Advertisment

UPSC aspirant murder case: UPSC ଆଶାୟୀ ହତ୍ୟା ମାମଲା: ଅମୃତାକୁ ତେଜ୍ୟକନ୍ୟା କରିଥିଲା ପରିବାର

UPSC ଆଶାୟୀ ରାମକେଶ ମୀନାଙ୍କ ହତ୍ୟାକାଣ୍ଡରେ ଏକ ନୂଆ ତଥ୍ୟ ସାମନାକୁ ଆସିଛି, ଯାହାଙ୍କ ଦଗ୍ଧ ମୃତଦେହ ଦିଲ୍ଲୀର ଗାନ୍ଧୀ ବିହାରର ଏକ ଜଳିଯାଇଥିବା ଆପାର୍ଟମେଣ୍ଟ ଭିତରୁ ମିଳିଥିଲା।

UPSC aspirant murder case

UPSC aspirant murder case Photograph: (OTV)

Advertisment

ଦିଲ୍ଲୀର ଗାନ୍ଧୀ ବିହାରରେ କିଛି ସପ୍ତାହ ପୂର୍ବେ ଘଟିଥିବା ଏକ ଅଗ୍ନିକାଣ୍ଡର ରହସ୍ୟ ଧୀରେ ଧୀରେ ଖୋଲିବାରେ ଲାଗିଛି। ପ୍ରଥମେ ଏହା ଏକ ହତ୍ୟାକାଣ୍ଡ ବୋଲି ଜଣା ପଡିଥିବା ବେଳେ ଏବେ ପୁଣି ଆଉ ଏକ ନୂଆ ତଥ୍ୟ ସାମନାକୁ ଆସିଛି। ହତ୍ୟାକାଣ୍ଡର ମୁଖ୍ୟ ସୂତ୍ରଧାର ଅମ୍ରିତା ଚୌହାନଙ୍କ ବିଷୟରେ ପୁଣି ଆଉ ଏକ ତଥ୍ୟ ଜଣା ପଡିଛି। 
ଲିଭ୍-ଇନ୍ ପାର୍ଟନରଙ୍କୁ ହତ୍ୟା କରିଥିବା ଅଭିଯୋଗରେ ଅଭିଯୁକ୍ତ ୨୧ ବର୍ଷୀୟା ଫୋରେନସିକ୍ ସାଇନ୍ସ ଛାତ୍ରୀ ଅମ୍ରିତା ଚୌହାନଙ୍କୁ ହତ୍ୟାର ଗୋଟିଏ ବର୍ଷ ପୂର୍ବରୁ ତାଙ୍କ ପରିବାର ପକ୍ଷରୁ ତେଜ୍ୟକନ୍ୟା ବୋଲି ଘୋଣା କରାଯାଇଥିଲା। ଜାତୀୟ ଗଣମାଧ୍ୟମ ଦ୍ବାରା ପ୍ରାପ୍ତ ଏକ ଖବରକାଗଜ ବିଜ୍ଞାପନ ଅନୁସାରେ, ତାଙ୍କ ପିତାମାତା ୮ ଜୁଲାଇ, ୨୦୨୪ ରେ ଘୋଷଣା କରିଥିଲେ ଯେ ସେମାନେ ତାଙ୍କ ସହିତ ସବୁ ସମ୍ପର୍କ ଛିନ୍ନ କରୁଛନ୍ତି, ଯାହାର ଏକ କପି ଏବେ କୋର୍ଟରେ ଡକ୍ୟୁମେଣ୍ଟାରୀ ପ୍ରମାଣ ଭାବରେ ଦାଖଲ କରାଯାଇଛି। 
ଏହି ଖୁଲାସା UPSC ଆଶାୟୀ ରାମକେଶ ମୀନାଙ୍କ ହତ୍ୟାକାଣ୍ଡରେ ଏକ ନୂତନ ମୋଡ଼ ଆଣିଛି। ଯାହାଙ୍କର ଦଗ୍ଧ ଶରୀର ଏହି ମାସର ଆରମ୍ଭରେ ଉତ୍ତର ଦିଲ୍ଲୀର ଗାନ୍ଧୀ ବିହାରର ଏକ ଜଳିଯାଇଥିବା ଆପାର୍ଟମେଣ୍ଟ ଭିତରେ ମିଳିଥିଲା। ପ୍ରାରମ୍ଭରେ ଯାହା ଏକ ଦୁର୍ଘଟଣାଜନିତ ଅଗ୍ନିକାଣ୍ଡ ବୋଲି ଅନୁମାନ କରାଯାଉଥିଲା, ପରେ ତାହା ଏକ ସୁଚିନ୍ତିତ ଯୋଜନାବଦ୍ଧ ଅପରାଧ ବୋଲି ଜଣା ପଡିଥିଲା। ଅମ୍ରିତା ତାଙ୍କ ପୂର୍ବତନ ପ୍ରେମିକ ମୋରାଦାବାଦର ବାସିନ୍ଦା ସୁମିତ କଶ୍ୟପ ଏବଂ ତାଙ୍କ ବନ୍ଧୁ ସନ୍ଦୀପ କୁମାରଙ୍କ ସହିତ ମିଶି କରିଥିଲେ ବୋଲି ଅଭିଯୋଗ ହୋଇଛି।
ଦିଲ୍ଲୀ ପୋଲିସର କହିବା ଅନୁଯାୟୀ, ବିଏସସି ଫୋରେନସିକ୍ ସାଇନ୍ସର ଛାତ୍ରୀ ଅମୃତା ମେ ମାସରୁ ରାମକେଶଙ୍କ ସହିତ ରହୁଥିଲେ। କିନ୍ତୁ ରାମକେଶଙ୍କ ପାଖରେ ଅମୃତାଙ୍କ କିଛି ବ୍ୟକ୍ତିଗତ ଫଟୋ ଓ ଭିଡିଓ ଥିଲା, ଯାହାକୁ ବାରମ୍ବାର ଅନୁରୋଧ ସତ୍ତ୍ୱେ ମୀନା ସେଗୁଡ଼ିକୁ ଡିଲିଟ୍ କରିବାକୁ ମନା କରିଥିଲେ। ଯାହା ପରେ ଉଭୟଙ୍କ ମଧ୍ୟରେ ସମ୍ପର୍କ ତିକ୍ତ ହୋଇଥିଲା। ଏହାପରେ ସୁମିତ କଶ୍ୟପ ଏବଂ ତାଙ୍କ ବନ୍ଧୁ ସନ୍ଦୀପ କୁମାରଙ୍କ ସହିତ ମିଶି ରାମକେଶଙ୍କ ହତ୍ୟା କରିବା ପାଇଁ ଯୋଜନା କରିଥିଲେ ଅମୃତା। 
ଏହା ପରେ ସିସିଟିଭି ଯାଞ୍ଚ କରାଯାଇଥିଲା। ଯେଉଁଥିରେ ଦେଖା ଦେଇଥିଲା କି, ଅକ୍ଟୋବର ୫ ଏବଂ ୬ ରାତି ପ୍ରାୟ ୨:୨୦ରେ ଦୁଇ ଜଣ ବ୍ୟକ୍ତି ମୁହଁ ଢାଙ୍କି ବିଲ୍ଡିଙ୍ଗରେ ପ୍ରବେଶ କରିଥିଲେ ଏବଂ କିଛି ସମୟ ପରେ କେବଳ ଜଣେ ବାହାରକୁ ଆସିଥିଲା। ପ୍ରାୟ ୨:୫୭ରେ ଏକ ଝିଅ, ଯାହାର ପରିଚୟ ପରେ ଅମୃତା ଚୌହାନ ଭାବେ ହେଲା, ନିଜ ସାଥୀ ସହିତ ବିଲ୍ଡିଙ୍ଗରୁ ବାହାରକୁ ଯାଉଥିବା ଦେଖାଗଲା। କିଛି ମିନିଟ୍ ପରେ ନିଆଁ ଲାଗିଥିଲା । 
ପୁଲିସ୍ ଅମୃତାର ମୋବାଇଲ୍ ଡାଟା ଏବଂ କଲ୍ ରେକର୍ଡ ବାହାର କରି ଦେଖିଲା ଯେ ସେହି ରାତିରେ ଅମୃତାର ଲୋକେସନ ଗାନ୍ଧୀ ବିହାର ଆଖପାଖରେ ଥିଲା। ଏବେ ସନ୍ଦେହ ନିଶ୍ଚିତତାରେ ପରିଣତ ହେଲା।ଫରେନ୍ସିକ୍ ଛାତ୍ରୀ ‘ପରଫେକ୍ଟ ମର୍ଡର’ର ଷଡ଼ଯନ୍ତ୍ର ରଚିଥିଲା
୧୮ ଅକ୍ଟୋବରରେ ପୁଲିସ୍ ଅମୃତାକୁ ମୁରାଦାବାଦରୁ ଗିରଫ କଲା। ଜେରାରେ ସେ ସ୍ୱୀକାର କଲା ଯେ ସେ ନିଜର ଦୁଇ ସାଙ୍ଗ – ସୁମିତ କଶ୍ୟପ (ପୂର୍ବ ପ୍ରେମିକ, LPG ଡିଷ୍ଟ୍ରିବ୍ୟୁଟର) ଏବଂ ସନ୍ଦୀପ କୁମାର ସହିତ ମିଶି ହତ୍ୟା ଯୋଜନା ପ୍ରସ୍ତୁତ କରିଥିଲା। ସେମାନେ ପ୍ରଥମେ ରାମକେଶର ତଣ୍ଟି ଚିପିଲେ, ତା’ପରେ ବାଡ଼ିରେ ପିଟି ମାରିଦେଲେ। ଶବ ଉପରେ ଘିଅ, ତେଲ ଏବଂ ମଦ ଢାଳି ନିଆଁ ଲଗାଇ ଦେଲେ। 

Advertisment
Murder Case
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ