20 Dead As Houseboat Capsizes In Kerala
ଅନ୍ଧାର ରାତିରେ ବଡ଼ ଅଘଟଣ। କେରଳରେ ବଡ ଧରଣର ନୌକା ଦୁର୍ଘଟଣାରେ ୨୦ରୁ ଅଧିକ ଲୋକଙ୍କ ଜୀବନ ଚାଲି ଯାଇଛି। ଗତକାଲି ସନ୍ଧ୍ୟା ପ୍ରାୟ ୭ଟା ସମୟରେ କେରଳର ମଲପ୍ପୁରମ୍ ଜିଲ୍ଲା ତାନୁରରେ ଡଙ୍ଗା ଓଲଟି ୨୧ ଜଣଙ୍କ ମୃତ୍ୟୁ ହୋଇଛି। ଏଥିରେ ୭ ଜଣଙ୍କ ଅବସ୍ଥାରେ ଗୁରୁତର ରହିଛି। ଅଘଟଣ ବେଳେ ଡଙ୍ଗାରେ ପ୍ରାୟ ୪୦ ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରେ ଅଧିକାଂଶ ଛୋଟ ପିଲା ଅର୍ଥାତ୍ ସ୍କୁଲ୍ ଛାତ୍ରଛାତ୍ରୀ ଥିଲେ ବୋଲି ଜଣାପଡ଼ିଛି।
ସୂଚନା ଅନୁସାରେ, ଏକ ସ୍କୁଲ୍ର ଖରା ଛୁଟି ଅବସରରେ ଛାତ୍ରଛାତ୍ରୀଙ୍କୁ ନେଇ ହାଉସ୍ବୋଟ୍ରେ ପିକ୍ନିକ୍ ଚାଲିଥିଲା। ଡଙ୍ଗାରେ ପ୍ରାୟ ୪୦ ଜଣ ଥିବାବେଳେ ସେମାନଙ୍କ ମଧ୍ୟରେ ଅଧିକାଂଶ ଛାତ୍ରଛାତ୍ରୀ ଥିଲେ। ଦୁର୍ଭାଗ୍ୟବଶତଃ, ହଠାତ୍ ଡଙ୍ଗାଟି ତାନୁରରେ ଓଲଟି ପଡ଼ିଥିଲା। ଫଳରେ ୨୧ ଜଣଙ୍କ ଜୀବନ ଚାଲି ଯାଇଛି। ମୃତକଙ୍କ ମଧ୍ୟରେ ଅନେକ ସ୍କୁଲ୍ ଛାତ୍ରଛାତ୍ରୀ ଅଛନ୍ତି। କ୍ଷମତାରୁ ଅଧିକ ଲୋକ ଡଙ୍ଗାରେ ଯାତ୍ରା କରୁଥିବାରୁ ଏଭଳି ଅଘଟଣ ଘଟିଥିବା କୁହାଯାଉଛି। ଏହାସହ ଡଙ୍ଗାରେ ସୁରକ୍ଷା ଉପକରଣ ମଧ୍ୟ ନଥିବା ସୂଚନା ମିଳିଛି।
ତେବେ ଯେଉଁ ସ୍ଥାନରେ ଏହି ଅଘଟଣ ଘଟିଛି, ସେହି ସ୍ଥାନରୁ ସମୁଦ୍ର ମାତ୍ର ଅଳ୍ପ ଦୂର। ତାନୁର ଜିଲ୍ଲା ନିକଟ ଓଟ୍ଟିପୁରମ୍ ଦେଇ ଯାଇଥିବା ନଦୀରେ ଏହି ବଡ଼ ଅଘଟଣ ଘଟିଛି। ରାତି ହୋଇଯାଇଥିବାରୁ ଉଦ୍ଧାର କାର୍ଯ୍ୟ ପ୍ରଭାବିତ ହୋଇଥିଲା। ଘଟଣାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜୟନ୍ ଦୁଃଖ ପ୍ରକାଶ କରିଛନ୍ତି। ପିନାରାୟୀ ବିଜୟନ୍ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ଘଟଣାରେ ଦୁଃଖ ପ୍ରକାଶ କରିବା ସହ ମୃତକଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅନୁକମ୍ପାରାଶି ଘୋଷଣା କରିଛନ୍ତି।
Deeply saddened by the tragic loss of lives in the Tanur boat accident in Malappuram. Have directed the District administration to effectively coordinate rescue operations, which are being overseen by Cabinet Ministers. Heartfelt condolences to the grieving families & friends.
— Pinarayi Vijayan (@pinarayivijayan) May 7, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/post_attachments/uploadimage/library/16_9/16_9_0/s_1683513430.jpg)