Advertisment

Road Accident; ଏମିତି ଆସେ ମୃତ୍ୟୁ; ପୋଖରୀରେ ପଶିଗଲା କାର୍

ପୋଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସାହାଯ୍ୟରେ କାଟି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି।

ଅଦ୍ୟତନ ହୋଇଛି
Road Accident

Road Accident

Advertisment

ମୃତ୍ୟୁ କେତେବେଳେ ଓ କେମିତି ଆସିବ, ତାହା କାହାକୁ ବି ଜଣାନଥାଏ। ଏହାର ଜ୍ଵଳନ୍ତ ଉଦାହରଣ ଦେଖିବାକୁ ମିଳିଛି ପୁରୀ ଜିଲ୍ଲାରେ। କୋଣାର୍କ ବୁଲି ହସଖୁସିରେ ଘରୁ ଫେରୁଥିଲେ ୪ ଜଣ। ଗାଡ଼ିଭିତରେ ବସି ବୁଲାବୁଲି ବିଷୟରେ ଚାଲିଥିଲା ଆଲୋଚନା। ଏହି ସମୟରେ ହଠାତ୍ ମାଡ଼ି ଆସିଲା କଳା ବାଦଲ । ଯେଉଁ ଗାଡ଼ିରେ ଘରକୁ ଫେରୁଥିଲେ ହଠାତ୍ ସେହି ଗାଡ଼ିଟି ପୋଖରୀ ଭିତରକୁ ଭାରସାମ୍ୟ ହରାଇ ପଶିଗଲା। ଦୁର୍ଘଟଣାରେ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଆହତ ହୋଇଛନ୍ତି।

Advertisment

ମୃତକମାନେ ହେଲେ ମେଦିନପୁରର ସନାତନ ସେନାପତି ଓ ନିମାପଡ଼ାର ସନ୍ଦୀପ ମହାପାତ୍ର। ଆହତମାନେ ହେଲେ ମେଦିନପୁରର ମନୀଷ ସେନାପତି ଓ ବାଲିପାଟଣାର ପିକୁନ ପରିଡ଼ା।

ଗତକାଲି ୪ ଜଣ ଏକ କାର୍ ଯୋଗେ କୋଣାର୍କ ବୁଲି ଯାଇଥିଲେ। କୋଣାର୍କରେ ବୁଲିବା ସହ ଭୋଜିଭାତ କରି ଖାଇଥିଲେ। ଏହା ପରେ ଗତକାଲି ବିଳମ୍ବିତ ରାତିରେ କାର୍‌ରେ ୪ ଜଣ ଘରକୁ ଫେରୁଥିଲେ। ଏହି ସମୟରେ କୋଣାର୍କର ଜୁଣେଇ ଛକ ନିକଟ ବଂଶୀବଜାରରେ ଟିକଟରେ ରାସ୍ତା ଉପରେ ଏକ ପିଚୁ ଗାଡ଼ି ଠିଆ ହୋଇଥିଲା।

Advertisment

ଗାଡ଼ିଟିକୁ ସାଇଟ ଦେଇ କାରଟି ଆସୁଥିବା ବେଳେ ଭାରସାମ୍ୟ ହରାଇ ରାସ୍ତାକଡ଼ରେ ଥିବା ପୋଖରୀରେ ପଶିଯାଇଥିଲା। ଦୁର୍ଘଟଣାରେ ଗାଡ଼ି ଭିତରେ ଚାପି ହୋଇ ୨ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣଙ୍କୁ ସ୍ଥାନୀୟ ଲୋକେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।

ପୁଲିସ ଓ ଅଗ୍ନିଶମ ବାହିନୀ ପହଞ୍ଚି କଟର ସହାଯ୍ୟରେ କାଟି ୨ ଜଣଙ୍କ ମୃତଦେହ ଉଦ୍ଧାର କରିଛନ୍ତି। ପୁଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ କରୁଛି।

Advertisment
Puri Konark Road Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ