An Army ALH Dhruv Helicopter crashed in Jammu & Kashmir
ଭାରତୀୟ ସେନା ବାହିନୀର ALH ଧ୍ରୁବ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଥିବା ସୂଚନା ମିଳିଛି। ଜାମ୍ମୁ କାଶ୍ମୀର କିସ୍ତିୱାର ନିକଟରେ ହେଲିକପ୍ଟର କ୍ରାଶ୍ ହୋଇ ଚିନାବ ନଦୀକୁ ଖସି ପଡ଼ିଛି। ଦୁର୍ଘଟଣାଗ୍ରସ୍ତ ହେଲିକପ୍ଟରରେ ଥିବା ପାଇଲଟମାନେ ଆହତ ହୋଇଥିବା ଜଣାପଡ଼ିଛି।
ପାଇଲଟ ଆହତ ହୋଇଥିଲେ ମଧ୍ୟ ସେମାନେ ବିପଦମୁକ୍ତ ଥିବା ସେନା ପକ୍ଷରୁ କୁହାଯାଇଛି। ସେମାନଙ୍କୁ ଉଦ୍ଧାର ଲାଗି ରେସ୍କ୍ୟୁ ଟିମ୍ ଘଟଣାସ୍ଥଳରେ ପହଞ୍ଚିଛନ୍ତି। କୁହାଯାଉଛି ଯେ, ଯେଉଁ ସ୍ଥାନରେ ହେଲିକପ୍ଟର କ୍ରାଶ୍ ହୋଇଛି ତାହା ଦୁର୍ଗମ ଅଞ୍ଚଳ। ସେଠାରେ ଗତ ୩ ଦିନ ହେବ ଲଗାତାର ଭାବେ ବର୍ଷା ଜାରି ରହିଛି।
ଦୁର୍ଘଟଣା ସମୟରେ ହେଲିକପ୍ଟରରେ ସେନାର ୩ ଜଣ ଅଧିକାରୀ ଥିଲେ। ୨ ଜଣ ପାଇଲଟ୍ ଓ ଜଣେ କମାଣ୍ଡିଂ ଅଫିସର ଥିଲେ। କେଉଁ କାରଣ ପାଇଁ ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହେଲା ଏହାର କାରଣ ଜଣାପଡ଼ିନି। ଖରାପ ପାଗ ଯୋଗୁ ଏପରି ହୋଇଥାଇପାରେ ବୋଲି ଅନୁମାନ କୁହାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1683182041.jpg)