Car Accident
ଉତ୍ତରାଖଣ୍ତ ନୈନିତାଲ ଘାଟିରେ ବଡ଼ ଅଘଟଣ। ଘାଟିରୁ ଗାଡ଼ି ଖସିବା ଫଳରେ ୭ ଜଣ ନେପାଳୀ ପ୍ରାଣ ହରାଇଛନ୍ତି। ଗାଡ଼ିଟି ଭାରସାମ୍ୟ ହରାଇ ୧୫୦ ଫୁଟ୍ ତଳକୁ ଖସିପଡ଼ିଥିଲା। ଗାଡ଼ିରେ ଥିବା ୮ ଜଣଙ୍କ ମଧ୍ୟରୁ ୭ ଜଣ ପ୍ରାଣ ହରାଇଛନ୍ତି। ଉତ୍ତରାଖଣ୍ତର SDRF ଟିମ୍ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଛି।
ନୈନିତାଲର ବେତାଲଘାଟରେ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ଘଟଣାରେ ୭ ଜଣ ନେପାଳୀଙ୍କ ମୃତ୍ୟୁ ହୋଇଛି। ଆଉ ଜଣେ ହସ୍ପିଟାଲରେ ଗୁରୁତର ରହିଛନ୍ତି। SDRF ଓ ସ୍ଥାନୀୟ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର ଚଳାଇଛି। ସୂଚନା ମୁତାବକ ୮ ଜଣ ଯାତ୍ରୀ ନୈନିତାଲରେ ରହୁଥିବା ସମ୍ପର୍କୀୟଙ୍କ ଘରକୁ ଆସିଥିଲେ। ଫେରିବା ବାଟରେ ଏଭଳି ଅଭାବନୀୟ ଘଟଣା ଘଟିଛି। ଗାଡ଼ିଟି ଭାରସାମ୍ୟ ହରାଇ ୧୫୦ ଫୁଟ୍ ତଳ ଖାଇକୁ ଖସିପଡ଼ିଛି।
SDRF ଟିମ୍ ପ୍ରଥମେ ୮ ଜଣଙ୍କୁ ଉଦ୍ଧାର କରିଥିଲେ। ସେମାନଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ତୁରନ୍ତ ମେଡିକାଲ୍ରେ ଭର୍ତ୍ତି କରାଯାଇଥିଲା। ଗାଡ଼ିର ଡ୍ରାଇଭର୍ ରାଜେନ୍ଦ୍ର କୁମାର ମଧ୍ୟରେ ଘଟଣାରେ ପ୍ରାଣ ହରାଇଛନ୍ତି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/IMAGE_1712646699.jpg)