5 Teenagers Drown In Lake In Gujarat
ଜଣେ ଅନ୍ୟ ଜଣଙ୍କୁ ବଞ୍ଚାଇବାକୁ ଯାଇ ଜଣକ ପରେ ଜଣେ ୫ ଜଣ ପାଣିରେ ବୁଡ଼ିଗଲେ। ପାଣିରେ ବୁଡ଼ି ୫ ନାବାଳକଙ୍କ ମୃତ୍ୟୁ ହୋଇଛି। ହ୍ରଦରେ ଗାଧୋଇବା ବେଳେ ପ୍ରଥମେ ୨ ନାବାଳକ ବୁଡ଼ି ଯାଇଥିଲେ, ସେମାନଙ୍କୁ ବଞ୍ଚାଇବାକୁ ଯାଇ ଆଉ ୩ ଜଣ ବି ବୁଡ଼ି ଯାଇଥିଲେ। ଗୁଜରାଟ ବୋଟାଡ ଟାଉନ କ୍ରିଷ୍ଣା ସାଗର ହ୍ରଦରେ ଗତକାଲି ଏହି ଅଭାବନୀୟ ଘଟଣା ଘଟିଛି।
ସୂଚନା ଅନୁସାରେ, ଗତକାଲି ଅପରାହ୍ଣରେ କ୍ରିଷ୍ଣା ସାଗର ହ୍ରଦରେ ୫ ନାବାଳକ ଗାଧୋଇବାକୁ ଯାଇଥିଲେ। ସେମାନଙ୍କ ମଧ୍ୟରୁ ୨ ଜଣ ଗାଧୋଉ ଥିବାବେଳେ ଅନ୍ୟ ୩ ଜଣ ସେଠାରେ ଉପସ୍ଥିତ ଥିଲେ। ଦୂର୍ଭାଗ୍ୟବଶତଃ ପାଣିରେ ଗାଧୋଉଥିବା ୨ ନାବାଳକ ବୁଡ଼ି ଯାଇଥିଲେ।
ଏହାଦେଖି ସେମାନଙ୍କୁ ବଞ୍ଚାଇବା ପାଇଁ ଅନ୍ୟ ୩ ଜଣ ପାଣିକୁ ଡେଇଁଥିଲେ। ହେଲେ ସମସ୍ତେ ପାଣିରେ ବୁଡ଼ି ଯାଇଥିଲେ। ସମସ୍ତ ମୃତକଙ୍କ ବୟସ ୧୬ରୁ ୧୭ ବର୍ଷ ମଧ୍ୟରେ ହୋଇଥିବା ଜଣାପଡ଼ିଛି। ଖବରପାଇ ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1684040689.jpg)