ ପାଇଁ ପଠାଇବା ସହ ଘଟଣାର ତଦନ୍ତ ଚଳାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/____1679296810.jpg)