Advertisment

ହଠାତ୍‌ ଡ୍ରାଇଭରଙ୍କୁ ହେଲା ହାର୍ଟ ଆଟାକ୍‌, ଯମ ଦୂତ ପରି ଲୋକଙ୍କ ଉପରେ ମାଡ଼ିଗଲା ବସ୍‌...

ମୃତ୍ୟୁ କେତେବେଳେ କେମିତି ଆସେ, ତା’ହା କେହିବି କହିପାରିବେନି। ଯମ ଦୂତ ପରି ଆସି ବସିଥିବା ଲୋକର ବି ପ୍ରାଣବାୟୁ ନେଇଯାଏ। ହେଲେ ସବୁଠୁ ଦୁଃଖଦ ଘଟଣା, ଜଣକର ମୃତ୍ୟୁ ପରେ ଆଉ ଜଣକ ଜୀବନ ମଧ୍ୟ ଚାଲି ଯାଇଛି।

2 Killed As Bus Rams Several Vehicles In Madhya Pradesh

2 Killed As Bus Rams Several Vehicles In Madhya Pradesh

Advertisment

ମୃତ୍ୟୁ କେତେବେଳେ କେମିତି ଆସେ, ତା’ହା କେହିବି କହିପାରିବେନି। ଯମ ଦୂତ ପରି ଆସି ବସିଥିବା ଲୋକର ବି ପ୍ରାଣବାୟୁ ନେଇଯାଏ। ହେଲେ ସବୁଠୁ ଦୁଃଖଦ ଘଟଣା, ଜଣକର ମୃତ୍ୟୁ ପରେ ଆଉ ଜଣକ ଜୀବନ ମଧ୍ୟ ଚାଲି ଯାଇଛି। ଏମିତି ଏକ ଘଟଣା ମଧ୍ୟପ୍ରଦେଶର ଜବଲ୍‌ପୁରରେ ଘଟିଛି। ବସ୍ ଚଲାଉଥିବା ବେଳେ ଡ୍ରାଇଭରଙ୍କ ହଠାତ୍‌ ହାର୍ଟ ଆଟାକ୍‌ ହେବାରୁ ନୟନ୍ତ୍ରଣ ହରାଇ ବସ୍‌ଟି ଲୋକଙ୍କ ଉପରେ ମାଡ଼ି ଯାଇଥିଲା। ଫଳରେ ଡ୍ରାଇଭରଙ୍କ ସମେତ ଅନ୍ୟ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଘଟିଛି। ଦୁର୍ଘଟଣା ବେଳର ଦୃଶ୍ୟ ସିସିଟିଭିରେ କଏଦ ହୋଇଛି।

Advertisment

ସୂଚନା ଅନୁସାରେ, ଜବଲ୍‌ପୁରରେ ଟ୍ରାଫିକ୍‌ ସିଗ୍ନାଲ୍‌ରେ ଗାଡ଼ି ଧରି କିଛି ବ୍ୟକ୍ତି ଛିଡ଼ା ହୋଇଥିବା ବେଳେ ହଠାତ୍‌ ଏକ ବସ୍‌ ଆସି ସେମାନଙ୍କ ଉପରେ ମାଡ଼ି ଯାଇଥିଲା। ବସ୍‌ ଡ୍ରାଇଭରଙ୍କ ହଠାତ୍‌ ହାର୍ଟ ଆଟାକ୍‌ ହେବାରୁ ଗାଡ଼ିଟି ନିୟନ୍ତ୍ରଣ ହରାଇ ପ୍ରଥମେ ଜଣେ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇଥିଲା। ଏହାପରେ ଅନ୍ୟ ଗାଡ଼ିକୁ ଧକ୍କା ଦେଇ କିଛି ବାଟ ପର୍ଯ୍ୟନ୍ତ ଘୋଷାଡ଼ି ନେଇଥିଲା। ଏଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହୋଇଥିବା ବେଳେ ୬ ଜଣ ଆହତ ହୋଇଛନ୍ତି। 

Advertisment

ପୋଲିସ୍‌ ସୂଚନା ଅନୁସାରେ, ଦୁର୍ଘଟଣା ଆହୁରି ଭୟଙ୍କର ହୋଇଥାନ୍ତା ହେଲେ ବସ୍‌ର ସ୍ପିଡ୍‌ କମ୍‌ ଥିଲା। କିନ୍ତୁ ଦୁର୍ଭାଗ୍ୟବଶତଃ, ବସ୍‌ ଡ୍ରାଇଭରଙ୍କ ହଠାତ୍ ହାର୍ଟ ଆଟାକ୍‌ରେ ମୃତ୍ୟୁ ଘଟିବାରୁ ବସ୍‌ଟି ଭାରସାମ୍ୟ ହରାଇ ବାଇକ୍‌ ଚାଳକଙ୍କୁ ଧକ୍କା ଦେଇ ଅନ୍ୟ ଗାଡ଼ି ଚାଳକଙ୍କ ଉପରେ ମାଡ଼ି ଯାଇଥିଲା। ଆହତ ୬ ଜଣଙ୍କ ମଧ୍ୟରେ ବସ୍‌ ଯାତ୍ରୀ ଓ ଇ-ରିକ୍ସାରେ ଥିବା ୨ ଜଣ ଶିଶୁ ଅଛନ୍ତି।

ମୃତ ଡ୍ରାଇଭରଙ୍କ ନାଁ ହରଦେବ ପାଲ୍‌(୬୦)। ସେ ସିଟି ମେଟ୍ରୋ ବସ୍‌ ସର୍ଭିସ୍‌ରେ କାମ କରୁଥିଲେ। ଗାଡ଼ି ଚଳାଉଥିବା ବେଳେ ହଠାତ୍‌ ତାଙ୍କର ହାର୍ଟ ଆଟାକ୍‌ ଆସିବା ଯୋଗୁ ଷ୍ଟିଅୟରିଂ ହ୍ୱିଲ୍‌କୁ ସେ ନିୟନ୍ତ୍ରଣ କରିପାରି ନଥିଲେ। ଫଳରେ ଏହି ଅଭାବନୀୟ ଘଟଣା ଘଟିଥିଲା। ଦୁର୍ଘଟଣାରେ ଅନ୍ୟ ଜଣେ ମୃତକଙ୍କ ପରିବଚୟ ମିଳିପାରିନି। ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଛି। 

Advertisment
Bus Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ