BIHAR Photograph: (OTV)
ବିହାର ବିଧାନସଭା ନିର୍ବାଚନ ରେକର୍ଡ କହୁଛି ଯେତେବେଳେ ଭୋଟ୍ ହାର ୫-୧୦ ପ୍ରତିଶତ ବଢିଲେ କି ଖସିଥିଲେ ପଟ୍ଟ ପରିବର୍ତ୍ତନ ହୋଇଛି। ସ୍ୱାଧୀନତା ପରଠୁ ୧୬ଟି ବିଧାନସଭା ନିର୍ବାଚନର ଭୋଟଦାନ ଧାରାରୁ ଏମିତି ସଙ୍କେତ ମିଳୁଛି। ଏପର୍ଯ୍ୟନ୍ତ ଏଭଳି ଟ୍ରେଣ୍ଡରେ ୪ ଥର ବଦଳିଛି ସରକାର। ତିନି ଥର ଭୋଟ ହାର ୫%ରୁ ଅଧିକ ବୃଦ୍ଧି ପାଇଥିଲା ଓ ଥରେ ମତଦାନ ହାର ୧୬% ହ୍ରାସ ପାଇଥିଲା। ଏହି ନିର୍ବାଚନରେ ​​ରେକର୍ଡ ୬୬.୯% ଭୋଟିଂ ହୋଇଛି। ଯାହା ୨୦୨୦ ତୁଳନାରେ ୯.୬୧% ଅଧିକ। ପୂର୍ବ ଟ୍ରେଣ୍ଡ ଅନୁସାରେ ଏଥର ସରକାର ବଦଳିବ ନା ନୀତିଶ ପୁଣି କମାଣ ଧରିବେ ତାକୁ ନେଇ ଚର୍ଚ୍ଚା ହେଉଛି। ...
୧୯୬୭ରେ ବିହାରରେ ୫୧.୫୧ ପ୍ରତିଶତ ମତଦାନ ହୋଇଥିଲା। ୧୯୬୨ ଅପେକ୍ଷା ଭୋଟହାର ବଢ଼ିଥିଲା ୭ପ୍ରତିଶତରୁ ଅଧିକ। ସେତେବେଳେ କଂଗ୍ରେସ ସରକାରରୁ ଯାଇଥିଲା। କ୍ଷମତା ଦଖଲ କରିଥିଲା ଜନ କ୍ରାନ୍ତି ଦଳ। ୧୯୮୦ରେ ବିହାରରେ ୫୭.୨୮ ପ୍ରତିଶତ ଭୋଟ୍ ପଡ଼ିଥିଲା। ସେତେବେଳେ ୬.୭୭ ପ୍ରତିଶତ ଅଧିକ ଭୋଟିଂ ହୋଇଥିଲା। କ୍ଷମତାକୁ ଫେରିଥିଲା କଂଗ୍ରେସ। ପୁଣି ଥରେ ୧୯୯୦ରେ ୬୨.୦୪ ପ୍ରତିଶତ ଭୋଟିଂ ସହ ସେଥର ୧୯୮୫ ଅପେକ୍ଷା ରେକର୍ଡ ହୋଇଥିଲା ୬ପ୍ରତିଶତ ଅଧିକ ମତଦାନ। ସରକାର ବଦଳି କ୍ଷମତାକୁ ଆସିଥିଲା ଜନତା ଦଳ। ସେହିପରି ୨୦୦୫ରେ ଭୋଟ୍ ହାର ୨୦୦୦ ଅପେକ୍ଷା ୧୬ ପ୍ରତିଶତ ଖସିଥିଲା। ୨୦୦୦ରେ ୬୨ ପ୍ରତିଶତ ମତଦାନ ହୋଇଥିବା ବେଳେ ୨୦୦୫ରେ ଏହା ୪୬.୫୦କୁ ହ୍ରାସ ପାଇଥିଲା ଓ ସରକାର କରିଥିଲେ ଜେଡିୟୁ-ବିଜେପି ମେଣ୍ଟ। ...
ସେହିପରି ଆଉ ଗୋଟିଏ ଷ୍ଟାଟିଟିକ୍ସ କହୁଛି, ୨୦୨୫ ପୂର୍ବରୁ କେବଳ ତିନି ଥର ବିହାରରେ ୬୦%ରୁ ଅଧିକ ଭୋଟିଂ ହୋଇଛି। ସେହି ତିନି ଥରଯାକ ଆରଜେଡି ସରକାର ଗଢ଼ିଛି ନହେଲେ କ୍ଷମତାକୁ ଫେରିଛି। ୧୯୯୦, ୧୯୯୫, ୨୦୦୦ରେ ୬୦ ପ୍ରତିଶତରୁ ଅଧିକ ଭୋଟିଂ ହୋଇଥିବା ବେଳେ କ୍ଷମତା ଦଖଲ କରିଥିଲା ଲାଲୁଙ୍କ ଆରଜେଡି। ଏଥର ସେହି ଫର୍ମୁଲା ଫେରିବ ନା ସମୀକରଣ ଓଲଟିଯିବ ତାଉପରେ ନଜର।
ଏକଜିଟ୍ ପୋଲ ଆକଳନ କହୁଛି ବିହାରରେ ପୁଣି ଥରେ ନୀତିଶ ସରକାର। ଏନଡିଏ କ୍ଷମତା ବଜାୟ ରଖିବ। ୧୭ଟି ଏଜେନ୍ସୀ ବିହାରରେ ଏନଡିଏକୁ ସ୍ପଷ୍ଟ ବହୁମତ ଦେଇଛନ୍ତି। ୨୪୩ ଆସନ ବିଶିଷ୍ଟ ବିହାର ବିଧାନସଭାରେ ଏନଡିଏକୁ ପ୍ରାୟ ୧୫୪ ଓ ମହାମେଣ୍ଟକୁ ୮୩ ଓ ଅନ୍ୟାନ୍ୟଙ୍କୁ ୫ ସିଟ୍ ମିଳିବ ବୋଲି କହୁଛନ୍ତି ବିଭିନ୍ନ ଏଜେନ୍ସୀ। ସେହିପରି ଏନଡିଏରେ ବିଜେପି ସବୁଠୁ ବଡ଼ ଦଳ ଭାବରେ ଉଭା ହେବ ବୋଲି କହୁଛି ଏକଜିଟ୍ ପୋଲ୍।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)
Follow Us/odishatv-khabar/media/media_files/2025/11/14/bihar-2025-11-14-08-52-29.jpg)