7 Killed In Road Accident In Bihar
ଭାରସାମ୍ୟ ହରାଇ କଣ୍ଟେନର ସହ ଧକ୍କା ହୋଇ ଗାଡ଼ି ତଳେ ଚାପି ହୋଇଗଲା ସ୍କର୍ପିଓ। ଫଳରେ ଘଟଣାସ୍ଥଳରେ ୭ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ ଜଣ ଗୁରୁତର ଆହତ ହୋଇଛନ୍ତି। ବିହାରର ରୋହତାସ ଜିଲ୍ଲାରେ ଆଜି ସକାଳୁ ଏହି ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି।
ମୃତକଙ୍କ ମଧ୍ୟରେ ଗୋଟିଏ ପରିବାରର ୭ ସଦସ୍ୟ ଅଛନ୍ତି। ସ୍କର୍ପିଓ ଡ୍ରାଇଭରଙ୍କୁ ନିଦ ଆସିବାରୁ ନିୟନ୍ତ୍ରଣ ହରାଇବାକୁ ଏପରି ଭୟଙ୍କର ଦୁର୍ଘଟଣା ଘଟିଥିବା ଜଣାଯାଇଛି। ଏହି ଘଟଣା ଶିବସାଗର ହାଇୱେରେ ଘଟିଛି।
ମିଳିଥିବା ସୂଚନା ଅନୁସାରେ, ସୁଦେଶ୍ୱର ଶର୍ମା ପରିବାର ସଦସ୍ୟଙ୍କ ସହ ବୌଦ୍ଧଗୟାରୁ ନିଜ ଗାଁ କୈମୁରକୁ ଫେରୁଥିଲେ। ଭୋର ସମୟରେ ସ୍କର୍ପିଓ ଡ୍ରାଇଭରଙ୍କୁ ନିଦ ଆସି ଯିବାରୁ ଭାରସାମ୍ୟ ହରାଇ ଗାଡ଼ି ଏକ କଣ୍ଟେନରକୁ ଧକ୍କା ଦେଇଥିଲା। ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ସ୍କର୍ପିଓ, କଣ୍ଟେନର ତଳେ ଚାପି ହୋଇଯାଇଥିଲା।
ଗାଡ଼ିଟି ଶିବସାଗର ଅଞ୍ଚଳରେ ଜାତୀୟ ରାଜପଥରେ ଦ୍ରୁତ ଗତିରେ ଯାଉଥିବା ବେଳେ ଦୁର୍ଘଟଣା ଘଟିଥିଲା। ଫଳରେ ଘଟଣାସ୍ଥଳରେ ୭ ଜଣ ଆଖି ବୁଜିଥିବା ବେଳେ ୫ ଜଣ ଗୁରୁତର ହୋଇ ପଡ଼ିଛନ୍ତି।
ଘଟଣାସ୍ଥଳରେ ପୋଲିସ୍ ପହଞ୍ଚି ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି। ଏଥିସହ ଗୁରୁତରଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1693375053.jpg)