Advertisment

କୁହୁଡ଼ି ସାଜିଲା କାଳ..ଟ୍ରକ ତଳେ ଚାପି ହୋଇ ପାଞ୍ଚ ମୃତ

କୁହୁଡି ନେଉଛି ଜୀବନ। ପ୍ରତିଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ମଧ୍ୟ ଘନ କୁହୁଡ଼ି ପାଇଁ ଦୁର୍ଘଟଣା ବଢ଼ି ଚାଲିଛି। ନାଗପୁରରେ ୩ଟି ସ୍ଥାନରେ ଦୁର୍ଘଟଣା ଯୋଗୁଁ ଦମ୍ପତିଙ୍କ ସମେତ ୫ଜଣଙ୍କ ମୃତ୍ୟୁ ଘଟିଛି।

ଅଦ୍ୟତନ ହୋଇଛି
Accident

Accident

Advertisment

କୁହୁଡି ନେଉଛି ଜୀବନ। ପ୍ରତିଦିନ ସଡ଼କ ଦୁର୍ଘଟଣା ବୃଦ୍ଧି ପାଇବାରେ ଲାଗିଛି। ମହାରାଷ୍ଟ୍ରରେ ମଧ୍ୟ ଘନ କୁହୁଡ଼ି ପାଇଁ ଦୁର୍ଘଟଣା ବଢ଼ି ଚାଲିଛି। ନାଗପୁରରେ ୩ଟି ସ୍ଥାନରେ ଦୁର୍ଘଟଣା ଯୋଗୁଁ ଦମ୍ପତିଙ୍କ ସମେତ ୫ଜଣଙ୍କ ମୃତ୍ୟୁ ଘଟିଛି। ପ୍ରଥମ ଦୁର୍ଘଟଣାଟି କାମନଗରରେ ହୋଇଥିବା ବେଳେ ଏଥିରେ ଦମ୍ପତିଙ୍କ ମୃତ୍ୟୁ ଘଟିଛି। ସେହିପରି ବିହିରଗାଓରେ ଘଟିଥିବା ଦୁର୍ଘଟଣାରେ ୨ଜଣଙ୍କ ଜୀବନ ଯାଇଥିବା ବେଳେ ପରଦି ଅଂଚଳରେ ଘଟିଥିବା ଦୁର୍ଘଟଣାରେ ଜଣେ ଯୁବତୀ ମୃତ୍ୟୁବରଣ କରିଛନ୍ତି।

Advertisment

ନାଗପୁର କାମନଗରରେ ଦମ୍ପତି ସଂପର୍କୀୟଙ୍କ ଅନ୍ତିମ ସଂସ୍କାରରେ ଯୋଗ ଦେବାକୁ ଯାଇଥିଲେ। ବାଇକରେ ଘରକୁ ଫେରିବା ବେଳେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ତେବେ ଘଟଣାସ୍ଥଳରେ ଉଭୟଙ୍କର ମୃତ୍ୟୁ ଘଟିଛି। ମୃତ ଦମ୍ପତି ହେଲେ ୪୩ବର୍ଷୀୟ ଦେବାନନ୍ଦ ଓ ତାଙ୍କ ପତ୍ନୀ ସୋନି।

ସେହିପରି ଦ୍ୱିତୀୟ ସଡ଼କ ଦୁର୍ଘଟଣାଟି ଘଟିଛି ବିହିରଗାଓରେ। ମିନିଟ୍ରକ ଓ ଟ୍ରକ ମଧ୍ୟରେ ଧକ୍କା ହେବା ଫଳରେ ୨ଯୁବକଙ୍କ ମୃତ୍ୟୁ ଘଟିଛି। ମୃତକମାନେ ହେଲେ ରାହୁଲ ସନ୍ତୋଷ ରାୱତ ଓ ଲକ୍ଷ୍ମଣ ଦାଦାଜୀ ଧୀଙ୍ଗରେ। ଉଭୟ ବିଳମ୍ୱିତ ରାତିରେ ମିନିଟ୍ରକ ଯୋଗେ ଫେରିବା ବେଳେ ଟ୍ରକ ଦୁର୍ଘଟଣାର ଶିକାର ହୋଇଥିଲେ।

Advertisment

ଅନ୍ୟ ଦୁର୍ଘଟଣାରେ ଜଣେ ୨୦ବର୍ଷୀୟ ଯୁବତୀଙ୍କ ମୃତ୍ୟୁ ଘଟିଛି। ଆକାଂକ୍ଷା ପାଟିଲ ନାମକ ଯୁବତୀ ବାଇକରେ ଯିବାବେଳେ ପଡିଯାଇଥିଲେ। ସେ ଉଠି ଠିଆହେବା ପୂର୍ବରୁ ଦ୍ରୁତ ବେଗରେ ଆସୁଥିବା ଏକ ମିନିଟ୍ରକ ତାଙ୍କ ଉପରେ ମାଡି ଯାଇଥିଲା। ଘଟଣାସ୍ଥଳରେ ହିଁ ଆକାଂକ୍ଷାଙ୍କର ମୃତ୍ୟୁ ହୋଇଯାଇଥିଲା। ତେବେ ଦୁର୍ଘଟଣା ପରେ ପୋଲିସ ସମସ୍ତ ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଘଟଣାର ତଦନ୍ତ କରୁଛି।

Fog Accident Death
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ