Advertisment

Cough Syrup: ଶିଶୁକୁ ଥଣ୍ଡା, କାଶ ପାଇଁ କଫ୍ ସିରପ୍ ଦେଉଛନ୍ତି କି? ସାବଧାନ!

ଶିଶୁମାନଙ୍କ ଥଣ୍ଡା କାଶ ପାଇଁ ଦିଆ ଯାଇଥିବା ଔଷଧ ବିପଦ ସାଜିପାରେ । ଏହାକୁ ଦୃଷ୍ଟିରେ ରଖି ୨ ବର୍ଷରୁ କମ୍ ବୟସର ପିଲାଙ୍କୁ କଫ୍ ସିରପ୍ ଦେବାକୁ ମନା କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ।

Child-Cough-Syrup

Child-Cough-Syrup Photograph: (OTV)

Advertisment

ପିଲାଙ୍କୁ ମନା କଫ୍ ସିରଫ୍ ! ଥଣ୍ଡା କାଶ ପାଇଁ ଔଷଧ ଦେଉଥିଲେ ସାବଧାନ ! କଫ୍ ସିରଫ୍ ନେଇପାରେ ୨ ବର୍ଷରୁ କମ୍ ପିଲାଙ୍କ ଜୀବନ । ବିଶେଷ କରି ଶିଶୁମାନଙ୍କ ଥଣ୍ଡା କାଶ ପାଇଁ ଦିଆଯାଇଥିବା ଔଷଧ ବିପଦ ସାଜିପାରେ । ଏହାକୁ ଦୃଷ୍ଟିରେ ରଖି ୨ ବର୍ଷରୁ କମ୍ ବୟସର ପିଲାଙ୍କୁ କଫ୍ ସିରପ୍ ଦେବାକୁ ମନା କରିଛି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ । କଫ୍ ସିରଫକୁ ନେଇ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ଆସିବା ପରେ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଗାଇଡଲାଇନ୍ ଜାରି କରିଛି । ହେଲେ ଏପଟେ ଓଡ଼ିଶା ପାଇଁ କୌଣସି ବିପଦ ନଥିବା କହିଛନ୍ତି ଭେଷଜ ନିୟନ୍ତ୍ରକ ମାମିନା ପଟ୍ଟନାୟକ ।
ସ୍ବାସ୍ଥ୍ୟ ମନ୍ତ୍ରାଳୟ ଦର୍ଶାଯାଇଛି ଯେ, ୨ ବର୍ଷରୁ କମ୍ ବୟସର ପିଲାଙ୍କୁ କାଶ ଏବଂ ଥଣ୍ଡା ଔଷଧ ଦେବା ମନା । ସାଧାରଣତଃ ୫ ବର୍ଷର ପିଲାଙ୍କୁ ଔଷଧ ସୁପାରିସ କରାଯାଏ ନାହିଁ । ସବୁ ରାଜ୍ୟକେନ୍ଦ୍ର ଶାସିତ ଅଞ୍ଚଳକୁ ଡାଇରେକ୍ଟର ଜେନେରାଲ୍ ଅଫ୍ ହେଲ୍ଥ ସର୍ଭିସ ତଥା DGHS ପରାମର୍ଶ ଦେଇଛି । ମଧ୍ୟପ୍ରଦେଶ ଏବଂ ମହାରାଷ୍ଟ୍ରରେ କଫ୍ ସିରପ୍ ଖାଇବା ପରେ ଗତ କିଛି ଦିନ ମଧ୍ୟରେ ୧୧ ଶିଶୁଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା । କାଶ ଔଷଧ ଖାଇବା ପରେ କିଡନୀ ଫେଲ ହେବା ସହିତ ମୃତ୍ୟୁର କାରଣ ବୋଲି କୁହାଯାଇଛି । ରାଜସ୍ଥାନରେ ମଧ୍ୟ କାଶ ପାଇଁ ସିରପ୍ ଖାଇବା ପରେ ପିଲାମାନେ ମୃତ୍ୟୁବରଣ କରିଛନ୍ତି ।
ତେବେ କଫ୍ ସିରଫକୁ ନେଇ ଏବେ ଦଖୋ ଦେଇଛି ଭୟ । କୁନି କୁନି ପିଲାଙ୍କ ଜୀବନ ଯାଉଛି । ସେପଟେ କେନ୍ଦ୍ର ସରକାରଙ୍କ ଆଡଭାଇଜାରୀ ପରେ ଯେମିତି ସମସ୍ତ ରାଜ୍ୟର ସ୍ବାସ୍ଥ୍ୟ ବିଭାଗର ଚିନ୍ତା ବଢ଼ାଦେଇଛି ।

Advertisment

ଅଧିକ ଦେଖନ୍ତୁ:

Cough Syrup
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ