Advertisment

ବିହାରରେ ବଡ଼ ଅଘଟଣ : ଡଙ୍ଗା ବୁଡି ୧୮ ଛାତ୍ର ନିଖୋଜ

ମୁଜାଫରପୁର ଜିଲ୍ଲା ମଧୁପୁର ଘାଟରେ ଦୁର୍ଘଟଣା..୩୪ ଛାତ୍ରଙ୍କୁ ନେଇ ସ୍କୁଲ ଯାଉଥିବା ଡଙ୍ଗା ଓଲଟିଲା

ଅଦ୍ୟତନ ହୋଇଛି
Bihar Boat Accident

tragic incident

Advertisment

ବିହାରରେ ଡଙ୍ଗା ବୁଡି ୧୮ ଛାତ୍ର ନିଖୋଜ । ମୁଜାଫରପୁର ଜିଲ୍ଲାର ବାଗମାଟି ନଦୀ ପାର ହୋଇ ସ୍କୁଲ ଯାଉଥିଲେ ପ୍ରାୟ ୩୪ ପିଲା । ମଧୁପୁର ଘାଟ ନିକଟରେ ଡଙ୍ଗାଟି ଓଲଟି ପଡିବାରୁ ସମସ୍ତେ ବୁଡି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୬ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ୧୮ ଜଣ ଛାତ୍ର ଏବେ ନିଖୋଜ ଅଛନ୍ତି। ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ ଜିଲ୍ଲାର ବରିଷ୍ଠ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚିଛନ୍ତି।...

Advertisment

ସୂଚନା ଅନୁସାରେ ଆଜି ପ୍ରାୟ ପୂର୍ବାହ୍ନ ସମୟରେ ଏହି ଅଘଟଣ ଘଟିଛି । ପିଲାମାନେ ସ୍କୁଲ ଯାଉଥିବା ବେଳେ ମୁଜାଫରପୁର ଜିଲ୍ଲା ନିକଟ ବାଗମତି ନଦୀରେ ହଠାତ୍ ଡଙ୍ଗାଟି ଭାରସାମ୍ୟ ହରାଇ ବୁଡି ଯାଇଥିଲା । ଏହାପରେ ସେଠାରେ ଥିବା ଲୋକମାନେ ତୁରନ୍ତ ଦମକଳ ବାହିନୀକୁ ଖବର ଦେଇଥିଲେ । ଖବର ପାଇ ପୋଲିସ ଏବଂ ରାଜ୍ୟ ବିପର୍ଯ୍ୟୟ ମୁକାବିଲା ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରି ଦେଇଥିଲେ ।

ହେଲେ ସେମାନଙ୍କ ମଧ୍ୟରୁ ୧୬ ଜଣ ପିଲାଙ୍କୁ ଉଦ୍ଧାର କରାଯାଇଥିଲେ ବି ଅନ୍ୟମାନେ ନିଖୋଜ ହୋଇଯାଇଛନ୍ତି । ସେମାନଙ୍କୁ ଉଦ୍ଧାର କରିବା ପାଇଁ ନିୟୋଜିତ ଅଛନ୍ତି ଉଦ୍ଧାରକାରୀ ଟିମ୍ । ଘଟଣା ପରେ ଏକ ପ୍ରକାରେ ଭୟଭିତ ହୋଇ ପଡିଛନ୍ତି ଅଞ୍ଚଳବାସୀ।

Advertisment
Bihar School Boat Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ