Advertisment

ଚନ୍ଦ୍ରପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା,୬ ମୃତ

ମହାରାଷ୍ଟ୍ର ଚନ୍ଦ୍ରପୁର ଜିଲ୍ଲା କମ୍ପା ଗାଁ ନିକଟରେ ଦୁର୍ଘଟଣା । ଘଟଣାସ୍ଥଳରେ ୪ ଓ ମେଡିକାଲରେ ୨ ଜଣ ମୃତ ।

ଅଦ୍ୟତନ ହୋଇଛି
accident

accident

Advertisment

ପୁଣି ଦୁର୍ଘଟଣା ନେଲା ନୀରିହଙ୍କ ଜୀବନ । ମହାରାଷ୍ଟ୍ରର ଚନ୍ଦ୍ରପୁର ଜିଲ୍ଲାରେ ରବିବାର ସନ୍ଧ୍ୟାରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି । ଭାରସାମ୍ୟ ହରାଇ ଏକ ବସ୍‌କୁ ଧକ୍କା ଦେଇଛି କାର୍‌ । ଏହି ଦୁର୍ଘଟଣାରେ କାରରେ ସବାର ଥିବା ୬ ଜଣଙ୍କର ମୃତ୍ୟୁ ହୋଇଯାଇଛି । ଜିଲ୍ଲା ମୁଖ୍ୟାଳୟ ଠାରୁ ପ୍ରାୟ ୧୧୫ କିଲୋମିଟର ଦୂରରେ ଥିବା ନାଗଭିଡ଼ ଥାନା ଅଞ୍ଚଳର କମ୍ପା ଗ୍ରାମରେ ଏହି ଦୁର୍ଘଟଣା ଘଟିଛି ।

Advertisment

ପୋଲିସ୍‌ ସୂଚନା ଅନୁସାରେ କାର୍‌ଟି ଗତକାଲି ନାଗପୁରରୁ ନାଗଭିଡ଼ ଅଞ୍ଚଳକୁ ଯାଉଥିବା ବେଳେ ସେଥିରେ ସବାର ଥିଲା ୬ ଜଣ । ମାତ୍ର କମ୍ପା ଗାଁ ନିକଟରେ କାର୍‌ଟି ବିପରୀତ ଦିଗରୁ ଆସୁଥିବା ଏକ ବସ୍‌ ସହ ମୁହାଁମୁହିଁ ଧକ୍କା ହୋଇଥିଲା । ଏହି ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ହିଁ ୪ ଜଣଙ୍କ ମୃତ୍ୟୁ ହୋଇଥିଲା ।

ଅନ୍ୟ ୨ ଜଣଙ୍କ ଅବସ୍ଥା ଗୁରୁତର ହେବାରୁ ସେମାନଙ୍କୁ ନିକଟସ୍ଥ ମେଡିକାଲ ସ୍ଥାନାନ୍ତର କରାଯାଇଥିଲା । ହେଲେ ସେଠାରେ ସେମାନଙ୍କୁ ମୃତ ଘୋଷଣା କରିଥିଲେ ଡାକ୍ତର । ଏପଟେ ଏହି ଭୟଙ୍କର ଦୁର୍ଘଟଣାରେ କାର୍‌ଟି ସମ୍ପୂର୍ଣ୍ଣ ଭାବରେ ଚୁର୍‌ମାର୍‌ ହୋଇଯାଇଛି । ଫଳରେ କାର୍‌କୁ କାଟି ସେଥିରୁ ମୃତଦେହ ଉଦ୍ଧାର କରାଯାଇଛି ।

Advertisment

ଗଣମାଧ୍ୟମ ରିପୋର୍ଟରୁ ମିଳିଥିବା ସୂଚନା ଅନୁଯାୟୀ, ଦୁର୍ଘଟଣାରେ ପ୍ରାଣ ହରାଇଥିବା ବ୍ୟକ୍ତିମାନେ ହେଉଛନ୍ତି ରୋହନ ବିଜୟ ରାଉତ (୩୦ ବର୍ଷ), ରିଷିକେଶ ବିଜୟ ରାଉତ (୨୮ ବର୍ଷ ), ପ୍ରଭାସ ଶେଖର ସୋନାୱାଣେ (୩୫ ବର୍ଷ), ଲଖନୀ, ଗୀତା ବିଜୟ ରାଉତ (୫୦ ବର୍ଷ), ସୁନୀତା ରୂପେଶ ଫେଣ୍ଡର (୪୦ ବର୍ଷ) ଏବଂ ୟାମିନୀ (୯ ବର୍ଷ ) । ବର୍ତ୍ତମାନ ପୋଲିସ ବସ୍ ଡ୍ରାଇଭରକୁ ଗିରଫ କରି ଘଟଣାର ତଦନ୍ତ କରୁଛି ।

Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ