Advertisment

ଷ୍ଟେସନରେ ପହଞ୍ଚିବା ପରେ ମୁମ୍ବାଇ- ବେଙ୍ଗାଲୁରୁ ଉଦୟନ ଏକ୍ସପ୍ରେସ୍‌ରେ ଲାଗିଲା ନିଆଁ

ମୁମ୍ବାଇ- ବେଙ୍ଗାଲୁରୁ ଉଦୟନ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ପ୍ରାୟ ୭ଟା ୩୦ ବେଳେ ଟ୍ରେନ୍‌ଟି ସଙ୍ଗୋଲି ରୟାନ୍ନା ରେଲ୍‌ୱେ ଷ୍ଟେସନରେ ପହଞ୍ଚିବା ପରେ ଦୁଇଟି ବଗିରେ ନିଆଁ ଲାଗି ଯାଇଥିଲା ।

Fire breaks out in Mumbai-Bengaluru Udyan Express

Fire breaks out in Mumbai-Bengaluru Udyan Express

Advertisment

ମୁମ୍ବାଇ- ବେଙ୍ଗାଲୁରୁ ଉଦୟନ ଏକ୍ସପ୍ରେସ୍‌ରେ ଅଗ୍ନିକାଣ୍ଡ ଘଟିଛି । ଆଜି ସକାଳ ପ୍ରାୟ ୭ଟା ୩୦ ବେଳେ ଟ୍ରେନ୍‌ଟି ସଙ୍ଗୋଲି ରୟାନ୍ନା ରେଲ୍‌ୱେ ଷ୍ଟେସନରେ ପହଞ୍ଚିବା ପରେ ଦୁଇଟି ବଗିରେ ନିଆଁ ଲାଗି ଯାଇଥିଲା । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିବାକୁ ଉଦ୍ୟମ କରିଥିଲେ ।

Advertisment

ଟ୍ରେନ୍‌ରେ ନିଆଁ ଲାଗିବା ବେଳେ ସେଥିରେ କୌଣସି ଯାତ୍ରୀ ନଥିଲେ । ସମସ୍ତ ଯାତ୍ରୀ ଓହ୍ଲାଇଯାଇଥିବାରୁ ଏକ ବଡ଼ ଅଘଟଣକୁ ଏଡାଇ ଦିଆଯାଇଛି। ତେବେ କେଉଁ କାରଣରୁ ଟ୍ରେନ୍‌ରେ ନିଆଁ ଲାଗିଲା ସେ ସମ୍ପର୍କରେ ଜଣାପଡିନାହିଁ ।

Advertisment

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ