Advertisment

Vedanta Chairman Son Passes Away: ଭାରି ମନେ ପଡ଼ୁଛି, ତା ବିନା ମୁଁ ...

ବୁଧବାର ନ୍ୟୁୟର୍କ ସ୍ଥିତ ଏକ ହସ୍ପିଟାଲରେ ହୃଦଘାତରେ ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଉଥିଲା। ଏନେଇ ପୋଷ୍ଟ କରି ସୂଚନା ଦେଇଛନ୍ତି ଖୋଦ ଅନିଲ ଅଗ୍ରୱାଲ।

Anil Agarwal Son

Anil Agarwal Son Photograph: (OTV)

Advertisment

ଆଉ ନାହାନ୍ତି ବେଦାନ୍ତ ଗ୍ରୁପ ଅଧ୍ୟକ୍ଷ ଅନିଲ ଅଗ୍ରୱାଲଙ୍କ ପୁଅ। ଅଗ୍ନିବେଶ ଅଗ୍ରୱାଲଙ୍କ ପରଲୋକ ହୋଇଛି। ବୁଧବାର ନ୍ୟୁୟର୍କ ସ୍ଥିତ ଏକ ହସ୍ପିଟାଲରେ ହୃଦଘାତରେ ଅନିଲ ଅଗ୍ରୱାଲଙ୍କ ପୁଅ ଅଗ୍ନିବେଶଙ୍କର ମୃତ୍ୟୁ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୪୯ ବର୍ଷ ହୋଉଥିଲା। ଏନେଇ ପୋଷ୍ଟ କରି ସୂଚନା ଦେଇଛନ୍ତି ଖୋଦ ଅନିଲ ଅଗ୍ରୱାଲ।

Advertisment

ସ୍କିଂ ଖେଳୁଥିବା ବେଳେ ଦୁର୍ଘଟଣା ଘଟି ସେ ଚିକିତ୍ସିତ ହେଉଥିଲେ। ଧୀରେ ଧୀରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବି ସୁଧରୁଥିଲା। କିନ୍ତୁ ହଠାତ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ସ୍ବାସ୍ଥ୍ୟ ଅବସ୍ଥା ବିଗିଡାବାରେ ଲାଗିଥିଲା। ପରେ ହୃଦଘାତରେ ତାଙ୍କର ଦେହାନ୍ତ ହୋଇଥିଲ। 

Advertisment

ଏନେଇ ସୋସିଆଲ ମିଡିଆ ଏକ୍ସରେ ଏକ ଦୁଃଖଦ ପୋଷ୍ଟ ସେୟାର କରିଛନ୍ତି ଅନିଲ ଅଗ୍ରୱାଲ। ସେ ଲେଖିଛନ୍ତି- ‘ମୋର ପ୍ରିୟ ପୁଅ ଅଗ୍ନିବେଶ ଆମକୁ ଖୁବ ଶୀଘ୍ର ଛାଡ଼ି ଚାଲିଗଲା। ସେ ମାତ୍ର ୪୯ ବର୍ଷ ବୟସର ଥିଲା। ସେ ଆମଠୁ ଦୂରେଇ ଗଲା। ସ୍ୱପ୍ନରେ ପରିପୂର୍ଣ୍ଣ ଥିଲା ତା ଜୀବନ। ଦେଶ ପାଇଁ ଦେଖିଥିଲା ଅନେକ ସ୍ୱପ୍ନ । ହେଲେ ଭାଗ୍ୟ ହଠାତ୍ ଆମ ପୁଅକୁ ଆମ ଠାରୁ ଛଡ଼ାଇ ନେଇଗଲା। ସେ ମୋ ପାଇଁ କେବଳ ପୁଅ ନଥିଲା ବରଂ ସେ ମୋର ବନ୍ଧୁ ଥିଲା, ମୋର ଗର୍ବ, ମୋର ଦୁନିଆ ଥିଲା… ତା କଥା ଭାରି ମନେ ପଡୁଛି। ତା ବିନା ମୁଁ ଭାଙ୍ଗି ପଡ଼ିଛି। ମୁଁ ଏବଂ କିରଣ କିପରି ବଞ୍ଚିବୁ ଜାଣିନୁ।’ 

ଅନିଲ ଅଗ୍ରୱାଲ ଆହୁରି କହିଛନ୍ତି, ‘ଯେଉଁ ବାପାମାଆଙ୍କୁ ତାଙ୍କ ସନ୍ତାନକୁ ବିଦାୟ ଦେବାକୁ ପଡ଼ୁଛି, ସେମାନଙ୍କର ଯନ୍ତ୍ରଣାକୁ କୌଣସି ଶବ୍ଦରେ ବର୍ଣ୍ଣନା କରାଯାଇପାରିବ ନାହିଁ। ଗୋଟେ ବାପା ସାମ୍ନାରେ ପୁଅ ଯିବାଟା ଠିକ୍ ନୁହଁ। ଅଗ୍ନିବେଶଙ୍କ ଦେହାନ୍ତ ଆମକୁ ଭାଙ୍ଗି ଦେଇଛି। ମୋତେ ଆଜି ବି ସେହି ଦିନ ମନେ ଅଛି , ଯେଉଁ ଦିନ ଅଗ୍ନିବେଶଙ୍କ ଜନ୍ମ ହୋଇଥିଲା। ସେ ଏକ ମଧ୍ୟବିତ୍ତ ବିହାରୀ ପରିବାରରେ ବଢ଼ିଥିଲେ, ଜଣେ ଦୃଢ଼, ଦୟାଳୁ ଏବଂ ଉଦ୍ଦେଶ୍ୟପୂର୍ଣ୍ଣ ମଣିଷ ଥିଲା। ହେଲେ ଏହି ଦୁଃଖରେ, ଆମେ ନିଜକୁ ବୁଝାଇ ଦେଉଛୁ ଯେ ବେଦାନ୍ତରେ କାମ କରୁଥିବା ହଜାର ହଜାର ଯୁବକ ମଧ୍ୟ ଆମର ସନ୍ତାନ।’

Advertisment

Anil Agarwal Vedanta
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ