Turkey-Link-In-Delhi-Blast Photograph: (OTV)
ନଭେମ୍ବର 10 ସନ୍ଧ୍ୟାରେ ଦିଲ୍ଲୀରେ ଘଟିଥିବା ବିସ୍ଫୋରଣ ସମଗ୍ର ଦେଶକୁ ଥରାଇ ଦେଇଥିଲା। ଯହାର ତଦନ୍ତ ଏବେ NIA ହାତରେ ରହିଛି। ଆଉ ତଦନ୍ତ ଆଗକୁ ବଢ଼ିବା ସହିତ, ମାମଲାରେ ନୂଆ ନୂଆ ତଥ୍ୟ ପ୍ରକାଶ ପାଇବାରେ ଲାଗିଛି। ପ୍ରାଥମିକ ତଦନ୍ତ ସମୟରେ, ଏଜେନ୍ସିଗୁଡ଼ିକ ଦିଲ୍ଲୀ ବିସ୍ଫୋରଣ ମାମଲାରେ ତୁର୍କୀ ଲିଙ୍କ ପାଇଛନ୍ତି। କାର ବିସ୍ଫୋରଣର ଅପରାଧୀ ଉମର ତୁର୍କୀର ଅଙ୍କାରାରେ ଥିବା ଜଣେ ହ୍ୟାଣ୍ଡଲର ସହିତ ନିରନ୍ତର ଯୋଗାଯୋଗରେ ଥିଲା। ସେହି ହ୍ୟାଣ୍ଡଲରଙ୍କ କୋଡ୍ ନାମ ଉକାସା ଥିଲା।
ରିପୋର୍ଟରେ କୁହାଯାଇଛି ଯେ ଉକାସା ଦିଲ୍ଲୀ ସ୍ଥିତ ମଡ୍ୟୁଲ୍ ଏବଂ ଆତଙ୍କବାଦୀ ସଂଗଠନ ଜୈସ୍-ଏ-ମହମ୍ମଦ ଏବଂ ଅନସାର ଗଜୱାତ-ଉଲ୍-ହିନ୍ଦର କାର୍ଯ୍ୟକର୍ତ୍ତାଙ୍କ ମଧ୍ୟରେ ପ୍ରାଥମିକ ସଂଯୋଗ ଭାବରେ କାର୍ଯ୍ୟ କରିଥିଲା। ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ 2022 ରେ ତୁର୍କୀରେ ଷଡ଼ଯନ୍ତ୍ର ରଚନା କରାଯାଇଥିଲା। ସେହି ବର୍ଷ ଉମର ଏବଂ ତାଙ୍କର ତିନି ସହଯୋଗୀ ତୁର୍କୀରେ ଯାତ୍ରା କରିଥିଲେ। ସେମାନଙ୍କର ଆଲୋଚନା ପ୍ରଥମେ ଟେଲିଗ୍ରାମରେ ହୋଇଥିଲା। ପରେ, ଗୋଷ୍ଠୀଗୁଡ଼ିକ ସିଗନାଲ ଭଳି ଆପ୍ସରେ ଯୋଗାଯୋଗ କରିବା ଆରମ୍ଭ କରିଥିଲେ। ଉକାସା ଉମର ଏବଂ ତା ସହଯୋଗୀମାନଙ୍କୁ ଭାରତରେ ଗୁପ୍ତ ସେଲ୍ ସ୍ଥାପନ କରିବା ଏବଂ ଡିଜିଟାଲ୍ ଫୁଟପ୍ରିଣ୍ଟକୁ ଏଡାଇବାର ଟ୍ରେନିଂ ଦେଇଥିଲା।
ଭାରତରେ ଆତଙ୍କବାଦୀ ଆକ୍ରମଣର ଯୋଜନାକୁ ରୂପ ଦେବାରେ ଉକାସା ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲା। ଏହି ଅପରେସନ୍ ପାଇଁ ଗୋଟିଏ i20, ଗୋଟିଏ ଲାଲ ଇକୋସ୍ପୋର୍ଟ ଏବଂ ଗୋଟିଏ ମାରୁତି ବ୍ରେଜା ସମେତ ତିନୋଟି କାର ବ୍ୟବହାର କରାଯାଇଥିବା ଜଣାପଡ଼ିଛି। ଲାଲକିଲ୍ଲା ନିକଟରେ ବିସ୍ଫୋରଣ ପାଇଁ i20 ବ୍ୟବହାର କରାଯାଇଥିଲା। ସେପଟେ ଦିଲ୍ଲୀ ବିସ୍ଫୋରଣରେ ଯେଉଁମାନେ ଦୋଷୀ ସେମାନଙ୍କୁ ଏଭଳି କଠୋରରୁ କଠୋତମ ଦଣ୍ଡ ଦିଆଯିବ ଯେ, ଭାରତରେ ଆଉ ସେଭଳି ଆକ୍ରମଣ କରିବାକୁ ଯେମିତି କେହି ସାହସ କରିବେନି ବୋଲି କହିଛନ୍ତି ଗୃହମନ୍ତ୍ରୀ ଅମିତ ଶାହ। ଏହାସହ ଏହି ବିସ୍ଫୋରଣକୁ ଆତଙ୍କବାଦୀ ଆକ୍ରମଣ ଘୋଷଣା କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/14/turkey-link-in-delhi-blast-2025-11-14-10-01-53.jpg)