Fire breaks out at AIIMS
ଦିଲ୍ଲୀ ଏମ୍ସରେ ଲାଗିଛି ନିଆଁ । କିଛି ସମୟ ପୂର୍ବରୁ ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ରୁମରେ ନିଆଁ ଲାଗିଥିବା ସୂଚନା ମିଳିଛି । ଏଣ୍ଡୋସ୍କୋପି ରୁମର ଝରକା ଆଡ଼ୁ ନିଆଁ ଓ ଧୂଆଁ ବହୁ ଜୋରରେ ବାହାରୁଥବା ଦେଖିବାକୁ ମିଳିଛି । ନିଆଁକୁ ଆୟତ୍ତ କରିବାକୁ ୮ଟି ଅଗ୍ନିଶମ ଗାଡ଼ି ନିୟୋଜିତ ହୋଇଛି । ଏବେ ଯାଏଁ ସମ୍ପୂର୍ଣ୍ଣ ଭାବେ ନିଆଁ ଲିଭି ନାହିଁ । ଦିଲ୍ଲୀ ଓ ଆଖପାଖ ଅଞ୍ଚଳରୁ ବି ଅଗ୍ନିଶମ ଗାଡ଼ି ଏଠାକୁ ପହଞ୍ଚୁଛି । ଏଣ୍ଡୋସ୍କୋପି ବିଭାଗରେ ଥିବା ରୋଗୀଙ୍କୁ ଅନ୍ୟତ୍ର ସ୍ଥାନାନ୍ତର କରାଯାଇଛି ।
ତେବେ କେଉଁ କାରଣ ପାଇଁ ନିଆଁ ଲାଗିଛି, ସେସମ୍ପର୍କରେ କିଛି ସୂଚନା ମିଳିଛି । ନିଆଁ ଚାରିଆଡକୁ ବ୍ୟାପିଯିବାର ଆଶଙ୍କା ଥିବାରୁ ଅନ୍ୟ ବିଭାଗକୁ ରୋଗୀମାନଙ୍କୁ ସ୍ଥାନାନ୍ତର କରାଯାଉଛି । ସାଢ଼େ ୧୧ଟା ସମୟରେ ଦିଲ୍ଲୀ ଏମ୍ସର ଏଣ୍ଡୋସ୍କୋପି ବିଭାଗରେ ନିଆଁ ଲାଗିଥିବା ସୂଚନା ମିଳିଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1691392124.jpg)