Advertisment

Union Budget 2026: ହେଲଥ ସେକ୍ଟର ଉପରେ ନଜର; ହ୍ରାସ ହେବ ସାଧାରଣ ଲୋକଙ୍କ ଉପରେ ଚିକିତ୍ସା ବୋଝ

ବଜେଟରେ ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ବ ଦେଇପାରନ୍ତି ସରକାର। କାରଣ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯେକୌଣସି ଶକ୍ତିଶାଳୀ ଅର୍ଥନୀତିର ମୂଳଦୁଆ। ତେଣୁ ସାର୍ବଜନୀନ ସ୍ବାସ୍ଥ୍ୟ ଉପରେ ଖର୍ଚ୍ଚ ପରିମାଣ ବୃଦ୍ଧି ହେବ।

Budget 2026

Budget 2026 Photograph: (OTV)

Advertisment

ବଜେଟରେ ସ୍ବାସ୍ଥ୍ୟକୁ ଅଧିକ ଗୁରୁତ୍ବ ଦେଇପାରନ୍ତି ସରକାର। କାରଣ ଗୁଣାତ୍ମକ ସ୍ୱାସ୍ଥ୍ୟସେବା ଯେକୌଣସି ଶକ୍ତିଶାଳୀ ଅର୍ଥନୀତିର ମୂଳଦୁଆ। ତେଣୁ ସାର୍ବଜନୀନ ସ୍ବାସ୍ଥ୍ୟ ଉପରେ ଖର୍ଚ୍ଚ ପରିମାଣ ବୃଦ୍ଧି ହେବ। ସାଧାରଣ ଲୋକଙ୍କ ଉପରେ ଚିକିତ୍ସା ବୋଝ ହ୍ରାସ କରିବା ଉପରେ ଅଧିକ ଫୋକସ କରିପାରନ୍ତି ସରକାର। 

Advertisment

ସରକାରୀ ହସ୍ପିଟାଲ ସଂଖ୍ୟା ବୃଦ୍ଧି, ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ୟ ଭିତ୍ତିଭୂମିକୁ ସୁଦୃଢ଼ କରିବା, ଔଷଧକୁ ଅଧିକ ସୁଲଭ କରିବା, ଆୟୁଷ୍ମାନ ଭାରତ ଭଳି ଯୋଜନାର ପରିସର ବିସ୍ତାର କ୍ଷେତ୍ରକୁ ଗୁରୁତ୍ବ ମିଳିପାରେ। ଲୋକଙ୍କ ମୁଣ୍ଡପିଛା ଚିକିତ୍ସା ଖର୍ଚ୍ଚ ବୃଦ୍ଧି ସହ ଚିକିତ୍ସା ଭିତ୍ତିଭୂମିର ସମ୍ପ୍ରସାରଣକୁ ଫୋକସ କରିପାରନ୍ତି। 

ବିକଶିତ ଦେଶ ତୁଳନାରେ ଭାରତ ଭଳି ବିକାଶଶୀଳ ଦେଶରେ ସ୍ୱାସ୍ଥ୍ୟ ଉପରେ ସରକାରୀ ଖର୍ଚ୍ଚ କମ୍ ରହିଥାଏ। ଟ୍ରମ୍ପଙ୍କ ଟାରିଫ ମାଡ଼ରେ ଫାର୍ମା ସେକ୍ଟର ବିଶ୍ବସ୍ତରୀୟ ଚ୍ୟାଲେଞ୍ଜର ସାମନା କରିଛି। ପୂର୍ବ ବଜେଟ୍ ଡିଜିଟାଲ୍ ହେଲଥ, ଚିକିତ୍ସା ଭିତ୍ତିଭୂମି, ଘରୋଇ ଉତ୍ପାଦନ ଓ ସୁଲଭ ଔଷଧ ଉପରେ ଫୋକସ କରିଥିଲେ ସରକାର। 

Advertisment

୨୦୨୫-୨୬ ଆର୍ଥିକ ବଜେଟରେ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପାଇଁ ପ୍ରାୟ ୧ ଲକ୍ଷ କୋଟି ବ୍ୟୟବରାଦ କରାଯାଇଥିଲା। ଯାହା ୨୦୨୪-୨୫ ବର୍ଷ ତୁଳନାରେ ପ୍ରାୟ ୧୧ ପ୍ରତିଶତ ଅଧିକ। ଏଥିରେ ଆୟୁଷ୍ମାନ ଭାରତର ବିସ୍ତାର, କର୍କଟ ଔଷଧ ଉପରେ ସୀମା ଶୁଳ୍କ ଛାଡ଼, ନୂତନ ମେଡିକାଲ୍ କଲେଜ ପ୍ରତିଷ୍ଠା, ଜାତୀୟ ସ୍ୱାସ୍ଥ୍ୟ ମିଶନ ଏବଂ AIIMS ଭଳି ପ୍ରତିଷ୍ଠାନ ପାଇଁ ଅତିରିକ୍ତ ପାଣ୍ଠି ସାମିଲ ଥିଲା।

Budget
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ