Advertisment

କଂପ୍ଲେକ୍ସ ଭିତରେ ଥିଲେ ଲୋକେ, ହଠାତ୍‌ ଲାଗିଲା ଭୟଙ୍କର ନିଆଁ...

ସିକନ୍ଦରାବାଦରେ ଥିବା ବହୁ ମହଲା ବିଶିଷ୍ଟ କମର୍ସିଆଲ୍‌ କଂପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।  ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
Massive Fire In Secunderabad

Fire In Secunderabad Leaves 6 Dead

Advertisment

ସିକନ୍ଦରାବାଦରେ ଥିବା ବହୁ ମହଲା ବିଶିଷ୍ଟ କମର୍ସିଆଲ୍‌ କଂପ୍ଲେକ୍ସରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି।  ଏଥିରେ ୬ ଜଣଙ୍କର ମୃତ୍ୟୁ ହୋଇଛି। ମୃତକଙ୍କ ମଧ୍ୟରେ ୪ ଜଣ ବାଳିକା ଓ ୨ ଜଣ ବାଳକ ଅଛନ୍ତି। ୭ ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି। ସର୍ଟସର୍କିଟରୁ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ସନ୍ଦେହ କରାଯାଉଛି। ମୃତକମାନେ ତେଲେଙ୍ଗାନାର ୱାରାଙ୍ଗଲ ଓ ଖମାମ୍‌ ଜିଲ୍ଲାର ବୋଲି ଜଣାପଡ଼ିଛି। 

Advertisment

ଗତକାଲି ସନ୍ଧ୍ୟା ପ୍ରାୟ ସାଢ଼େ ୭ଟାରେ ସ୍ୱପ୍ନଲୋକ କମର୍ସିଆଲ୍‌ କଂପ୍ଲେକ୍ସରେ ନିଆଁ ଲାଗି ଯାଇଥିଲା।  ଅଗ୍ନିଶମ ବାହିନୀ ନିଆଁ ଲିଭା ଓ ଉଦ୍ଧାର କାର୍ଯ୍ୟରେ ଲାଗିଥିଲେ ମଧ୍ୟ ୬ ଜଣଙ୍କର ଜୀବନ ଚାଲି ଯାଇଛି। ନିଆଁ ଲାଗିବାବେଳେ ଏମାନେ କଂପ୍ଲେକ୍ସ ଭିତରେ ଥିଲେ। ଏମାନଙ୍କୁ ଉଦ୍ଧାର କରାଯାଇ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ହେଲେ ସେଠାରେ ଡାକ୍ତର ସେମାନଙ୍କୁ ମୃତ ଘୋଷଣା କରିଥିଲେ।

ସର୍ଟସର୍କିଟରୁ ଏଭଳି ଭୟାବହ ଅଗ୍ନିକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ସୂଚନାଥାଉ କି, ଚଳିତ ବର୍ଷ ଜାନୁଆରୀରେ ସିକନ୍ଦରାବାନ୍ଦରେ ଏଭଳି ସମାନ ଘଟଣା ଘଟିଥିଲା। ୫ ମହଲା ବିଶିଷ୍ଟ କମର୍ସିଆଲ୍‌ ବିଲ୍ଡିଂରେ ନିଆଁ ଲାଗି ୩ ଜଣଙ୍କ ଜୀବନ ଚାଲି ଯାଇଥିଲା। 

Advertisment

ସେହିପରି ଉତ୍ତରପ୍ରଦେଶ ସମ୍ଭାଲ ଜିଲ୍ଲାରେ ଏକ ଅଘଟଣ ଘଟିଛି। ଆଳୁ ଗୋଦାମର ଛାତ ଭୁଶୁଡି ୫ ଜଣଙ୍କର ମୃତ୍ୟୁ ହୋଇଛି। ୧୧ ଜଣଙ୍କୁ ସୁରକ୍ଷିତ ଉଦ୍ଧାର କରାଯାଇଛି। ଏବେବି କିଛି ଲୋକ ଫସି ରହିଥିବା ଆଶଙ୍କା କରାଯାଉଛି। ଗତକାଲି ଆଳୁ ଗଚ୍ଛିତ ଥିବା ଶୀତଳଭଣ୍ଡାରର ଛାତ ଭୁଶୁଡି ପଡ଼ିଥିଲା।ଫଳରେ ଅନେକ ଲୋକ ଛାତ ତଳେ ଚାପି ହୋଇ ରହିଯାଇଥିଲେ। ସେମାନଙ୍କ ମଧ୍ୟରୁ ୫ ଜଣଙ୍କୀ ଜୀବନ ଯାଇଥିବା ବେଳେ ୧୧ ଜଣଙ୍କୁ ଉଦ୍ଧାର କରାଯାଇଛି। 

Fire Mishap
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ