Advertisment

ହଠାତ୍‌ ଖସି ପଡ଼ିଲା ୪୦ ମହଲା ବିଲ୍ଡିଂରେ ଲାଗିଥିବା ଲିଫ୍ଟ, ୭ ଶ୍ରମିକ ମୃତ...

ହଠାତ୍‌ ଖସି ପଡ଼ିଲା ନିର୍ମାଣାଧୀନ ୪୦ ମହଲା ବିଲ୍ଡିଂରେ ଲାଗିଥିବା ଲିଫ୍ଟ। ଫଳରେ ୭ ଶ୍ରମିକଙ୍କ ମୃତ୍ୟୁ ହୋଇଛି।

ଅଦ୍ୟତନ ହୋଇଛି
7 Labourers Killed After Lift In 40 Storey Building Collapses In Maharashtra

7 Labourers Killed After Lift In 40 Storey Building Collapses In Maharashtra

Advertisment

ହଠାତ୍‌ ଖସି ପଡ଼ିଲା ନିର୍ମାଣାଧୀନ ୪୦ ମହଲା ବିଲ୍ଡିଂରେ ଲାଗିଥିବା ଲିଫ୍ଟ। ଫଳରେ ୭ ଜଣଙ୍କ ମୃତ୍ୟୁ ହୋଇଛି। ଗତକାଲି ମହାରାଷ୍ଟ୍ରର ଥାନେର ଏହି ଅଭାବନୀୟ ଘଟଣା ଘଟିଛି। ସମସ୍ତ ମୃତକ ଶ୍ରମିକ ଶ୍ରେଣୀର ବୋଲି ଥାନେ ମହାନଗର ପାଳିକା ପକ୍ଷରୁ କୁହାଯାଇଛି।

Advertisment

ଅଘଟଣ ବେଳେ ଶ୍ରମିକମାନେ ଲିଫ୍ଟ ଭିତରେ ଥିଲେ। ଥାନେର ବାଲକୁମ ଅଞ୍ଚଳରେ ଏହି ଦୁଃଖଦ ଘଟଣା ଘଟି ଥିବାବେଳେ ବିଲ୍ଡିଂରେ ୱାଟରପ୍ରୁଫିଂ କାମ ଚାଲିଥିବା ବେଳେ ଏହି ଅଘଟଣ ଘଟିଛି ।

ଲିଫ୍ଟରେ ଥିବା ରୋପ୍ ଛିଡ଼ିଯିବାରୁ ଏହି ଅଭାବନୀୟ ଘଟଣା ଘଟିଥିବା ପୋଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି। ତେବେ ପ୍ରକୃତରେ କେଉଁ କାରଣ ପାଇଁ ଏହା ଘଟିଲା ସେନେଇ ପୋଲିସ୍‌ ଛାନ୍‌ଭିନ୍‌ ଚଳାଇଛି।  

Advertisment

ତେବେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଲୋକଙ୍କ କହିବା ଅନୁଯାୟୀ, ଉଦ୍ଧାରକାରୀ ଦଳ ବିଳମ୍ବରେ ପହଞ୍ଚିବାରୁ ଫଶିଥିବା ଲୋକଙ୍କୁ ଉଦ୍ଧାର କରାଯାଇପାରିନଥିଲା। ଏହି ଲିଫ୍ଟର ମରାମତି ଦାୟିତ୍ୱରେ ଥିବା କଂପାନୀ ଗତ ଅଗଷ୍ଟ ୨୩ ତାରିଖରେ ଏହାକୁ ଶେଷ ଥର ପାଇଁ ଚେକ୍ କରିଥିଲା ଏବଂ ସେତେବେଳେ ଏଥିରେ କୌଣସି ତ୍ରୁଟି ନଥିବା କୁହାଯାଇଛି। ତେବେ ଆଜିର ଦୁର୍ଘଟଣା ପରେ ମରାମତି ଦାୟିତ୍ୱରେ ଥିବା କଂପାନୀ ଉପରକୁ ଆଙ୍ଗୁଳି ଉଠିଛି। 

ସ୍ଥାନୀୟ ଲୋକଙ୍କ କହିବା ଆନୁଯାୟୀ, ଲିଫ୍ଟ ଛିଡ଼ିବା ସମୟରେ ଏକ ବୋମା ବିସ୍ଫୋରଣ ଭଳି ଶବ୍ଦ ସୃଷ୍ଟି ହୋଇଥିଲା। ପରେ ପରେ ଦୁର୍ଘଟଣା ଖବର ସାମ୍ନାକୁ ଆସିଥିଲା।  

Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ