Advertisment

ଶୁଟିଂ ସାରି ଘରକୁ ଫେରୁଥିଲେ ଅଭିନେତ୍ରୀ, ପିଟିଦେଲା ଟ୍ରକ୍‌....

ଗତକାଲି ରାତିରେ ଶୁଟିଂ ସାରି ଘରକୁ ଫେରୁଥିବା ବେଳେ ଅଭିନେତ୍ରୀଙ୍କ ସଡ଼କ ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହୋଇଛି। ଘଟଣାକୁ ନେଇ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା।

bengali tv actress suchandra dasgupta died in road accident

bengali tv actress suchandra dasgupta died in road accident

Advertisment

ବଙ୍ଗଳା ଏଣ୍ଟରଟେନମେଣ୍ଟ ଇଣ୍ଡଷ୍ଟ୍ରିରୁ ଏକ ଦୁଃଖଦ ଖବର ସାମ୍ନାକୁ ଆସିଛି। ସଡ଼କ ଦୁର୍ଘଟଣାରେ ବଙ୍ଗାଳୀ ଟିଭି ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସୁଚନ୍ଦ୍ରା ଦାସଗୁପ୍ତା(Suchandra Dasgupta)ଙ୍କ ମୃତ୍ୟୁ ହୋଇଛି। ଅଚାନକ ଅଭିନେତ୍ରୀଙ୍କ ଏଭଳି ମୃତ୍ୟୁ ଖବର ଶୁଣି ପରିବାର ଓ ଫ୍ୟାନ୍ସ ଦୂଃଖରେ ଭାଙ୍ଗି ପଡ଼ିଛନ୍ତି। 

Advertisment

ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତିରେ ଶୁଟିଂ ସାରି ଘରକୁ ଫେରିବା ପାଇଁ ସୁଚନ୍ଦ୍ରା ଆପ୍‌ ଜରିଆରେ ଏକ ବାଇକ୍‌ ବୁକ୍‌ କରିଥିଲେ। ବାଇକ୍‌ରେ ଯିବାବେଳେ ଜଣେ ସାଇକେଲ ଆରୋହୀ ରାସ୍ତା ପାର୍‌ ହେଉଥିବା ଦେଖି ବାଇକ୍‌ ଚାଳକ ହଠାତ୍‌ ଗାଡ଼ିର ବ୍ରେକ୍‌ ମାରି ଦେଇଥିଲେ। ଏହି ସମୟରେ ଏକ ଟ୍ରକ୍‌ ବାଇକ୍‌କୁ ପଛପଟୁ ଧକ୍କା ଦେଇଥିଲା। ଗାଡ଼ି ଧକ୍କା ଦେବା ଫଳରେ ୨୯ ‍ବର୍ଷୀୟ ସୁଚନ୍ଦ୍ରା ବାଇକ୍‌ରୁ ତଳେ ପଡ଼ିଯିବା ଯୋଗୁ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା।

bengali tv actress suchandra dasgupta passes away in road accidentଦୁର୍ଘଟଣାରେ ଅଭିନେତ୍ରୀ ମୃତ

ଘଟଣାକୁ ନେଇ କିଛି ସମୟ ପାଇଁ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବରପାଇ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରିଥିଲା। ଟ୍ରକ୍‌କୁ ଜବତ କରିବା ସହ ଡ୍ରାଇଭରଙ୍କୁ ପୋଲିସ୍‌ ଗିରଫ କରିଛି। ସୁଚନ୍ଦ୍ରାଙ୍କ ଅକାଳ ବିୟୋଗରେ ବଙ୍ଗାଳୀ ଫିଲ୍ମ ଇଣ୍ଡଷ୍ଟ୍ରିରେ ଶୋକର ଛାୟା ଖେଳି ଯାଇଛି।

Advertisment

ସୂଚନାଥାଉ କି, ସୁଚନ୍ଦ୍ରା ଦାସଗୁପ୍ତା ବଙ୍ଗାଳୀ ଟିଭି ଇଣ୍ଡଷ୍ଟ୍ରିର ଜଣେ ଜଣାଶୁଣା ଅଭିନେତ୍ରୀ ଥିଲେ। ସେ ଅନେକ ପ୍ରସିଦ୍ଧ ବଙ୍ଗାଳୀ ଟିଭି ଶୋ’ରେ କାମ କରିଥିଲେ। ‘ଗୌରୀ’ରେ ସପୋର୍ଟିଂ ଭୂମିକାରେ ଅଭିନୟ କରି ସେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଥିଲେ। 

Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ