Advertisment

Modi’s Obesity Warning Sparks: ବିପଦ ଡାକୁଛି ଖାଇବା ତେଲ, ଘଣା ତେଲକୁ ଡାଏଟିସିଆନଙ୍କ ଗୁରୁତ୍ୱ

ମୋଦିଙ୍କ ମୋଟାପା ଟିପ୍ସକୁ ନେଇ ସବୁଠି ଚର୍ଚ୍ଚା। ଖାଇବା ତେଲ ୧୦ ପ୍ରତିଶତ କମାଇବାକୁ ମୋଦିଙ୍କ ଅପିଲ୍। ଘାତକ ରୋଗର କାରଣ ବତାଇଲେ ସ୍ବାସ୍ଥ୍ୟ ବିଶେଷଜ୍ଞ। ବିଷ ତେଲରୁ ମୁକ୍ତି ପାଇଁ ଲୋକଙ୍କ ଦାବି। ଘଣା ତେଲକୁ ଡାଏଟିସିଆନଙ୍କ ଗୁରୁତ୍ୱ

Modi’s Obesity Warning Sparks

ବିପଦ ଡାକୁଛି ଖାଇବା ତେଲ Photograph: (OTV)

Advertisment

ଗତବର୍ଷ ଫେବ୍ରୁଆରୀରେ ମନ-କୀ- ବାତ୍ ପରେ ଦୁଇ ଦିନ ତଳେ ଦିଲ୍ଲୀରେ ଏନସିସି ପିଏମ୍ ରାଲି ବେଳେ, ପ୍ରଧାନମନ୍ତ୍ରୀ ମୋଦି ମୋଟାପାକୁ ନେଇ ପୁଣି କରିଛନ୍ତି ଚିନ୍ତା ପ୍ରକଟ। ଖାଇବା ତେଲ ୧୦ ପ୍ରତିଶତ କମ୍ କରିବାକୁ ଯୁବା ବର୍ଗକୁ ଅପିଲ୍ କରିବା ପରେ ସାରା ଦେଶରେ ତାକୁ ନେଇ ଚର୍ଚ୍ଚା। କାହିଁକି ମୋଦି ଖାଇବା ତେଲ କମାଇବାକୁ ନେଇ ଦେଲେ ଏହି ଟିପ୍ସ ଓ ମାନିଲେ କେତେ ଫଳପ୍ରଦ ଆସନ୍ତୁ ଜାଣିବା।

Advertisment

ଦିଲ୍ଲୀ କରିଆପ୍ପା ଗ୍ରାଉଣ୍ଡରୁ ଦୁଇ ଦିନ ତଳେ ଦେଶର ଯୁବା ବର୍ଗଙ୍କୁ ପ୍ରଧାନମନ୍ତ୍ରୀଙ୍କ ଏ ସନ୍ଦେଶ ଏବେ ନିଆଁ ଭଳି ବ୍ୟାପୁଛି। ବିପଦ ଡାକୁଛି ମୋଟାପା। ମାଡ଼ି ଆସୁଛି ଘାତକ ରୋଗ। ଖାଦ୍ୟରେ ତେଲ କମ୍ କର।

ଡାକ୍ତର ବି ମତ ଦେଲେଣି- ପ୍ରଧାନମନ୍ତ୍ରୀ ଠିକ କହିଛନ୍ତି। କାରଣ ମୋଟାପାରେ ଏବେ ଭାରତର ସ୍ଥାନ ବିଶ୍ବରେ ଚତୁର୍ଥ। ଏହା ଏମିତି ଏକ ବିଶୃଙ୍ଖଳିତ ସ୍ବାସ୍ଥ୍ୟ ସମସ୍ୟା- ଯାହା ହାର୍ଟ, ଗ୍ୟାସଟ୍ରିକ୍, ଡାଇବେଟିସ୍, ବ୍ଲଡ ପ୍ରେସର ଓ ମେଦବହୁଳ ଭଳି ଘାତକ ରୋଗମାନକୁ ବି ସ୍ବାଗତ କରିଥାଏ। ୧୯ରୁ ୫୦ ବୟସ୍କ ଅର୍ଥାତ୍ ଯୁବ ଗୋଷ୍ଠୀଙ୍କ ଉପରେ ଏହାର କୋପ ବେଶୀ। ଯାହାକି ସେମାନଙ୍କୁ ଅଳ୍ପାୟୁ କରୁଛି। ତେବେ ଏଠି ପ୍ରଶ୍ନ- ମୋଦି କାହିଁକି ଖାଇବା ତେଲ କମ୍ କରିବାକୁ ଦେଲେ ପରାମର୍ଶ ? 

Advertisment

କଣ ଶରୀର ପାଇଁ ବେଶୀ କ୍ଷତିକାରକ କି ଖାଇବା ତେଲ ? ସ୍ବାସ୍ଥ୍ୟ ବିଶେଷଜ୍ଞ ବି ମାନୁଛନ୍ତି- ଅନଲାଇନ୍ ରେ ମିଳୁଥିବା ଫୁଡ୍, ଛଣାଛଣି ଖାଦ୍ୟ ଶରୀର ପ୍ରତି ଘାତକ ସାଜୁଛି। ଅବଶ୍ୟକତାଠାରୁ ଅଧିକ ଓଜନ ବଢ଼ାଇ ଦେଉଛି। ନିକଟରେ ସିଙ୍ଗଡ଼ା, ଜିଲାପି ଓ ପକୁଡ଼ି ଆଦି ଖାଦ୍ୟକୁ ବି ମୋଦି ବାରଣ ପାଇଁ ନିବେଦନ କରିଥିଲେ-ଏବେ ଖାଇବା ତେଲର ମାତ୍ରା ୧୦ ପ୍ରତିଶତ କମ୍ କରିବାକୁ ଅପିଲ୍ କରିବା ବିଲକୁଲ ଉପାଦେୟ।

ଖାଇବା ତେଲ କମାଇବାକୁ କାହିଁକି ପ୍ରାଧାନ୍ୟ ଦେଲେ ପ୍ରଧାନମନ୍ତ୍ରୀ ? ସମସ୍ତେ ଜାଣନ୍ତି ଏହା ହିଁ ମୋଟାପାର ବଡ଼ କାରଣ। ତାସହ ଏଥିରେ ଅପମିଶ୍ରଣ ବି ଅତି ସହଜ। ବଜାରରେ ମିଳୁଥିବା ଭଳିକି ଭଳି ଖାଇବା ତେଲର ମାନ ନିର୍ଦ୍ଧାରଣ ଠିକ୍ ରେ ହେଉନଥିବାରୁ ଲୋକେ ରୋଗାକ୍ରାନ୍ତ ହେଉଛନ୍ତି। ନିକୃଷ୍ଟ ମାନ ତଥା ପୋଡ଼ା ତେଲରେ ବଜାରରେ ବିଭିନ୍ନ ପ୍ରକାର ଛଣାଛଣି ଖାଦ୍ୟ ବିକ୍ରି ଯୋଗୁଁ ଲୋକଙ୍କ ଶରୀରରେ ବିଷମ ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରୁଛି। ପ୍ରଥମେ ସାଂଘାତିକ ଗ୍ୟାସ୍ ଜନିତ ରୋଗ ଆକ୍ରାନ୍ତ କରିବା ପରେ କୋଲଷ୍ଟରେଲ୍ ବୃଦ୍ଧି ବିଭିନ୍ନ ହାର୍ଟ ରୋଗର କାରଣ ସାଜୁଛି।

Advertisment


ତଥ୍ୟ କହୁଛି- ଏକ ଚାମଚ୍ ତେଲରେ- ୧୨୦ କ୍ୟାଲୋରୀ ସ୍ନେହସାର ରହିଥାଏ। ଦୈନିକ ଜଣେ ସୁସ୍ଥ ବ୍ୟକ୍ତି ୩ରୁ ୪ ଚାମଚ୍ ଅର୍ଥାତ୍ ୧୫ରୁ ୨୦ ମିଲିଗ୍ରାମ୍ ତେଲ ଖାଇବା ଉଚିତ୍। ତେଣୁ ମାସକୁ ୫ରୁ ୬ ଶହ ଗ୍ରାମ ପର୍ଯ୍ୟନ୍ତ ତେଲ ଖାଇବା ଶରୀର ଉପଯୋଗୀ। ଯେହେତୁ ଯୁବ ବର୍ଗ ଅଧିକ ପରିମାଣରେ ଜଙ୍କ ଫୁଡ୍ ଓ ଛଣାଛଣି ଖାଦ୍ୟ ଉପରେ ରୁଚି ରଖୁଛନ୍ତି। ତେଣୁ ଏଥିରୁ ନିସ୍ତାର ପାଇବାକୁ ବି ବାଟ ବତାଇଛନ୍ତି ଡାଏଟିସିଆନ୍। କହିଛନ୍ତି ଶୋରିଷ ତେଲ, ବାଦାମ ତେଲ ଓ ଅଲିଭ ତେଲ ଶରୀର ପାଇଁ ହିତକର। କିନ୍ତୁ ଏହା ଘଣା ତେଲ ହୋଇଥିବା ଦରକାର। ଘଣା ତେଲ ସାଙ୍ଗକୁ ଦେଶୀ ଘିଅ ବି ଶରୀର ପାଇଁ ଉତ୍ତମ।...

ଏବେ ଦେଖିବାର କଥା ଉତ୍ତମ ସ୍ବାସ୍ଥ୍ୟ ପାଇଁ ପ୍ରଧାନମନ୍ତ୍ରୀଙ୍କ ପରାମର୍ଶ ଓ ସ୍ବାସ୍ଥ୍ୟ ବିଶେଷଜ୍ଞଙ୍କ ଟିପ୍ସକୁ କେତେ ଗ୍ରହଣ କରୁଛନ୍ତି ୟଙ୍ଗ୍ ମାସ୍।

Narendra Modi Obesity How To Live A Healthy Lifestyle
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ