Advertisment

Engineer’s Death Sparks Action: ସଫ୍ଟୱେର୍ ଇଞ୍ଜିନିୟରଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ବହିଷ୍କାର ଓ ଅନ୍ୟ ଅଧିକାରୀଙ୍କୁ ସୋକଜ୍ ନୋଟିସ୍

ନୋଏଡାର ସଫ୍ଟୱେର୍ ଇଞ୍ଜିନିୟର ଯୁବରାଜ ମେହଟ୍ଟାଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼। ଘଟଣାରେ ନୋଏଡା କର୍ତ୍ତୃପକ୍ଷ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଚାକିରିରୁ ବହିଷ୍କାର କରିଥିବା ବେଳେ ଅନ୍ୟ ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

NOIDA-DEATH

NOIDA-DEATH Photograph: (OTV)

Advertisment

କାହା ଅବହେଳାରୁ ଚାଲିଗଲା ସଫ୍ଟୱେର୍ ଇଞ୍ଜିନିୟରଙ୍କ ଜୀବନ। ନୋଏଡାର ସଫ୍ଟୱେର୍ ଇଞ୍ଜିନିୟର ଯୁବରାଜ ମେହଟ୍ଟାଙ୍କ ମୃତ୍ୟୁକୁ ନେଇ ଆରମ୍ଭ ହୋଇଛି ଖୋଳତାଡ଼। ଘଟଣାରେ ନୋଏଡା କର୍ତ୍ତୃପକ୍ଷ ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ଚାକିରିରୁ ବହିଷ୍କାର କରିଥିବା ବେଳେ ଅନ୍ୟ ଅଧିକାରୀମାନଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି।

Advertisment

ନୋଏଡା ଟ୍ରାଫିକ୍ ସେଲର କନିଷ୍ଠ ଯନ୍ତ୍ରୀ ନବୀନ କୁମାରଙ୍କୁ ତୁରନ୍ତ କାର୍ଯ୍ୟରୁ ବହିଷ୍କୃତ କରାଯାଇଛି । ଏଥିସହ ଦୁର୍ଘଟଣାସ୍ଥଳରେ କୋଠା ନିର୍ମାଣ କରୁଥିବା ବିଲଡର କମ୍ପାନୀ ବିରୁଦ୍ଧରେ ମଧ୍ୟ ଏକ ମାମଲା ରୁଜୁ କରାଯାଇଛି। 

ଗତକାଲି ନୋଏଡାର ୨୭ ବର୍ଷୀୟ ସଫ୍ଟୱେର୍ ଇଞ୍ଜିନିୟର ଯୁବରାଜ ମେହଟ୍ଟାଙ୍କ କାର୍ ଏକ ଡ୍ରେନ୍ ପାଚେରିକୁ ଧକ୍କା ଦେଇ ପାଣି ଭର୍ତ୍ତି ଗଭୀର ଖାତକୁ ଖସିପଡ଼ିଥିଲା। କାମ ସାରି ଘରକୁ ଫେରୁଥିବା ବେଳେ ସେକ୍ଟର ୧୫୦ ନିକଟରେ ଘଟିଥିଲା ଦୁର୍ଘଟଣା। ସେହିଠାରେ ହିଁ ଯୁବ ଇଞ୍ଜିନିୟରଙ୍କ ମୃତ୍ୟୁ ହୋଇଥିଲା।

Advertisment

ଘନ କୁହୁଡ଼ି ଏବଂ ରାସ୍ତାରେ ରିଫ୍ଲେକ୍ଟର ନଥିବା ଯୋଗୁଁ କାରଟି ଦୁର୍ଘଟଣାଗ୍ରସ୍ତ ହୋଇ ଖାତକୁ ଖସିପଡ଼ିଥିଲା । ସ୍ଥାନୀୟଲୋକ ଏହି ଘଟଣାକୁ ନେଇ କର୍ତ୍ତୃପକ୍ଷଙ୍କୁ ଦାୟୀ କରିବା ସହ ସର୍ଭିସ ରୋଡରେ ସାଇନ୍ ବୋର୍ଡ ଲଗାଇବାକୁ ଦାବି ହୋଇଛି। 

    
ଯୁବରାଜଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? 

ନୋଏଡାର ସଫ୍ଟୱେର୍ ଇଞ୍ଜିନିୟରଙ୍କ ମୃତ୍ୟୁ ପାଇଁ ଦାୟୀ କିଏ ? 
ଯୁବରାଜ ମେହଟ୍ଟାଙ୍କ ମୃତ୍ୟୁକୁ ନେଇ ଖୋଳତାଡ଼
ଜଣେ କନିଷ୍ଠ ଯନ୍ତ୍ରୀଙ୍କୁ ବହିଷ୍କାର, ଅନ୍ୟ ଅଧିକାରୀଙ୍କୁ ସୋକଜ୍ ନୋଟିସ୍
ଘନ କୁହୁଡ଼ି ଏବଂ ରାସ୍ତାରେ ରିଫ୍ଲେକ୍ଟର ନଥିବାରୁ ଅଘଟଣ
ଡ୍ରେନ୍ ପାଚେରିକୁ ଧକ୍କା ଦେଇ ଗଭୀର ଖାତକୁ ଖସିପଡ଼ିଥିଲା କାର୍ 

Advertisment

Death Techie
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ