Advertisment

ଶୋଇ ପଡ଼ିଲେ ଡ୍ରାଇଭର ! ବିମାନବନ୍ଦରର ପିଲର୍‌ରେ ସିଧା ଯାଇ ପିଟି ହେଲା ବସ୍‌...

ଡ୍ରାଇଭରଙ୍କ ଆଖି ଲାଗିଯିବା ଯୋଗୁ ନିୟନ୍ତ୍ରଣ ହରାଇ ବିମାନବନ୍ଦରର ପିଲର୍‌ରେ ପିଟି ହେଲା ବସ୍‌। ଆଜି ଭୋର ୫ଟା ୧୫ରେ ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଘଟଣା ଘଟିଛି।

ଅଦ୍ୟତନ ହୋଇଛି
Bus Driver Falls Asleep At Bengaluru Airport 10 Injured

Bus Driver Falls Asleep At Bengaluru Airport 10 Injured

Advertisment

ଡ୍ରାଇଭରଙ୍କ ଆଖି ଲାଗିଯିବା ଯୋଗୁ ନିୟନ୍ତ୍ରଣ ହରାଇ ବିମାନବନ୍ଦରର ପିଲର୍‌ରେ ପିଟି ହେଲା ବସ୍‌। ବିମାନବନ୍ଦରରେ ଯାତ୍ରୀ ଓ ଷ୍ଟାଫ୍‌ଙ୍କୁ ନେବା ଆଣିବା କରୁଥିବା ଏକ ବସ୍‌ ନିୟନ୍ତ୍ରଣ ହରାଇ ପିଲର୍‌ରେ ପିଟି ହୋଇଥିଲା।

Advertisment

ଆଜି ଭୋର ୫ଟା ୧୫ରେ ବେଙ୍ଗାଲୁରୁର କେମ୍ପେଗୋଡା ଅନ୍ତର୍ଜାତୀୟ ବିମାନବନ୍ଦରରେ ଏହି ଘଟଣା ଘଟିଛି। ଏଥିରେ ୧୦ ଜଣ ଆହତ ହୋଇଛନ୍ତି। ଦୁର୍ଘଟଣା ସମୟରେ ବସ୍‌ରେ ୧୫ ଜଣ ଯାତ୍ରୀ ଓ ୨ ଜଣ କ୍ରିୟୁ ମେମ୍ବର୍ସ ଥିଲେ। ଆହତଙ୍କୁ ତୁରନ୍ତ ନିକଟସ୍ଥ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ଏମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଡିସ୍‌ଚାର୍ଜ କରାଯାଇଛି। 

ବେଙ୍ଗାଲୁରୁ ଏୟାରପୋର୍ଟ ପ୍ରବକ୍ତାଙ୍କ ସୂଚନା ଅନୁସାରେ, ଆଜି ଭୋର ୫ଟା ୧୫ରେ ବେଙ୍ଗାଲୁରୁ ଏୟାରପୋର୍ଟର T1 ଓ T2 ମଧ୍ୟରେ ଅପରେଟ୍‌ କରୁଥିବା ଏକ ବସ୍‌ T2 ଅରାଇଭାଲ୍‌ ଏକ୍‌ଜିଟ୍‌ ନିକଟ ପୋଲ୍‌ରେ ପିଟି ହୋଇଯାଇଥିଲା। ବସ୍‌ରେ ୧୭ ଜଣ ଥିବାବେଳେ, ସେମାନଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଛନ୍ତି। ଆହତଙ୍କୁ ତୁରନ୍ତ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା।

Advertisment

ଡ୍ରାଇଭରଙ୍କ ଆଖି ଲାଗି ଯିବା ଯୋଗୁ ଦୁର୍ଘଟଣା ଘଟିଥିବା କୁହାଯାଉଥିବା ବେଳେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡ଼ିନି। କେମ୍ପେଗୋଡା ପୋଲିସ୍‌ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି। 

Bus Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ