Advertisment

ବସ୍‌ରେ ଶିରିଡ଼ି ଯାଉଥିବା ବେଳେ ଭୟଙ୍କର ଦୁର୍ଘଟଣା, ୧୦ ଭକ୍ତ ମୃତ

ନାସିକ-ଶିରିଡ଼ି ହାଇୱେରେ ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକ୍ ସହ ବସ୍ ଧକ୍କା ହେବାରୁ ଏହି ଦୁର୍ଘଟଣା ହୋଇଛି।

ଅଦ୍ୟତନ ହୋଇଛି
Shirdi Bus Accident

10 people died after a bus carrying Sai Baba devotees collided with a truck

Advertisment

ମହାରାଷ୍ଟ୍ରର ନାସିକ-ଶିରିଡ଼ି ହାଇୱେରେ ଆଜି ସକାଳେ ଭୟଙ୍କର ଦୁର୍ଘଟଣା ଘଟିଛି। ଟ୍ରକ୍ ସହ ବସ୍ ଧକ୍କା ହେବାରୁ ଏହି ଦୁର୍ଘଟଣା ହୋଇଛି। ଫଳରେ ଘଟଣାସ୍ଥଳରେ ୧୦ ଭକ୍ତଙ୍କର ମୃତ୍ୟୁ ହୋଇଛି। ଏଥିରେ କିଛି ଭକ୍ତ ଆହତ ମଧ୍ୟ ହୋଇଛନ୍ତି। ସେମାନଙ୍କୁ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି। ସାଇ ବାବା ଭକ୍ତଙ୍କୁ ନେଇ ଯାଉଥିବା ବେଳେ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ମୃତକଙ୍କ ମଧ୍ୟରେ ୭ ଜଣ ମହିଳା, ୨ ଜଣ ଶିଶୁ ଓ ଜଣେ ପୁରୁଷ ଅଛନ୍ତି। 

Advertisment

ସୂଚନା ଅନୁସାରେ, ପ୍ରାୟ ୫୦ ଭକ୍ତଙ୍କୁ ନେଇ ଏକ ପ୍ରାଇଭେଟ୍‌ ଲକ୍‌ଜୁରୀ ବସ୍‌ ଥାନେ ଜିଲ୍ଲାର ଅମ୍ବରନାଥରୁ ଯାତ୍ରା ଆରମ୍ଭ କରିଥିଲା। ଅହମଦନଗର ଜିଲ୍ଲାର ଶିରିଡ଼ି ସାଇବାବାଙ୍କ ମନ୍ଦିରକୁ ଦର୍ଶନ ପାଇଁ ଯାଉଥିବା ବେଳେ ଆଜି ସକାଳ ପ୍ରାୟ ସାଢ଼ ୬ଟା ବେଳେ ପାଥେର ଶିଭର ନିକଟରେ ଏକ ଟ୍ରକ୍‌ ସହ ବସ୍‌ ଧକ୍କା ହୋଇଥିଲା।

Advertisment

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଘଟଣାସ୍ଥଳରେ ହିଁ ୧୦ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ କିଛି ବ୍ୟକ୍ତି ଆହତ ହୋଇଛନ୍ତି। ଆହତଙ୍କ ଅବସ୍ଥା ସଙ୍କାପନ୍ନ ରହିଛି। ତେଣୁ ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିପାରେ ବୋଲି ଆଶଙ୍କା କରାଯାଉଛି। ବସ୍‌ଟି ଦ୍ରୁତ ଗତିରେ ଯାଉଥିଲା ବୋଲି ଜଣାପଡ଼ିଛି। 

Advertisment

ଦୁର୍ଘଟଣାକୁ ନେଇ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଧେ ଦୁଃଖ ପ୍ରକାଶ କରିଛନ୍ତି। ମୃତକଙ୍କ ପରିବାରକୁ ୫ ଲକ୍ଷ ଟଙ୍କା ଲେଖାଏ ସହାୟତା ରାଶି ଘୋଷଣା କରିବା ସହ ଆହତଙ୍କୁ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବା ଲାଗି ସେ ନିର୍ଦ୍ଦେଶ ଦେଇଛନ୍ତି। ଏହାସହ ଏକନାଥ ସିନ୍ଧେ ଘଟଣାର ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି। 

Bus Accident Road Accident Accident
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ