Advertisment

Viral Video: ମରିଗଲା ମାନବିକତା, ପୁଣି ଲଜ୍ଜିତ ହେଲା ମଣିଷ ପଣିଆ

ପ୍ରସବ ବେଦନାରେ ମହିଳା ଜଣକ ଛଟପଟ ହେଉଥିଲେ ମଧ୍ୟ ନା ଶୁଣିଥିଲେ ଡାକ୍ତର, ନା ଶୁଣିଥିଲେ ନର୍ସ। ବରଂ ହସ୍ପିଟାଲରେ ଆଡମିଟ୍ କରିବା ବଦଳରେ ହସ୍ପିଟାଲରୁ ତଡି ଦେଇଥିଲେ ଆଉ ଘରକୁ ପଳାଅ ବୋଲି କହିଥିଲେ।

WOMAN-DELIVERY-PAIN

WOMAN-DELIVERY-PAIN Photograph: (OTV)

Advertisment

ହସ୍ପିଟାଲ ଚଟାଣରେ ଛଟପଟ ହେଉଥିଲେ ଗର୍ଭବତୀ । ଯନ୍ତ୍ରଣାରେ ଚିତ୍କାର କରୁଥିଲେ, ସାହାଯ୍ୟ ପାଇଁ ଆକୁଳ ହେଉଥିଲେ। ହେଲେ ଆଖି ଥାଇ ବି ଅନ୍ଧ ହୋଇଯାଇଥିଲେ ହସ୍ପିଟାଲର ଡାକ୍ତର ଓ ନର୍ସ । ଆଡମିଟ୍ କରିବାକୁ ରୋକଠୋକ୍ କରିଥିଲେ ମନା । ଆଉ କହିଥିଲେ, ଘରକୁ ପଳାଅ
ସେହି ଦୃଶ୍ୟ ଯେତିକି ଯନ୍ତ୍ରଣାଦାୟକ ଥିଲା, ସେତିକି ଲଜ୍ଜ୍ୟାଜନକ ମଧ୍ୟ ଥସିଲା। ଘଟଣାଟି ଉତ୍ତରାଖଣ୍ଡ ହରିଦ୍ୱାରର ଜିଲ୍ଲା ମହିଳା ହସ୍ପିଟାଲର । ଏହି ଗର୍ଭବତୀ ହେଲେ ଜଣେ ଦିନ ମଜୁରିଆଙ୍କ ପତ୍ନୀ । ମଙ୍ଗଳବାର ରାତିରେ ତାଙ୍କର ପ୍ରସବ ଯନ୍ତ୍ରଣା ହେବାରୁ ଜିଲ୍ଲା ମହିଳା ହସ୍ପିଟାଲକୁ ନେଇଥିଲେ ପରିବାର ଲୋକେ । କିନ୍ତୁ ତାଙ୍କୁ ଆଡମିଟ୍ କରିବେ କଣ, ଓଲଟା ହସ୍ପିଟାଲରୁ ତଡି ଦେଇଥିଲେ ଡାକ୍ତର, ନର୍ସ । ଡେଲିଭରି ଟାଇମ୍ ହୋଇନି, ଘରକୁ ପଳାଅ କହିଥିଲେ ଡ୍ୟୁଟିରେ ଥିବା ଡାକ୍ତର ।
ଫଳରେ ଯନ୍ତ୍ରଣାରେ ଛଟପଟ ହୋଇ ସେଇଠି ଚଟାଣରେ ଲୋଟି ପଡିଥିଲେ ମହିଳା । ବିକଳ ଚିତ୍କାର କରିଥିଲେ । ହେଲେ ତରଳି ନଥିଲା କାହାରି ହୃଦୟ । ସାହାଯ୍ୟ ପାଇଁ ଆଗେଇ ଆସିନଥିଲେ କେହି । ଶେଷରେ ଛଟପଟ ହୋଇ ସେଇ ହସ୍ପିଟାଲ ଚଟାଣରେ ହିଁ ପ୍ରସବ କରିଥିଲେ ମହିଳା ।
ଖାଲି ଏତିକି ନୁହେଁ, ହସ୍ପିଟାଲ ଚଟାଣରେ ପ୍ରସବ କରିବାରୁ ରାଗି ଯାଇଥିଲେ ନର୍ସ। ଆଶାକର୍ମୀଙ୍କୁ କହିଥିଲେ, ଏଇ ତମ ରୋଗୀ, ଜଲଦି ଏଠୁ ଅଳିଆ ସଫା କର । ଆଶାକର୍ମୀ ଏହାର ଭିଡିଓ ବନାଇବାରୁ ଫୋନ ଛଡାଇ ନେବାକୁ ବି ଚେଷ୍ଟା କରିଥିଲେ । 
ଏମିତିକି, 'ମଜା ଆସିଲା ? ଆଉ ଛୁଆ ଜନ୍ମ କରିବୁ' କହି ମହିଳାଙ୍କୁ ଦୁଇ ଜଣ ନର୍ସ ତାଚ୍ଛଲ୍ୟ କରିଥିବାର ଅଭିଯୋଗ କରିଛନ୍ତି ପରିବାର ଲୋକେ ।
ଏ ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ପରେ ତୀବ୍ର ପ୍ରତିକ୍ରିୟା ଦେଇଛନ୍ତି ଲୋକେ । ସରକାରୀ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ରକୁ କଡା ନିନ୍ଦା କରିଛନ୍ତି । ତେବେ ଏହି ଘଟଣାରେ ଜଣେ ଡାକ୍ତରାଣୀଙ୍କୁ ଚାକିରିରୁ ବିଦା କରାଯାଇଥିବା ଜଣାପଡିଛି । କିନ୍ତୁ ମଣିଷ ଏବରି ଅମାନବୀୟ ଆଚରଣ କିପରି କରିପାରେ ବୋଲି ପ୍ରଶ୍ନ ଉଠିଛି। 
Viral Video

Advertisment

ଅଧିକ ଦେଖନ୍ତୁ:

Viral Video
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ