Advertisment

ସକାଳୁ ସକାଳୁ ଅଘଟଣ, ବନ୍ଦେ ଭାରତ ଟ୍ରେନ୍‌ରେ ଲାଗିଲା ନିଆଁ

ଆଜି ସକାଳେ ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଏକ କୋଚ୍‌ରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି।

ଅଦ୍ୟତନ ହୋଇଛି
Vande Bharat Express Fire Mishap

Bhopal Delhi Vande Bharat Train Catches Fire

Advertisment

ବନ୍ଦେ ଭାରତ ଟ୍ରେନ୍‌ରେ ଲାଗିଲା ନିଆଁ। ଆଜି ସକାଳେ ଭୋପାଳ-ଦିଲ୍ଲୀ ବନ୍ଦେ ଭାରତ ଏକ୍ସପ୍ରେସ୍‌ର ଏକ କୋଚ୍‌ରେ ନିଆଁ ଲାଗି ଯାଇଥିବା ସୂଚନା ମିଳିଛି। ସୌଭାଗ୍ୟବଶତଃ, ଏଥିରେ କୌଣସି ଯାତ୍ରୀ ଆହତ ହୋଇ ନଥିବା ବେଳେ ସମସ୍ତେ ସୁରକ୍ଷିତ ଅଛନ୍ତି।

Advertisment

ସୂଚନା ଅନୁସାରେ, ଆଜି ସକାଳ ୮ଟାରେ ମଧ୍ୟପ୍ରଦେଶର କୁରୱାଇ କେଥୋରା ଷ୍ଟେସନରେ ଏହି ଅଘଟଣ ଘଟିଛି। ଟ୍ରେନ୍‌ଟି ସକାଳ ୫ଟା ୪୦ରେ ଭୋପାଳ ଛାଡ଼ିଥିଲା ଓ ଦିନ ୧ଟା ୪୦ରେ ଦିଲ୍ଲୀର ହଜ୍‌ରତ୍‌ ନିଜାମୁଦ୍ଦିନ୍‌ ଷ୍ଟେସନରେ ପହଞ୍ଚିବାର ଥିଲା। ହେଲେ ତା’ପୂର୍ବରୁ କୁରୱାଇ କେଥୋରା ଷ୍ଟେସନରେ ଏକ କୋଚ୍‌ରେ ନିଆଁ ଲାଗି ଯାଇଥିଲା।

ନିଆଁ ଲାଗିବା ପରେ ଟ୍ରେନ୍‌ ଚକରୁ ଧୂଆଁ ବାହାରୁଥିବା ଦେଖିବାକୁ ମିଳିଥିଲା। ଖବର ପାଇ ଅଗ୍ନିଶମ ବାହିନୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ। କିପରି ଓ କେଉଁ ପରିସ୍ଥିତିରେ ନିଆଁ ଲାଗିଲା ସେନେଇ ତଦନ୍ତ ହେବ ବୋଲି ଜଣାପଡ଼ିଛି।

Advertisment

ସୂଚନାଥାଉ କି, ଏହା ପୂର୍ବରୁ ମଧ୍ୟ ବନ୍ଦେ ଭାରତ ଏକ୍ସପ୍ରେସ୍‌କୁ ନେଇ ଚର୍ଚ୍ଚା ହୋଇଥିଲା। ଗତବର୍ଷ ଜୁନ୍‌ ଓ ଡିସେମ୍ବରରେ ଗାଈ ଉପରେ ଚଢ଼ି ଯାଇଥିଲା ବନ୍ଦେ ଭାରତ ଟ୍ରେନ୍‌। ଖାଲି ଏତିକି ନୁହେଁ ବିଭିନ୍ନ ଘଟଣାରେ ବନ୍ଦେ ଭାରତ ଏକ୍ସପ୍ରେସ୍‌ ଉପରକୁ ପଥରମାଡ଼ ହୋଇଥିବା ଘଟଣା ମଧ୍ୟ ସାମ୍ନାକୁ ଆସିଛି। 

Fire Mishap Vande Bharat Express
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ