Advertisment

ଘୁରି ଘୁରି ତଳେ ପଡ଼ିଲା ହେଲିକପ୍ଟର; ଭୟରେ ଦୌଡ଼ିଲେ ଲୋକେ, ଦେଖନ୍ତୁ ଭିଡ଼ିଓ...

ହେଲିକପ୍ଟରର ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଅଘଟଣ । ଅଳ୍ପକେ ବର୍ତ୍ତିଲେ ଜଣେ ପାଇଲଟଙ୍କ ସହ ୬ ଯାତ୍ରୀ ।

ଅଦ୍ୟତନ ହୋଇଛି
Chopper Goes Into Tailspin En Route to Kedarnath

Chopper Goes Into Tailspin

Advertisment

ବଡ଼ ଅଘଟଣରୁ ବର୍ତ୍ତିଗଲେ ଯାତ୍ରୀ । ହେଲିକପ୍ଟରର ଏମର୍ଜେନ୍ସି ଲ୍ୟାଣ୍ଡିଂ ବେଳେ ଅଘଟଣ । ଅଳ୍ପକେ ବର୍ତ୍ତିଲେ ଜଣେ ପାଇଲଟଙ୍କ ସହ ୬ ଯାତ୍ରୀ । ଯାନ୍ତ୍ରୀକ ତୃଟି ଯୋଗୁଁ କେଦାରନାଥରେ ଏମର୍ଜେନ୍ସି ଲ୍ୟାଣ୍ଡି ବେଳେ ହେଲିକେପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । 

Advertisment

ହେଲିପ୍ୟାଡର ୧୦୦ ମିଟର ଦୁରରେ ଏଭଳି ଅଘଟଣ ଘଟିଛି। ହେଲିକପ୍ଟରଟି ହେଲିପ୍ୟାଡ ନିକଟରେ ଥିବା ଏକ ଖାତରେ ଖସିପଡିଥିଲା । ଆଖପାଖରେ ଥିବା ଲୋକେ ଭୟଭୀତ ହୋଇ ଦୌଡା ଦୌଡି ଆରମ୍ଭ କରିଥିଲେ।  ତୁରନ୍ତ ଘଟଣାସ୍ଥଳରେ ସୁରକ୍ଷାକର୍ମୀ ପହଞ୍ଚି ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ। ଗତ ୧୦ ତାରିଖରୁ ଚାରିଧାମ ଯାତ୍ରା ଆରମ୍ଭ ହୋଇଥିବା ବେଳେ କିଛି ହେଲିକପ୍ଟର ମାଧ୍ୟମରେ ଯାଉଥିଲେ। 

Advertisment

ଉତ୍ତରାଖଣ୍ଡ ୨୦୨୪ର ଚାରଧାମ ଯାତ୍ରା ଚାଲିଛି। କେଦାରନାଥ ଧାମ ପାଇଁ ବିମାନ ସେବା ମଧ୍ୟ ଚାଲୁଛି । ପ୍ରତିଦିନ ବହୁ ସଂଖ୍ୟକ ହେଲିକପ୍ଟର ତୀର୍ଥଯାତ୍ରୀଙ୍କୁ ନେଇ କେଦାରନାଥ ଅଭିମୁଖେ ଯାତ୍ରା କରୁଛନ୍ତି। କୁହାଯାଉଛି ଯେ କେଦାରନାଥ ଧାମର ୧୦୦ ମିଟର ପୂର୍ବରୁ ପାହାଡ ଉପରେ କ୍ରିଷ୍ଟାଲ ଆଭିଏସନର ହେଲିକପ୍ଟର ରାଡାର ନଷ୍ଟ ହୋଇଯାଇଛି । ଏହି କାରଣରୁ ଜରୁରୀକାଳୀନ ଅବତରଣ କରିବାକୁ ପଡିଥିଲା । ହେଲିକପ୍ଟରରେ ୬ ଜଣ ଯାତ୍ରୀ ଥିଲେ । ପାଇଲଟଙ୍କ ସମେତ ଏହି ସମସ୍ତ ଯାତ୍ରୀ ନିରାପଦରେ ଅବତରଣ କରିଥିଲେ । ତେବେ ହେଲିକପ୍ଟରଟି ଭୟଙ୍କର ଭାବେ ବୁଲିବାକୁ ଲାଗିବାରୁ ସଂପୃକ୍ତ ଅଞ୍ଚଳରେ କିଛି ସମୟ ପାଇଁ ଆତଙ୍କ ପ୍ରକାଶ ପାଇଥିଲା।

ସୂଚନାଯୋଗ୍ୟଯେ, କେଦାରନାଥ ଧାମକୁ ଯିବାକୁ ଯେଉଁମାନେ ଶାରୀରିକ ଭାବେ ଅକ୍ଷମ, ସେମାନେ ହେଲିକପ୍ଟରର ସହାୟତା ନେଇଥାନ୍ତି। ତେବେ ଅନେକ ସମୟରେ ପ୍ରତିକୁଳ ପାଗ ଯୋଗୁ ଏହି ଯାତ୍ରା ବିପଦସଂକୁଳ ହୋଇଥାଏ। ବିଶେଷ କରି ଏହି ଅଞ୍ଚଳକୁ ପାହାଡ଼ ପର୍ବତ ଘେରି ରହିଥିବାରୁ ପାଗ ସାମାନ୍ୟ ଖରାପ ରହିଲେ ଯାତାୟତ ସହଜ ହୋଇନଥାଏ। ବାଧ୍ୟ ହୋଇ ଅନେକ ଯାତ୍ରୀ ଅସୁସ୍ଥତା ସତ୍ତ୍ୱେ ଚାଲି ଚାଲି କିମ୍ବା ଅନ୍ୟ ମାଧ୍ୟମରେ ଯାଇଥାନ୍ତି। ତେବେ ଯାତ୍ରୀଙ୍କ ସୁରକ୍ଷା ପ୍ରତି ସରକାର ଆହୁରି ଯତ୍ନବାନ୍ ହେବାକୁ ଶ୍ରଦ୍ଧାଳୁଙ୍କ ମହଲରେ ଦାବି ହେଉଛି।  

Advertisment

ତେବେ ସୋମବାର ବାବା କେଦାରନାଥଙ୍କ ଦର୍ଶନ ପାଇଁ ୩୭ ହଜାରରୁ ଅଧିକ ଶ୍ରଦ୍ଧାଳୁ ଆସିଥିଲେ। ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୨୦ ହଜାରରୁ ଅଧିକ ଶ୍ରଦ୍ଧାଳୁ ବାବା କେଦାରଙ୍କ ଦର୍ଶନ କରିସାରିଲେଣି, ଯାହା ଏକ ନୂଆ ରେକର୍ଡ। ଶ୍ରଦ୍ଧାଳୁଙ୍କ ଭିଡ଼କୁ ଦୃଷ୍ଟିରେ ରଖି ମନ୍ଦିରର ଗର୍ଭଗୃହରେ ଦର୍ଶନ ବନ୍ଦ ରହିଥିଲେ ମଧ୍ୟ ତୀର୍ଥଯାତ୍ରୀ ପୁରୋହିତଙ୍କ ବିରୋଧ ପରେ ମନ୍ଦିରର ଗର୍ଭଗୃହର ଦର୍ଶନ ଖୋଲାଯାଇଥିଲା । ଏବେ ଧାମରେ ପହଞ୍ଚୁଥିବା ସମସ୍ତ ଶ୍ରଦ୍ଧାଳୁ ବାବା କେଦାରନାଥଙ୍କ ଗର୍ଭଗୃହ ଦର୍ଶନ କରିପାରିବେ। ତେବେ କେଦାର ଧାମରେ ଭିଆଇପି ଦର୍ଶନ ଏବେ ବି ବନ୍ଦ ରହିଛି।

Helicopter Crash Chopper Crash
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ